ରାଜଧାନୀର ୨୦ଟି ବଡ଼ ହାଟ ପାଇଁ SOP ଆଣିବ BMC; ହାଟ କମିଟି ପାଇଁ ହେବ ବିଧିବଦ୍ଧ ନିର୍ବାଚନ, ଦୋକାନୀଙ୍କ ପାଇଁ ହେବ ଗ୍ରୁପ ଇନସ୍ୟୁରାନ୍ସ ...

Deviprasad Mohanty Picture
Published On

ଭୁବନେଶ୍ବର ରାଜଧାନୀର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟଣା ପରେ ଚେତିଛି BMC । ରାଜଧାନୀର ବିଭିନ୍ନ ହାଟ ପାଇଁ SOP ଆଣିବ ବିଏମ୍‌ସି ରାଜଧାନୀର ୨୦ଟି  ବଡ଼  ହାଟ ପାଇଁ ଲାଗୁହେବ SOP । ହାଟ କେମିତି ପାଇ ହେବ ବିଧିବଦ୍ଧ ନିର୍ବାଚନ ହେବ । BMC ଅଧିକାରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ସବୁ ହାଟ ଦୋକାନୀଙ୍କ ପାଇଁ ଗ୍ରୁପ ଇନସ୍ୟୁରାନ୍ସ କରିବ BMC । ରାଜଧାନୀର ବିଭିନ୍ନ ହାଟରେ  ଏନଫୋର୍ସମେଣ୍ଟକୁ କଡା କଡ଼ି  କରାଯିବ । ହାଟ ଭିତରେ ଜରିପାଲ ଟାଣି ପାରିବେନି ବ୍ୟବସାୟୀ । ହାଟରେ ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯିବ   ରାସ୍ତା ଉପରକୁ ମାଡ଼ି ବ୍ୟବସାୟ କରି ପାରିବେନି ଦୋକାନୀ । ଏକ ନମ୍ବର ମାର୍କେଟକୁ  ମଡର୍ଣ୍ଣ ମାର୍କେଟ କରିବାକୁ ୧୮୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ପାତ୍ରପଡା ଭଗବାନପୁର ହୋଲସେଲ୍ ମାର୍କେଟ ପାଇଁ ଟଙ୍କାର ଅଭାବ ରହିଛି  ଏସବୁ ପାଇଁ ସରକାର ଅର୍ଥ ଯୋଗେଇ ଦେଲେ କାମ ଆଗକୁ ବଢ଼ିବ ବୋଲି ମେୟର କହିଛନ୍ତି  କ୍ଷତିଗ୍ରସ୍ତଙ୍କୁ CMRF  ଫଣ୍ଡ ସହ BMC ନିଜସ୍ଵ  ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ବିଚାରବିମର୍ଶ କରାଯାଉଥିବା ମେୟର କହିଛନ୍ତି 

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀର ସର୍ବାଧିକ ଜନଗହଳିପୂର୍ଣ୍ଣ ୧ନମ୍ବର ହାଟର ବିକାଶ ପାଇଁ ପରିକଳ୍ପନା କରିଥିଲା ବିଏମସି  ୩ ଏକର ଜାଗାରେ ପ୍ରାୟ ୨ ହଜାର ବ୍ୟବସାୟୀ ବସିବା ଭଳି ଏକ ଅତ୍ୟାଧୁନିକ ମାର୍କେଟ୍ କମ୍ପ୍ଲେକ୍ସର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା ଏଥିପାଇଁ ୪୨ଟି ସରକାରୀ କ୍ୱାର୍ଟର୍ସ ସହ ଦୁଇଟି ବସ୍ତି ଉଚ୍ଛେଦ କରାଯାଇଥିଲା  ୧୧ ବର୍ଷ ପରେ ଏହି ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି  ବିଳମ୍ବିତ ପ୍ରକ୍ରିୟା କାରଣରୁ ପରିବା ମାର୍କେଟ ଚାରିପାଖରେ ପୁଣି ଥରେ ବସ୍ତି ଗଢି ଉଠିଥିବା ବେଳେ ୧ନଂ ହାଟକୁ ସବୁ ସମୟରେ ଅଗ୍ନିକାଣ୍ଡର ଭୟ ରହିଛି ସେପଟେ ନାଲିଫିତା ତଳେ ଚାପି ହୋଇ ରହିଛି  ୟୁନିଟ ୧ ମାର୍କେଟ ବିକାଶ ନକସା । ଏହି ବିଳମ୍ବିତ ପ୍ରକ୍ରିୟା କାରଣରୁ ଯେଉଁ ବସ୍ତି ଉଚ୍ଛେଦ ହୋଇଥିଲା, ତାହା ପୁଣି ଗଢ଼ି ଉଠିଲାଣି ଏଣେ ହାଟର ବ୍ୟବସାୟୀ ମାନେ ପ୍ରତି ମୁହୂର୍ତ୍ତରେ ଭୟର ବାତାବରଣ ଭିତରେ ରହୁଛନ୍ତି  ବିଶେଷକରି ହାଟକୁ ସବୁବେଳେ ନିଆଁ ଡର ଲାଗିରହିଛି 

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର