ପଞ୍ଚଭୂତରେ ବିଲୀନ ହେଲା ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

The Sakala Picture
Published On

କେନ୍ଦୁଝର: ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ସୁଶାନ୍ତ ଖୁଣ୍ଟିଆ । ନକ୍ସଲ ଗୁଳିରେ ସହିଦ୍ ହୋଇଥିବା ଆନନ୍ଦପୁରର ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯାଇଛି ଅନ୍ତିମ ସଂସ୍କାର। ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ଆଜି ସୁଶାନ୍ତ କୁମାର ଖୁଣ୍ଟିଆଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ସହିଦ୍ ସୁଶାନ୍ତ ଅମର ରହେ ଧ୍ୱନିରେ ଚାରିଆଡ଼େ ପ୍ରକମ୍ପିତ ହୋଇଥିଲା। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସହିଦଙ୍କୁ ଶେଷ ସମ୍ମାନ […]

କେନ୍ଦୁଝର: ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ସୁଶାନ୍ତ ଖୁଣ୍ଟିଆ । ନକ୍ସଲ ଗୁଳିରେ ସହିଦ୍ ହୋଇଥିବା ଆନନ୍ଦପୁରର ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯାଇଛି ଅନ୍ତିମ ସଂସ୍କାର। ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ - କାର୍‌ ସହ ୫ ଡକାୟତ ଗିରଫ

ଆଜି ସୁଶାନ୍ତ କୁମାର ଖୁଣ୍ଟିଆଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ସହିଦ୍ ସୁଶାନ୍ତ ଅମର ରହେ ଧ୍ୱନିରେ ଚାରିଆଡ଼େ ପ୍ରକମ୍ପିତ ହୋଇଥିଲା। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସହିଦଙ୍କୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ସହିଦ୍ ଯବାନଙ୍କ ମରଶରୀର ରାଞ୍ଚିରୁ କେନ୍ଦୁଝର ଦେଇ ସଡ଼କ ପଥରେ ଆସିବା ପରେ ଶୈଲଙ୍ଗ ଛକ ନିକଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।  ତାଙ୍କ ଘରେ ପରିବାର ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ଶୋଭାଯାତ୍ରାରେ ବୈତରଣୀ ନଦୀକୂଳ ଶ୍ମଶାନକୁ ନିଆ ଯାଇଥିଲା।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ: ଗିରଫ ହେଲେ ୩ ଭାଇଭଉଣୀ

ଖବର ଅନୁଯାୟୀ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର କୋଲହନ ଜଙ୍ଗଲରେ ଝାରଖଣ୍ଡ ପୁଲିସ, ସିଆରପିଏଫ୍‌‌ ଯବାନ ଏବଂ ନକ୍ସଲଙ୍କ ସହ ଗୁଳି ବିନିମୟରେ ଓଡ଼ିଆ ସିଆରପିଏଫ୍‌‌ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ(୩୩) ସହିଦ ହୋଇଥିଲେ। ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଏୟାର ଲିଫ୍ଟ କରାଯାଇ ରାଞ୍ଚିର ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଯବାନ ସୁଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସୁଧାର ଦାବିରେ ବିଧାନସଭା ଘେରଉ କରିବ ବିଜେଡି, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଗୋଏଲକେରା ଅଞ୍ଚଳର କୋଲହନ ଜଙ୍ଗଲରେ ୬୦ ବାଟାଲିୟନ ସିଆରପିଏଫ୍‌‌ ପୁଲିସ ଏବଂ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ କମ୍ୱିଂ ଅପରେସନ ଚାଲିଥିବାବେଳେ ଏଭଳି ଦୁଃଖଦ ଘଟଣା ଘଟିଥିଲା। ଗୁଳି ବିନିମୟ ହେଉଥିବା ବେଳେ ହଠାତ୍‌‌ ନକ୍ସଲଙ୍କ ପକ୍ଷରୁ ଏକ ଗୁଳି ସୁଶାନ୍ତଙ୍କ ଛାତିରେ ବାଜି ଭେଦ କରିଥିଲା। ଫଳରେ ସେ ସେହିଠାରେ ହିଁ ଟଳି ପଡ଼ିଥିଲେ।

ସୂଚନା ଅନୁଯାୟୀ, ସୁଶାନ୍ତଙ୍କ ଦେହାନ୍ତଙ୍କୁ ମିଶାଇ ମାତ୍ର ୩ବର୍ଷ ମଧ୍ୟରେ ତାଙ୍କ ବାପା ଏବଂ ଦୁଇ ଭାଇଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି। ଏବେ ଘରେ ମୁରବୀ କହିଲେ କେହି ନାହାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର