ଅପର୍ଣ୍ଣା ପ୍ରିୟଦର୍ଶିନୀ ମୃତ୍ୟୁ ମାମଲାରେ ବଡ଼ ଖୁଲାସା: ଦୁର୍ଘଟଣା ନୁହେଁ ହତ୍ୟା କରିଥିଲେ ସ୍ୱାମୀ ଦୀପକ

Madhusudan Das Picture
Published On

ଭୁବନେଶ୍ୱର: ଅପର୍ଣ୍ଣା ପ୍ରିୟଦର୍ଶିନୀ କେସରେ ବଡ଼ ଖୁଲାସା । ଦୁର୍ଘଟଣା ନୁହେଁ ବରଂ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ହୋଇଥିଲା ହତ୍ୟା । ହତ୍ୟାକାଣ୍ଡ ଘଟାଇଥିଲେ ସ୍ୱାମୀ ଦୀପକ ରାଉତ । ଏ ନେଇ ସୂଚନା ଦେଇଛି ପୋଲିସ । ସେପଟେ ଖୁବଶୀଘ୍ର ଦୀପକ ରାଉତଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ । ଗତକାଲି ଝାରପଡା ଜେଲରେ ଦୀପକକୁ ପଚରାଉଚରା ବେଳେ ଅନେକ ସାଙ୍ଘାତିକ କଥା ପୋଲିସ ନିକଟରେ କହିଛି ଦୀପକ । କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଦୀପକ । 

୨୦୨୨ ମସିହା ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ କାର ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଖୁଣ୍ଟୁଣି ଥାନା ଅନ୍ତର୍ଗତ ରାଧାକିଶୋର ପୁର ଠାରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ପୋଲିସ ଆଗରେ କହିଥିଲା ଦୀପକ । ତଦନ୍ତକାରୀ ଅଧିକାରୀ ଡିଏସପି ଅଜୟ ଦାସ ଦୁର୍ଘଟଣା ମାମଲାର ସମସ୍ତ ନଥିପତ୍ରକୁ ଜବତ କରିବା ସହ ଅପର୍ଣ୍ଣାଙ୍କ ପରିବାରର ୮ ଜଣ ସଦସ୍ୟ, ଦୁର୍ଘଟଣା ମାମଲାର ତଦନ୍ତକାରୀ ଅଧିକାରୀ, ସାକ୍ଷୀ ଓ ତତ୍କାଳୀନ ଖୁଣ୍ଟୁଣି ଥାନା ଅଧିକାରୀଙ୍କୁ ପଚରାଉଚରା କରିଥିଲେ। ଅପର୍ଣ୍ଣାଙ୍କୁ ମୃତ ଘୋଷଣା କରିଥିବା ଡାକ୍ତର ଓ ମୃତଦେହକୁ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏଥିସହିତ ବ୍ୟବଚ୍ଛେଦ ସମୟରେ ଉପସ୍ଥିତ ଥିବା ଦୀପକର ଭାଇ, ଭାଉଜଙ୍କ ସମେତ ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଦୀପକର ଧରମ ଭଉଣୀ ତଥା କମିସନରେଟ ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳଙ୍କୁ ମଧ୍ୟ ଜେରା କରିଥିଲା ପୋଲିସ। 

ସେପଟେ ଅପର୍ଣ୍ଣାଙ୍କ ଶବ‌ ବ୍ୟବଚ୍ଛେଦ ରିପୋର୍ଟକୁ ପୁନଃ ଯାଞ୍ଚ କରାଯାଇଥିଲା। ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଅପର୍ଣ୍ଣାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଉଥରେ ଯାଞ୍ଚ କରି ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଡାକ୍ତରଙ୍କ ଚୁଡ଼ାନ୍ତ ରିପୋର୍ଟରୁ ପୋଲିସକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପୁନଃ ଯାଞ୍ଚ ପରେ ମଧ୍ୟ ତାହା ଦୁର୍ଘଟଣା ଜନିତ କ୍ଷତ ନୁହେଁ ବୋଲି ବରଂ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ