୭ ମାସର ଝିଅକୁ କଚାଡି ମାରିଲା ମଦ୍ୟପ ବାପା…
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ୭ ମାସର ଶିଶୁକନ୍ୟାକୁ କଚାଡି ମାରିଲା ମଦ୍ୟପ ବାପା। ରାଗରେ ସ୍ବାମୀର ପେଟରେ କାଚ ବୋତଲ ଭୁସିଲା ସ୍ତ୍ରି।। ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଉଦାସାହି ଗ୍ରାମର ସଞ୍ଜୟ ଚାତାର ଶଶୁର ଘର କଙ୍କଡାହାଡ଼ ଥାନା କଣ୍ଟାପାଳରେ ପରିବାର ସହିତ ରହି ଶ୍ରମିକ ଭାବେ କାମ କରୁଥିଲେ।ହେଲେ ଗତ କିଛି ମାସ ହେବ ସଞ୍ଜୟ କୌଣସି କାମଧନ୍ଦା […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ୭ ମାସର ଶିଶୁକନ୍ୟାକୁ କଚାଡି ମାରିଲା ମଦ୍ୟପ ବାପା। ରାଗରେ ସ୍ବାମୀର ପେଟରେ କାଚ ବୋତଲ ଭୁସିଲା ସ୍ତ୍ରି।।
ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଉଦାସାହି ଗ୍ରାମର ସଞ୍ଜୟ ଚାତାର ଶଶୁର ଘର କଙ୍କଡାହାଡ଼ ଥାନା କଣ୍ଟାପାଳରେ ପରିବାର ସହିତ ରହି ଶ୍ରମିକ ଭାବେ କାମ କରୁଥିଲେ।ହେଲେ ଗତ କିଛି ମାସ ହେବ ସଞ୍ଜୟ କୌଣସି କାମଧନ୍ଦା ନ କରି ଘରେ ବସି ରହୁଥିଲେ। ଗତକାଲି ପତ୍ନୀ ଜନନୀ ମୁଣ୍ଡା ଉଭୟ ମିଶି ଡିଲର ପାଖକୁ ଚାଉଳ ଆଣିବାକୁ ଯାଇ ଫେରିବାବେଳେ ବାଟରେ ଝଗଡା ଲାଗିଥିଲେ। ଝଗଡା ଲାଗିବା ପରେ ସଞ୍ଜୟ ମଦ ପିଇ ମାତାଲ ଅବସ୍ଥାରେ ନିଜ ୭ ମାସର ଝିଅକୁ ଗାଁ ଦାଣ୍ଡରେ କଚାଡି ଦେଇଥିଲା। ଫଳରେ ଶିଶୁ କନ୍ୟାଟିର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।
ତେବେ ସ୍ୱାମୀର ଏହି ନୃଶଂସ କାଣ୍ଡ ଦେଖି ପାଖରେ ଥିବା ସ୍ତ୍ରୀ ନିଜ ଛୁଆକୁ ବଞ୍ଚାଇବା ପାଇଁ ଏକ କାଚ ବୋତଲରେ ସ୍ୱାମୀକୁ ଆକ୍ରମଣ କରିଥିଲା। ଏଥିରେ ସ୍ୱାମୀ ସଞ୍ଜୟ ଆହତ ହୋଇ ମେଡିକାଲରେ ଚିକିତ୍ସିଚିତ ହେଉଛନ୍ତି । କଙ୍କଡାହାଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ଥାନା ଅଧିକାରୀ କଳ୍ପନା ବେହେରା କହିଛନ୍ତି ଯେ, ପାରିବାରିକ କଳହରୁ ଏହି ଘଟଣା ଘଟିଛି।






