ବିଦେଶରୁ ଓଡ଼ିଶା ଆସିବ ECMO ମେସିନ୍, ଟେଣ୍ଡର ପ୍ରକ୍ରିୟା ସାରିଛନ୍ତି ରାଜ୍ୟ ସରକାର

The Sakala Picture
Published On

କରୋନାରେ ସଂକ୍ରମିତ ହୋଇଥିବା ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡୁଛି ECMO ମେସିନ୍ । ଏବେ ରାଜ୍ୟରେ ଏହି ମେସିନର ଅଭାବ ରହିଥିବାରୁ ଗୁରୁତର ରୋଗୀ ବାହାର ରାଜ୍ୟକୁ ଅଧିକ ଚିକିତ୍ସା ପାଇଁ ଯାଉଛନ୍ତି । ଏନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଭାରତରେ ECMO ଉତ୍ପାଦନ ହେଉନାହିଁ । ଏହି ମେସନିକୁ ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି । ଏଥିପାଇଁ ଟେଣ୍ଡର ସରିଥିବା ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ […]

କରୋନାରେ ସଂକ୍ରମିତ ହୋଇଥିବା ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡୁଛି ECMO ମେସିନ୍ । ଏବେ ରାଜ୍ୟରେ ଏହି ମେସିନର ଅଭାବ ରହିଥିବାରୁ ଗୁରୁତର ରୋଗୀ ବାହାର ରାଜ୍ୟକୁ ଅଧିକ ଚିକିତ୍ସା ପାଇଁ ଯାଉଛନ୍ତି । ଏନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଭାରତରେ ECMO ଉତ୍ପାଦନ ହେଉନାହିଁ । ଏହି ମେସନିକୁ ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି । ଏଥିପାଇଁ ଟେଣ୍ଡର ସରିଥିବା ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଇ ସେହି ରକ୍ତ ପୁଣି ଶରୀର ଭିତରକୁ ଫେରି ଯାଉଛି । ଏଇଟା ଗୋଟିଏ କୃତିମ ପ୍ରକ୍ରିୟା । ଯେଉଁଥିରେ ଶରୀରର ଅକ୍ସିଜେନକୁ ସାମୟିକ ମେଣ୍ଟେନ କରିହେବ । ଏଭଳି ସାମୟିକ ଭାବେ କିଛି ଦିନ ଟାଣି ନେଇପାରେ । ଏହା ବ୍ୟୟବହୁଳ ଚିକିତ୍ସା । ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ ଲକ୍ଷ ଟଙ୍କା ଦରକାର ପଡ଼ୁଛି । ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ ଲକ୍ଷେରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।

ଆହୁରି ପଢ଼ନ୍ତୁ: ଦଳର ବିଧାୟକ ପ୍ରାର୍ଥୀଙ୍କ ସହ ନବୀନଙ୍କ ବୈଠକ: ଏସ୍‌ଆଇଆର୍‌ ସମୟରେ ସତର୍କ ଓ ସଜାଗ ରହିବାକୁ ପରାମର୍ଶ

ଆଗରୁ ଫୁସଫୁସ୍ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା । କୋଭିଡ୍ ପରିସ୍ଥିତିରେ ଅତି ଗୁରୁତର ନିମୋନିଆ ହେଲେ ଭେଣ୍ଟିଲେଟର ଫେଲ ମାରୁଛି, ସେତେବେଳେ ECMOର ଆବଶ୍ୟକତା ପଡୁଛି । ଏବେ ଏହାର ଆବଶ୍ୟକତା ରହୁଛି । ପ୍ରଚାର ପ୍ରସାର ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି । ECMO ଲଗେଇ ଦେଲେ ରୋଗୀ ବଞ୍ଚିଯିବ ବୋଲି । ସାମୟିକ ଭାବେ ଏହି ମେସିନ୍ କିଛି ଦିନ ରୋଗୀଙ୍କୁ ବଞ୍ଚେଇ ଦେଇପାରେ । ଏହା ନିଶ୍ଚିତ ଲାଇଭ ସେଭିଂ ଯନ୍ତ୍ର । ଏଥିପାଇଁ ମାନବ ସମ୍ବଳ ବରିବା ବହୁତ କଷ୍ଟ ବୋଲି ଡିଏମଇଟି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା: ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

09 Jun 2021 By The Sakala

ବିଦେଶରୁ ଓଡ଼ିଶା ଆସିବ ECMO ମେସିନ୍, ଟେଣ୍ଡର ପ୍ରକ୍ରିୟା ସାରିଛନ୍ତି ରାଜ୍ୟ ସରକାର

କରୋନାରେ ସଂକ୍ରମିତ ହୋଇଥିବା ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡୁଛି ECMO ମେସିନ୍ । ଏବେ ରାଜ୍ୟରେ ଏହି ମେସିନର ଅଭାବ ରହିଥିବାରୁ ଗୁରୁତର ରୋଗୀ ବାହାର ରାଜ୍ୟକୁ ଅଧିକ ଚିକିତ୍ସା ପାଇଁ ଯାଉଛନ୍ତି । ଏନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଭାରତରେ ECMO ଉତ୍ପାଦନ ହେଉନାହିଁ । ଏହି ମେସନିକୁ ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି । ଏଥିପାଇଁ ଟେଣ୍ଡର ସରିଥିବା ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।

ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଇ ସେହି ରକ୍ତ ପୁଣି ଶରୀର ଭିତରକୁ ଫେରି ଯାଉଛି । ଏଇଟା ଗୋଟିଏ କୃତିମ ପ୍ରକ୍ରିୟା । ଯେଉଁଥିରେ ଶରୀରର ଅକ୍ସିଜେନକୁ ସାମୟିକ ମେଣ୍ଟେନ କରିହେବ । ଏଭଳି ସାମୟିକ ଭାବେ କିଛି ଦିନ ଟାଣି ନେଇପାରେ । ଏହା ବ୍ୟୟବହୁଳ ଚିକିତ୍ସା । ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ ଲକ୍ଷ ଟଙ୍କା ଦରକାର ପଡ଼ୁଛି । ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ ଲକ୍ଷେରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।

ଆଗରୁ ଫୁସଫୁସ୍ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା । କୋଭିଡ୍ ପରିସ୍ଥିତିରେ ଅତି ଗୁରୁତର ନିମୋନିଆ ହେଲେ ଭେଣ୍ଟିଲେଟର ଫେଲ ମାରୁଛି, ସେତେବେଳେ ECMOର ଆବଶ୍ୟକତା ପଡୁଛି । ଏବେ ଏହାର ଆବଶ୍ୟକତା ରହୁଛି । ପ୍ରଚାର ପ୍ରସାର ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି । ECMO ଲଗେଇ ଦେଲେ ରୋଗୀ ବଞ୍ଚିଯିବ ବୋଲି । ସାମୟିକ ଭାବେ ଏହି ମେସିନ୍ କିଛି ଦିନ ରୋଗୀଙ୍କୁ ବଞ୍ଚେଇ ଦେଇପାରେ । ଏହା ନିଶ୍ଚିତ ଲାଇଭ ସେଭିଂ ଯନ୍ତ୍ର । ଏଥିପାଇଁ ମାନବ ସମ୍ବଳ ବରିବା ବହୁତ କଷ୍ଟ ବୋଲି ଡିଏମଇଟି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର