ଧନତେରାସରେ ଜମିଲା ବେପାର, ୧୩୦ କୋଟିର ସୁନା ଅଳଙ୍କାର ବୋହିନେଲେ ଗ୍ରାହକ

The Sakala Picture
Published On

ଭୁବନେଶ୍ୱର: ଗତକାଲି ଥିଲା ଧନତେରାସ। ସୁଖ ଆଉ ସମୃଦ୍ଧିର ଦିନ। ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରର ସୁନା ଗହଣା ଦୋକାନରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ପ୍ରବଳ ଭିଡ। ଧନତେରାସ ଅବସରରେ ଚଳଚଞ୍ଚଳ ରହିଥିଲା ସୁନାଗହଣା କାରବାର। ଏହି ଶୁଭ ଦିନଟିରେ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରତିଯୋଗିତା। ଗତକାଲି ଦିନ ବେଳା ଅପେକ୍ଷା ସନ୍ଧ୍ୟା ପରେ ଶୋ’ […]

ଭୁବନେଶ୍ୱର: ଗତକାଲି ଥିଲା ଧନତେରାସ। ସୁଖ ଆଉ ସମୃଦ୍ଧିର ଦିନ। ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରର ସୁନା ଗହଣା ଦୋକାନରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ପ୍ରବଳ ଭିଡ। ଧନତେରାସ ଅବସରରେ ଚଳଚଞ୍ଚଳ ରହିଥିଲା ସୁନାଗହଣା କାରବାର। ଏହି ଶୁଭ ଦିନଟିରେ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରତିଯୋଗିତା। ଗତକାଲି ଦିନ ବେଳା ଅପେକ୍ଷା ସନ୍ଧ୍ୟା ପରେ ଶୋ’ ରୁମ୍‌ଗୁଡିକରେ ଭିଡ଼ ଜୋର ହୋଇଥିଲା। ଯଦିବା ପୂର୍ବବର୍ଷ ତୁଳନାରେ ଏଥର ଦର ବହୁର ଅଧିକ ରହିଥିଲା ତଥାପି କାରବାର ଭଲ ହୋଇଥିଲା। ଉଚ୍ଚ ଦରର ପ୍ରଭାବ ଲୋକଙ୍କ ସୁନା କିଣା ମୋହ ଭାଙ୍ଗିପାରି ନ ଥିଲା। ଚଳିତଥର ଧନ ତ୍ରୟୋଦଶୀ ତିଥି ଦୁଇ ଦିନ ପଡ଼ୁଛି। ତେଣୁ ବହୁ ସଂଖ୍ୟାରେ ଲୋକ ସୁନା କିଣିଥିବାବେଳେ ଶନିବାର ମଧ୍ୟାହ୍ନ ଯାଏ ଏହାର ତିଥି ରହୁଥିବାରୁ ଆଜି ମଧ୍ୟ ସୁନା ରୁପା ବିକ୍ରି ଜମିବ ବୋଲି ବ୍ୟବସାୟୀ ଆଶାବାଦୀ। ଏଥର ଧନତେରାସରେ ରାଜ୍ୟରେ ଶହେ ତିରିଶ କୋଟି ଏବଂ ରାଜଧାନୀରେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ବିକ୍ରି ହୋଇଛି। ଅପରପକ୍ଷେ ଏଥର ଧନ୍‌ତେରାସ୍‌ରେ ସାରା ଦେଶରେ ୩୦ ହଜାର କୋଟି ଟଙ୍କା ମୂଲ୍ୟର ସୁନା, ରୂପା ଏବଂ ଅନ୍ୟାନ୍ୟ ସାମଗ୍ରୀର ବ୍ୟବସାୟ ହୋଇଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ କହିଛି।

ଆହୁରି ପଢ଼ନ୍ତୁ: ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ପାଣିରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

କେବଳ ରାଜଧାନୀ କାହିଁକି ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ ଏବଂ ବାଲେଶ୍ୱର ଆଦି ସହରରେ ସୁନା କିଣା କାରବାର ବେଶ ଜମିଥିଲା। ଏଥର ଅନୁକୂଳ ପାଗ ମଧ୍ୟ କାରବାର ପାଇଁ ଅଧିକ ସୁହାଇଥିଲା। ଆହୁରିମଧ୍ୟ ଏଥର ଦୁଇ ଦିନ ଧନ୍‌ତେରାସ୍‌ ପଡୁଥିବାରୁ ସପରିବାରେ ଲୋକେ ସୁନା ଦୋକାନରେ ଜମାଇଥିଲେ ଭିଡ଼। ଚଳିତଥର ଭୁବନେଶ୍ୱରରେ ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୫,୯୦୦ ଟଙ୍କା ରହିଥିବାବେଳେ ଗତ ବର୍ଷ ଏହା ୪୭,୦୦୦ ଟଙ୍କା ରହିଥିଲା। ସେହିଭଳି ରୁପା କିଲୋ ପିଛା ଚଳିତଥର ୭୫,୦୦୦ ଟଙ୍କା ରହିଥିବାବେଳେ ଗତବର୍ଷ ୫୯,୦୦୦ ଟଙ୍କାରେ ବିକ୍ରି ହେଉଥିଲା।

ଆହୁରି ପଢ଼ନ୍ତୁ: ବୁଲା ଷଣ୍ଢଙ୍କ ଉପଦ୍ରବରେ ଅତିଷ୍ଠ ଶହଶହ ଚାଷୀ, ଶେଷରେ ଥାନାର ଦ୍ୱାରସ୍ଥ ହୋଇ ଦେଲେ ଏତଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର