ବିହାର ନିର୍ବାଚନ: ତେଜସ୍ୱୀ ଯାଦବ ହେଲେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

Madhusudan Das Picture
Published On

ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ନେଇ ଆସିଲା ବଡ ଖବର । ତେଜସ୍ୱୀ ଯାଦବ ହୋଇଛନ୍ତି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ।  ସେହିପରି ମୁକେଶ ସହାନିଙ୍କୁ ଉପମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଯାଇଛି । ଏନେଇ ନାଁ ଘୋଷଣା କରିଛନ୍ତି କଂଗ୍ରେସ ନେତା ଅଶୋକ ଗେହଲଟ୍। କଂଗ୍ରେସ ନେତାଙ୍କ ସହ ତମାମ ଆଲୋଚନା ପରେ ମହାମେଣ୍ଟ ତରଫରୁ ପ୍ରେସମିଟ୍ କରି ଏହି ଘୋଷଣା କରାଯାଇଛି । ଏହା ସହ ସେ କହିଛନ୍ତି ମହାମେଣ୍ଟର ସରକାର ଗଠନ ହେଲେ ଦୁଇ ଜଣ ଉପମୁକ୍ୟମନ୍ତ୍ରୀ ହେବେ । କିନ୍ତୁ ବୈଠକ ଲାଗି କରାଯାଇଥିବା ମଞ୍ଚରେ  କେବଳ ତେଜସ୍ବୀ ଯାଦବଙ୍କ ଫଟୋ ରହିଛି ।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

ବୈଠକ ମଞ୍ଚରେ ତେଜସ୍ବୀ ଯାଦବ, ସିପିଆଇ ଏମଏଲ ର ଦୀପଙ୍କର ଭଟ୍ଟାଚାର୍ଯ୍ୟ, ଭିଆଇପିର ମୁକେଶ ସହାନି, ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ । ଏହି ସମୟରେ ମୁକେଶ ସହାନି କହିଛନ୍ତି, ମୁଁ ସାଢେ ତିନି ବର୍ଷ ହେଲା ଏହି ଦିନକୁ ଅପେକ୍ଷା କରିଥିଲି । ଏବେ ସେହି ସମୟ ଆସିଯାଇଛି । ଖାଲି ମୁକେଶ ସହାନି ନାହିଁ ଦଳର ବହୁ ନେତା ଏହାକୁ ଅପେକ୍ଷା କରିଥିଲେ ।ବିଜେପି ଦଳ ଭାଙ୍ଗିଥିଲା । ଆମେ ଗଙ୍ଗା ଜଳ ନେଇ ଶପଥ କରିଛୁ କି, ଯେଉଁ ପର୍ଯ୍ୟନ୍ତ ବିଜେପିକୁ ତଡିନାହୁଁ ସେହି ପର୍ଯ୍ୟନ୍ତ ଛାଡିବୁ ନାହିଁ । ଏବେ ସେହି ସମୟ ଆସିଯାଇଛି । ଆମେ ମହାମେଣ୍ଟ ମାଧ୍ୟମରେ ଆମ ସରକାର ଗଠନ କରିବା ସହ ବିଜେପିକୁ ରାଜ୍ୟରୁ ବାହାର କରିବା ।  ମହାମେଣ୍ଟରେ ଏକତା ଓ ମଜବୁତ ଅଛି । ଆଗାମୀ ସମୟରେ ଆମେ ନିଶ୍ଚୟ ସରକାର ଗଢିବା ।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

23 Oct 2025 By Madhusudan Das

ବିହାର ନିର୍ବାଚନ: ତେଜସ୍ୱୀ ଯାଦବ ହେଲେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ନେଇ ଆସିଲା ବଡ ଖବର । ତେଜସ୍ୱୀ ଯାଦବ ହୋଇଛନ୍ତି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ।  ସେହିପରି ମୁକେଶ ସହାନିଙ୍କୁ ଉପମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଯାଇଛି । ଏନେଇ ନାଁ ଘୋଷଣା କରିଛନ୍ତି କଂଗ୍ରେସ ନେତା ଅଶୋକ ଗେହଲଟ୍। କଂଗ୍ରେସ ନେତାଙ୍କ ସହ ତମାମ ଆଲୋଚନା ପରେ ମହାମେଣ୍ଟ ତରଫରୁ ପ୍ରେସମିଟ୍ କରି ଏହି ଘୋଷଣା କରାଯାଇଛି । ଏହା ସହ ସେ କହିଛନ୍ତି ମହାମେଣ୍ଟର ସରକାର ଗଠନ ହେଲେ ଦୁଇ ଜଣ ଉପମୁକ୍ୟମନ୍ତ୍ରୀ ହେବେ । କିନ୍ତୁ ବୈଠକ ଲାଗି କରାଯାଇଥିବା ମଞ୍ଚରେ  କେବଳ ତେଜସ୍ବୀ ଯାଦବଙ୍କ ଫଟୋ ରହିଛି ।

ବୈଠକ ମଞ୍ଚରେ ତେଜସ୍ବୀ ଯାଦବ, ସିପିଆଇ ଏମଏଲ ର ଦୀପଙ୍କର ଭଟ୍ଟାଚାର୍ଯ୍ୟ, ଭିଆଇପିର ମୁକେଶ ସହାନି, ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ । ଏହି ସମୟରେ ମୁକେଶ ସହାନି କହିଛନ୍ତି, ମୁଁ ସାଢେ ତିନି ବର୍ଷ ହେଲା ଏହି ଦିନକୁ ଅପେକ୍ଷା କରିଥିଲି । ଏବେ ସେହି ସମୟ ଆସିଯାଇଛି । ଖାଲି ମୁକେଶ ସହାନି ନାହିଁ ଦଳର ବହୁ ନେତା ଏହାକୁ ଅପେକ୍ଷା କରିଥିଲେ ।ବିଜେପି ଦଳ ଭାଙ୍ଗିଥିଲା । ଆମେ ଗଙ୍ଗା ଜଳ ନେଇ ଶପଥ କରିଛୁ କି, ଯେଉଁ ପର୍ଯ୍ୟନ୍ତ ବିଜେପିକୁ ତଡିନାହୁଁ ସେହି ପର୍ଯ୍ୟନ୍ତ ଛାଡିବୁ ନାହିଁ । ଏବେ ସେହି ସମୟ ଆସିଯାଇଛି । ଆମେ ମହାମେଣ୍ଟ ମାଧ୍ୟମରେ ଆମ ସରକାର ଗଠନ କରିବା ସହ ବିଜେପିକୁ ରାଜ୍ୟରୁ ବାହାର କରିବା ।  ମହାମେଣ୍ଟରେ ଏକତା ଓ ମଜବୁତ ଅଛି । ଆଗାମୀ ସମୟରେ ଆମେ ନିଶ୍ଚୟ ସରକାର ଗଢିବା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର