ରାଜଧାନୀର ୨୦ଟି ବଡ଼ ହାଟ ପାଇଁ SOP ଆଣିବ BMC; ହାଟ କମିଟି ପାଇଁ ହେବ ବିଧିବଦ୍ଧ ନିର୍ବାଚନ, ଦୋକାନୀଙ୍କ ପାଇଁ ହେବ ଗ୍ରୁପ ଇନସ୍ୟୁରାନ୍ସ ...
ଭୁବନେଶ୍ବର : ରାଜଧାନୀର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟଣା ପରେ ଚେତିଛି BMC । ରାଜଧାନୀର ବିଭିନ୍ନ ହାଟ ପାଇଁ SOP ଆଣିବ ବିଏମ୍ସି ।ରାଜଧାନୀର ୨୦ଟି ବଡ଼ ହାଟ ପାଇଁ ଲାଗୁହେବ SOP । ହାଟ କେମିତି ପାଇ ହେବ ବିଧିବଦ୍ଧ ନିର୍ବାଚନ ହେବ । BMC ଅଧିକାରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ସବୁ ହାଟ ଦୋକାନୀଙ୍କ ପାଇଁ ଗ୍ରୁପ ଇନସ୍ୟୁରାନ୍ସ କରିବ BMC । ରାଜଧାନୀର ବିଭିନ୍ନ ହାଟରେ ଏନଫୋର୍ସମେଣ୍ଟକୁ କଡା କଡ଼ି କରାଯିବ । ହାଟ ଭିତରେ ଜରିପାଲ ଟାଣି ପାରିବେନି ବ୍ୟବସାୟୀ । ହାଟରେ ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯିବ । ରାସ୍ତା ଉପରକୁ ମାଡ଼ି ବ୍ୟବସାୟ କରି ପାରିବେନି ଦୋକାନୀ । ଏକ ନମ୍ବର ମାର୍କେଟକୁ ମଡର୍ଣ୍ଣ ମାର୍କେଟ କରିବାକୁ ୧୮୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ପାତ୍ରପଡା ଭଗବାନପୁର ହୋଲସେଲ୍ ମାର୍କେଟ ପାଇଁ ଟଙ୍କାର ଅଭାବ ରହିଛି । ଏସବୁ ପାଇଁ ସରକାର ଅର୍ଥ ଯୋଗେଇ ଦେଲେ କାମ ଆଗକୁ ବଢ଼ିବ ବୋଲି ମେୟର କହିଛନ୍ତି । କ୍ଷତିଗ୍ରସ୍ତଙ୍କୁ CMRF ଫଣ୍ଡ ସହ BMC ନିଜସ୍ଵ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ବିଚାରବିମର୍ଶ କରାଯାଉଥିବା ମେୟର କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀର ସର୍ବାଧିକ ଜନଗହଳିପୂର୍ଣ୍ଣ ୧ନମ୍ବର ହାଟର ବିକାଶ ପାଇଁ ପରିକଳ୍ପନା କରିଥିଲା ବିଏମସି । ୩ ଏକର ଜାଗାରେ ପ୍ରାୟ ୨ ହଜାର ବ୍ୟବସାୟୀ ବସିବା ଭଳି ଏକ ଅତ୍ୟାଧୁନିକ ମାର୍କେଟ୍ କମ୍ପ୍ଲେକ୍ସର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ୪୨ଟି ସରକାରୀ କ୍ୱାର୍ଟର୍ସ ସହ ଦୁଇଟି ବସ୍ତି ଉଚ୍ଛେଦ କରାଯାଇଥିଲା । ୧୧ ବର୍ଷ ପରେ ଏହି ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି । ବିଳମ୍ବିତ ପ୍ରକ୍ରିୟା କାରଣରୁ ପରିବା ମାର୍କେଟ ଚାରିପାଖରେ ପୁଣି ଥରେ ବସ୍ତି ଗଢି ଉଠିଥିବା ବେଳେ ୧ନଂ ହାଟକୁ ସବୁ ସମୟରେ ଅଗ୍ନିକାଣ୍ଡର ଭୟ ରହିଛି। ସେପଟେ ନାଲିଫିତା ତଳେ ଚାପି ହୋଇ ରହିଛି ୟୁନିଟ ୧ ମାର୍କେଟ ବିକାଶ ନକସା । ଏହି ବିଳମ୍ବିତ ପ୍ରକ୍ରିୟା କାରଣରୁ ଯେଉଁ ବସ୍ତି ଉଚ୍ଛେଦ ହୋଇଥିଲା, ତାହା ପୁଣି ଗଢ଼ି ଉଠିଲାଣି। ଏଣେ ହାଟର ବ୍ୟବସାୟୀ ମାନେ ପ୍ରତି ମୁହୂର୍ତ୍ତରେ ଭୟର ବାତାବରଣ ଭିତରେ ରହୁଛନ୍ତି । ବିଶେଷକରି ହାଟକୁ ସବୁବେଳେ ନିଆଁ ଡର ଲାଗିରହିଛି ।




