ବିନା କାରଣରେ ପୁଅକୁ ଗିରଫ କରିବା ଘଟଣାରେ ଏସପିଙ୍କୁ ଭେଟିଲେ ମା’, ‘ମୋ ପୁଅର ଭୁଲ ଥିଲା ରାତିରେ ମୋ ପାଇଁ ଔଷଧ ଆଣିବାକୁ ଯାଇଥିଲା’

The Sakala Picture
Published On

ବ୍ରହ୍ମପୁର: ଜରଡା ଥାନା ପୁଲିସ ପାତ୍ରପୁର ଅଞ୍ଚଳର ଦୁଇ ଜଣ ଯୁବକଙ୍କୁ ଡକାୟତ ମାମଲାରେ ଗିରଫ କରି ଗତ ୧୭ ତାରିଖରେ କୋର୍ଟ ଚାଲାଣ କରିଥିଲା। ସେମାନେ ହେଲେ ପାତ୍ରପୁର ଅଞ୍ଚଳର ବିଭୁତି ଭୁଷଣ ନାୟକ ଏବଂ କେଲୁଆ ଗ୍ରାମର ଗ୍ରାମର ବିନୋଦ ପ୍ରଧାନ। ସେମାନଙ୍କୁ ଗିରଫ ବେଳେ ପୁଲିସ ଖଣ୍ଡା, ବୋମା ସହ ଲୁହା ରଡ୍‍ ମଧ୍ୟ ଜବତ କରିଥିଲା। ବିଭୁତିଙ୍କୁ ବିନା କାରଣରେ ଗିରଫ କରାଯାଇଛି ବୋଲି ତାଙ୍କ ମା’ କହିଛନ୍ତି। ଏହାକୁ ନେଇ […]

ବ୍ରହ୍ମପୁର: ଜରଡା ଥାନା ପୁଲିସ ପାତ୍ରପୁର ଅଞ୍ଚଳର ଦୁଇ ଜଣ ଯୁବକଙ୍କୁ ଡକାୟତ ମାମଲାରେ ଗିରଫ କରି ଗତ ୧୭ ତାରିଖରେ କୋର୍ଟ ଚାଲାଣ କରିଥିଲା। ସେମାନେ ହେଲେ ପାତ୍ରପୁର ଅଞ୍ଚଳର ବିଭୁତି ଭୁଷଣ ନାୟକ ଏବଂ କେଲୁଆ ଗ୍ରାମର ଗ୍ରାମର ବିନୋଦ ପ୍ରଧାନ। ସେମାନଙ୍କୁ ଗିରଫ ବେଳେ ପୁଲିସ ଖଣ୍ଡା, ବୋମା ସହ ଲୁହା ରଡ୍‍ ମଧ୍ୟ ଜବତ କରିଥିଲା। ବିଭୁତିଙ୍କୁ ବିନା କାରଣରେ ଗିରଫ କରାଯାଇଛି ବୋଲି ତାଙ୍କ ମା’ କହିଛନ୍ତି। ଏହାକୁ ନେଇ ଆଜି ଜେଲରେ ଥିବା ବିଭୁତିଙ୍କ ମାଆ ସତ୍ୟଭାମା ଏବଂ ବଡ ଭାଇ କ୍ଷୀରମଣି ବ୍ରହ୍ମପୁର ଆସି ତାଙ୍କ ପୁଅର ଗିରଫର ପ୍ରତିବାଦ କରି ଏସପି ପିନାକ ମିଶ୍ରଙ୍କୁ ଭେଟିଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଦୀର୍ଘ ଦିନ ଧରି ଖରାପ ହୋଇଥିବା ବେଳେ କିଛି ଦିନ ଧରି ଅସୁସ୍ଥ ଥିଲେ। ମାଆଙ୍କ ପାଇଁ ଔଷଧ ଆଣିବାକୁ ବିଭୁତି ଯାଇଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ଯାହାକି ନିଶ୍ଚିତ ଭାବେ ଅନ୍ୟାୟ। ଏନେଇ ଏସପି ଶ୍ରୀ ମିଶ୍ର କହିଛନ୍ତି ଯେ, ପୁଲିସ ତାଙ୍କ ନିକଟରୁ ଖଣ୍ଡା ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ତେଣୁ ବିଭୁତିଙ୍କ ସମ୍ପୃକ୍ତି ରହିଥାଇପାରେ। ଯଦି ଏଥିରେ ପୁଲିସ ପକ୍ଷରୁ କୌଣସି ପ୍ରକାର ଭୁଲ ରହିଛି ତେବେ ତାହାର ମଧ୍ୟ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି ରୋକ୍‍ଠୋକ୍‍ କହିଛନ୍ତି। ପୁରା ଘଟଣାର ତଦନ୍ତ ପାଇଁ ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ଘଟଣାକୁ ନେଇ ବିଭୁତିଙ୍କ ଭାଇ କ୍ଷୀରମଣି ମଧ୍ୟ ଏସପିଙ୍କୁ ଉକ୍ତ ଦିନର ଘଟଣା ବିଷୟରେ ସମସ୍ତ କଥା କହିଥିଲେ। ଉକ୍ତ ଅଞ୍ଚଳରେ ଦୀର୍ଘ ଦିନ ଧରି ଜୁଆ ଆଡ୍ଡା ଚାଲୁଛି। ଗୋଟିଏ ଗୋଷ୍ଠୀ ଖେଳ ପକାଇବା ସପକ୍ଷରେ ଥିବା ବେଳେ ଗୋଟିଏ ଗୋଷ୍ଠୀ ଜୁଆ ଖେଳ ନ କରାଇବା ପାଇଁ କହୁଛନ୍ତି। ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ତାଙ୍କ ଭାଇ ବିଭୁତି ବହୁ ପୂର୍ବରୁ ଜୁଆ ଖେଳକୁ ନେଇ ବିରୋଧ କରି ଆସୁଥିଲେ। ଯାହାର ପରିଣାମ ଆଜି ଭୋଗିବାକୁ ପଡ଼ିଛି ବୋଲି ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଉକ୍ତ ଅଞ୍ଚଳରେ କିଏ ଜୁଆ ଆଡ୍ଡା ଚଲାଉଛି ତାହାର ନାମ ମଧ୍ୟ ଏସପିଙ୍କୁ କ୍ଷୀରମଣି କହିଥିଲେ। ବାରମ୍ବାର ପୁଲିସକୁ ଏ ନେଇ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସେ କହିଥିଲେ। ବର୍ତ୍ତମାନ ସେ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା କରୁଥିବା କହିଛନ୍ତି। ଉଭୟ ମା ଏବଂ ପୁଅଙ୍କ ଅଭିଯୋଗ ଶୁଣିବା ପରେ ସମସ୍ତ ଘଟଣାର ତଦନ୍ତ ହେବ। ଯଦିଓ ବିଭୁତିଙ୍କ ସମ୍ପୃକ୍ତି ନଥିବ ତେବେ ଚାର୍ଜସିଟ୍‍ରେ ମଧ୍ୟ ତାଙ୍କ ନାମ ରହିବ ନାହିଁ ବୋଲି ଏସପି ଅଭିଯୋଗକାରୀଙ୍କୁ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର