ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ପାଣିପାଗ ବିଭାଗର ନିର୍ଦ୍ଦେଶ ଅନୁପାଳନ କରିବାକୁ କୃଷି ସଚିବଙ୍କ ପରାମର୍ଶ

Madhusudan Das Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରୁ ଗୋଟିଏ ଲଘୁଚାପ ଯାଉ ଯାଉ ପୁଣି ଏକ ଲଘୁଚାପ ଦାନା ବାନ୍ଧୁଛି। ସମ୍ଭାବ୍ୟ ଲଘୁଚାପ ଆଜି ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ଏହି ଲଘୁଚାପ କେତେ ଘନୀଭୂତ ହେବ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଏହାକୁ ନେଇ ମଡେଲ୍‌ଗୁଡ଼ିକ ଭିନ୍ନ ଭିନ୍ନ ଆକଳନ ଜାରି କରୁଛନ୍ତି। ତେଣୁ ଆଇଏମ୍‌ଡି ମଧ୍ୟ ଲଘୁଚାପ ସୃଷ୍ଟି ଉପରେ ନଜର ରଖିଥିବା ଜଣାପଡ଼ିଛି। ପୂର୍ବରୁ ଏହି ଲଘୁଚାପ ଘନୀଭୂତ ହେବା ନେଇ ପୂର୍ବାନୁମାନ କରାଯାଇଥିଲା। ମାତ୍ର ଏବେ ମଡେଲ୍‌ଗୁଡ଼ିକ ଭିନ୍ନ ଭିନ୍ନ ଆକଳନ କରୁଥିବାରୁ ଆଇଏମ୍‌ଡି ପାଇଁ ମଧ୍ୟ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି କରିଛି। 

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ସୁଦୃଶ ଲଘୁଚାପ ରୂପେ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ରହିଛି। ଆଗକୁ ଏହା ଆରବସାଗର ମୁହାଁ ହୋଇ ଓଡ଼ିଶାଠାରୁ ଦୂରକୁ ଯିବ। ତେବେ ଏହା ପ୍ରଭାବରେ ବୁଧବାର ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ଅନୁଭୂତ ହୋଇଛି। ଆଜି ମଧ୍ୟ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ଦକ୍ଷିଣ ଆଣ୍ଡାମାନ ସାଗରରେ ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଜି ରାତି କିମ୍ବା ଶୁକ୍ରବାର ସକାଳ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇପାରେ। 

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ଅନ୍ୟପକ୍ଷରେ ପାଣିପାଗ ବିଭାଗ ସୂଚନା ଆଧାରରେ କୃଷି ସଚିବ ଡଃ ଅରବିନ୍ଦ ପାଢ଼ୀ କହିଛନ୍ତି, ଏଯାବତ୍‌ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ କୌଣସି ସୂଚନା ନାହିଁ। କିନ୍ତୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କାରଣରୁ ସାମୟିକ ଭାବେ ରାଜ୍ୟର କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ପାଣିପାଗ ବିଭାଗର ପରାମର୍ଶକୁ ଅନୁପାଳନ କରିବା ପାଇଁ ଡଃ ପାଢ଼ୀ ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି। ସମ୍ଭାବ୍ୟ ବର୍ଷା ସ୍ଥିତିକୁ ନଜରରେ ରଖି ଧାନ କେଣ୍ଡାର ୮୫% ପାଚି ଯାଇଥିଲେ, ତାକୁ କାଟି ବେଙ୍ଗଳା କରିବା ବା ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଅମଳଯୁକ୍ତ ହୋଇଥିବା ମକା, ଚିନାବାଦାମ୍‌, ମୁଗ, ବିରିକୁ ଓପାଡ଼ି ଆଣିବା ସହିତ ପନିପରିବା ନର୍ସରୀରୁ ଜଳ ନିଷ୍କାସନ କରିବା ପାଇଁ ପରାମର୍ଶ ଦିଆଯାଇଛି। ପାଣି ଛାଡ଼ିଲା ପରେ ରୋଗପୋକ ଲାଗିବାର ଆଶଙ୍କା ଥିବାରୁ ତା’ର ମୁକାବିଲା କରିବାକୁ ମଧ୍ୟ ବିଭିନ୍ନ ପଦକ୍ଷେପ ନେବାକୁ କୁହାଯାଇଛି। 

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

23 Oct 2025 By Madhusudan Das

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ପାଣିପାଗ ବିଭାଗର ନିର୍ଦ୍ଦେଶ ଅନୁପାଳନ କରିବାକୁ କୃଷି ସଚିବଙ୍କ ପରାମର୍ଶ

ଭୁବନେଶ୍ୱର: ବଙ୍ଗୋପସାଗରରୁ ଗୋଟିଏ ଲଘୁଚାପ ଯାଉ ଯାଉ ପୁଣି ଏକ ଲଘୁଚାପ ଦାନା ବାନ୍ଧୁଛି। ସମ୍ଭାବ୍ୟ ଲଘୁଚାପ ଆଜି ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ଏହି ଲଘୁଚାପ କେତେ ଘନୀଭୂତ ହେବ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଏହାକୁ ନେଇ ମଡେଲ୍‌ଗୁଡ଼ିକ ଭିନ୍ନ ଭିନ୍ନ ଆକଳନ ଜାରି କରୁଛନ୍ତି। ତେଣୁ ଆଇଏମ୍‌ଡି ମଧ୍ୟ ଲଘୁଚାପ ସୃଷ୍ଟି ଉପରେ ନଜର ରଖିଥିବା ଜଣାପଡ଼ିଛି। ପୂର୍ବରୁ ଏହି ଲଘୁଚାପ ଘନୀଭୂତ ହେବା ନେଇ ପୂର୍ବାନୁମାନ କରାଯାଇଥିଲା। ମାତ୍ର ଏବେ ମଡେଲ୍‌ଗୁଡ଼ିକ ଭିନ୍ନ ଭିନ୍ନ ଆକଳନ କରୁଥିବାରୁ ଆଇଏମ୍‌ଡି ପାଇଁ ମଧ୍ୟ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି କରିଛି। 

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ସୁଦୃଶ ଲଘୁଚାପ ରୂପେ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ରହିଛି। ଆଗକୁ ଏହା ଆରବସାଗର ମୁହାଁ ହୋଇ ଓଡ଼ିଶାଠାରୁ ଦୂରକୁ ଯିବ। ତେବେ ଏହା ପ୍ରଭାବରେ ବୁଧବାର ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ଅନୁଭୂତ ହୋଇଛି। ଆଜି ମଧ୍ୟ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ଦକ୍ଷିଣ ଆଣ୍ଡାମାନ ସାଗରରେ ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଜି ରାତି କିମ୍ବା ଶୁକ୍ରବାର ସକାଳ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇପାରେ। 

ଅନ୍ୟପକ୍ଷରେ ପାଣିପାଗ ବିଭାଗ ସୂଚନା ଆଧାରରେ କୃଷି ସଚିବ ଡଃ ଅରବିନ୍ଦ ପାଢ଼ୀ କହିଛନ୍ତି, ଏଯାବତ୍‌ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ କୌଣସି ସୂଚନା ନାହିଁ। କିନ୍ତୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କାରଣରୁ ସାମୟିକ ଭାବେ ରାଜ୍ୟର କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ପାଣିପାଗ ବିଭାଗର ପରାମର୍ଶକୁ ଅନୁପାଳନ କରିବା ପାଇଁ ଡଃ ପାଢ଼ୀ ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି। ସମ୍ଭାବ୍ୟ ବର୍ଷା ସ୍ଥିତିକୁ ନଜରରେ ରଖି ଧାନ କେଣ୍ଡାର ୮୫% ପାଚି ଯାଇଥିଲେ, ତାକୁ କାଟି ବେଙ୍ଗଳା କରିବା ବା ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଅମଳଯୁକ୍ତ ହୋଇଥିବା ମକା, ଚିନାବାଦାମ୍‌, ମୁଗ, ବିରିକୁ ଓପାଡ଼ି ଆଣିବା ସହିତ ପନିପରିବା ନର୍ସରୀରୁ ଜଳ ନିଷ୍କାସନ କରିବା ପାଇଁ ପରାମର୍ଶ ଦିଆଯାଇଛି। ପାଣି ଛାଡ଼ିଲା ପରେ ରୋଗପୋକ ଲାଗିବାର ଆଶଙ୍କା ଥିବାରୁ ତା’ର ମୁକାବିଲା କରିବାକୁ ମଧ୍ୟ ବିଭିନ୍ନ ପଦକ୍ଷେପ ନେବାକୁ କୁହାଯାଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର