ମନୋରଞ୍ଜନ
ଓଡ଼ିଶା
ଦେଶୀ ବୋମା ବିସ୍ପୋରଣରେ ପୁଅ ମୃତ, ବାପା ଗୁରୁତର

କଣିହାଁ: ଦେଶୀ ବୋମା ବିସ୍ପୋରଣରେ ପୁଅ ମୃତ, ବାପା ଗୁରୁତର l ଅନୁଗୁଳ ଜିଲ୍ଲା ସମଲ ଥାନା ସିପୁର ଗାଁରେ ଏହି ଅଘଟଣ ଘଟିଛି । ମୃତ ପୁଅ ସରୋଜ ପ୍ରଧାନ, ଗୁରୁତର ବାପା ପ୍ରମୋଦ ପ୍ରଧାନ । ଦେଶୀ ବୋମା ବିସ୍ପୋରଣରେ ପ୍ରମୋଦ ପ୍ରଧାନ ଗୁରୁତର ଅବସ୍ଥାରେ କଟକ SCB ରେ ଭର୍ତ୍ତି l ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବ୍ୟବହୃତ ହେଉଥିବା ବୋମାରେ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ, ସରୋଜ ଓ ତାଙ୍କ ଭାଇଙ୍କ ମଧ୍ୟରେ ପାରିବାରିକ କଳହ ଲାଗୁଥିବାବେଳେ ସରୋଜ ଦେଶୀ ବୋମାକୁ ହାତରେ ଧରି ଡରାଉଥିଲେ । ଏହି ସମୟରେ ସରୋଜଙ୍କ ହାତରେ ବୋମାଟି ଫୁଟିଯାଇଥିଲା । ବୋମା ଛଡାଇବାକୁ ଯାଇ ପ୍ରମୋଦ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।