କରୋନା ଉଜାଡି ଦେଲା ସୁନାର ସଂସାର, ବାପା ମା’ ଙ୍କୁ ହରାଇ ଅନାଥ ହେଲେ ୩ଟି ସନ୍ତାନ

The Sakala Picture
Published On

ଭଦ୍ରକ :ମହାମାରୀ କରୋନା ଉଜାଡି ଦେଇଛି ସୁଖ ଦୁଃଖର ସଂସାର । ଆଉ ଛାଡିଦେଇ ଯାଇଛି ସଂସାର ର ବୋଝ, ଅନାଥ ହୋଇଛନ୍ତି ୩ ଟି ସନ୍ତାନ । ଠିକ ଗୋଟିଏ ବର୍ଷ ପୂର୍ବେ କେଉଁ ଅଜଣା ରୋଗରେ ମାଆ ଆରପାରିକୁ ଚାଲିଯାଇଥିବାବେଳେ, ଏଇ ମାତ୍ର କିଛି ଦିନ ତଳେ କରୋନା ମହାମାରୀ ରେ ଆକ୍ରାନ୍ତ ହୋଇ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ବାପା । ଯାହାକି ବୃଦ୍ଧ ବାପା ମାଆ ଜଣେ ରୋଜଗାରିଆ ପୁଅ କୁ […]

ଭଦ୍ରକ :ମହାମାରୀ କରୋନା ଉଜାଡି ଦେଇଛି ସୁଖ ଦୁଃଖର ସଂସାର । ଆଉ ଛାଡିଦେଇ ଯାଇଛି ସଂସାର ର ବୋଝ, ଅନାଥ ହୋଇଛନ୍ତି ୩ ଟି ସନ୍ତାନ । ଠିକ ଗୋଟିଏ ବର୍ଷ ପୂର୍ବେ କେଉଁ ଅଜଣା ରୋଗରେ ମାଆ ଆରପାରିକୁ ଚାଲିଯାଇଥିବାବେଳେ, ଏଇ ମାତ୍ର କିଛି ଦିନ ତଳେ କରୋନା ମହାମାରୀ ରେ ଆକ୍ରାନ୍ତ ହୋଇ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ବାପା । ଯାହାକି ବୃଦ୍ଧ ବାପା ମାଆ ଜଣେ ରୋଜଗାରିଆ ପୁଅ କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ପୁଅ ବୋହୁ କୁ ହରାଇ ବୃଦ୍ଧ ଦମ୍ପତି ଙ୍କ ଜୀବନ ଦୁର୍ବିସହ ହୋଇପଡିଥିବା ବେଳେ, ବୟସର ଅପରାହ୍ନ ରେ ପହଂଚିଥିବା ଏହି ବୃଦ୍ଧଦମ୍ପତିଙ୍କ ପାଇଁ ଅନାଥ ହୋଇଥିବା ୩ ଟି ସନ୍ତାନ ସନ୍ତତି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ତେବେ ଏଭଳି ସ୍ଥିତିରେ ସରକାରଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ଆକୁଳ ନିବେଦନ କରିଛନ୍ତି ଏହି ବୃଦ୍ଧ ଦମ୍ପତି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଆସିବ ଆଧୁନିକତା: କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ 'ଏଆଇ' (AI) ସବସ୍କ୍ରିପସନ୍ ପ୍ରସ୍ତାବ

ଏଭଳି କରୁଣ ପରିସ୍ଥିତିରେ ବୃଦ୍ଧ ଦମ୍ପତିଙ୍କ ଆକୁଳ ନିବେଦନ ମୋତେ ଟିକିଏ ସାହାଯ୍ୟ କର, ବାବୁ ମୋ ଗୁହାରି ଟିକେ ଶୁଣ,ମୋ ନାତି ନାତୁଣୀଙ୍କ ପାଇଁ ଦୟାକର । ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ନନ୍ଦପୁର ଗ୍ରାମରେ। ଏହି ଗ୍ରାମର ଶୁକଦେବ ନାଥ, ପତ୍ନୀ,ଏକ ମାତ୍ର ପୁଅ ମନୋଜ,୨ଜଣ ନାତୁଣୀ, ନାତି କୁ ନେଇ ତାଙ୍କ ପରିବାର । ଏକ ମାତ୍ର ରୋଜଗାରିଆ ପୁଅ ମନୋଜ ଅଟୋ ଚଳାଇ ପରିବାର ର ଭରଣପୋଷଣ କରୁଥିବା ବେଳେ, କରୋନା ରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ. ତେବେ ଚିକିତ୍ସାଧୀନ ଅବସ୍ଥାରେ ଚଳିତ ମାସ ଗତ ୩ ତାରିଖ ଦିନ ମନୋଜଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ମର ଶରୀର କୁ ଗାଁ କୁ ନ ଆଣି, ଜିଲ୍ଲାପ୍ରଶାସନ ପକ୍ଷରୁ ଶେଷକୃତ୍ୟ ସମ୍ପନ କରାଯାଇଥିଲା।ଏଭଳି ଖବର ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଥିବା ବେଳେ, ଏକ ମାତ୍ର ପୁଅକୁ ହରାଇ ବୃଦ୍ଧ ଦମ୍ପତି ଦୁଃଖ ରେ ମ୍ରିୟମାଣ ହୋଇପଡିଛନ୍ତି । ପୂର୍ବରୁ ବୋହୁ କନକଲତା ଗୋଟିଏ ବର୍ଷ ପୂର୍ବେ କରୋନା ମହାମାରୀ ସମୟରେ କେଉଁ ଅଜଣା ରୋଗରେ ମୃତ୍ୟୁ ବରଣ କରିଥିବା ବେଳେ, ଏଵେ ପୁଅ କୁ ହରାଇ ବୃଦ୍ଧ ଦମ୍ପତି ଙ୍କ ଜୀବନ ଦୁର୍ବିସହ ହୋଇପଡିଛି. ଅନ୍ୟପଟେ କୌଣସି ରୋଜଗାର ନ ଥିବା ଏହି ବୃଦ୍ଧ ଦମ୍ପତି ଙ୍କ ପାଇଁ ଏହି ୩ଟି ସନ୍ତାନ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି. ଏଭଳି ସ୍ଥିତି ରେ ଏହି ୩ ଟି ନାତି ନାତୁଣୀ ଙ୍କ ଭରଣ ପୋଷଣ ଚିନ୍ତାରେ ଶୁକଦେବ ସାହାଯ୍ୟ ସହଯୋଗକୁ ଅନାଇ ବସିଛନ୍ତି । ଅନ୍ୟପକ୍ଷରେ ଏହି ପରିବାର କୁ ତୁରନ୍ତ ସରକାରୀ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପୁଣି କରୋନା ଛନକା: ଗଞ୍ଜାମରେ ଚିହ୍ନଟ ହେଲେ ନୂଆ କୋଭିଡ-୧୯ ଆକ୍ରାନ୍ତ !

ତେବେ ମନୋଜଙ୍କ କରୋନାରେ ମୃତୁ ହେବା ପରେ, ଏକ ସ୍ୱତନ୍ତ୍ର ଟିମ ମନୋଜ ଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ଜିଲ୍ଲାପ୍ରଶାସନକୁ ପ୍ରଦାନ କରିଛି । କରୋନା ମହାମାରୀ ରେ ଅନାଥ ହୋଇଥିବା ପରିବାରଙ୍କ ପ୍ରତି ସରକାରଙ୍କ ସମବେଦନା ସହ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଯଥାଶୀଘ୍ର ଏହି ଅନାଥ ହୋଇଥିବା ପରିବାର ପ୍ରତି, ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରIଯିବା ବୋଲି ଜିଲ୍ଲାପାଳ ଡ଼.ଜ୍ଞାନ ଦାସ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

13 Jun 2021 By The Sakala

କରୋନା ଉଜାଡି ଦେଲା ସୁନାର ସଂସାର, ବାପା ମା’ ଙ୍କୁ ହରାଇ ଅନାଥ ହେଲେ ୩ଟି ସନ୍ତାନ

ଭଦ୍ରକ :ମହାମାରୀ କରୋନା ଉଜାଡି ଦେଇଛି ସୁଖ ଦୁଃଖର ସଂସାର । ଆଉ ଛାଡିଦେଇ ଯାଇଛି ସଂସାର ର ବୋଝ, ଅନାଥ ହୋଇଛନ୍ତି ୩ ଟି ସନ୍ତାନ । ଠିକ ଗୋଟିଏ ବର୍ଷ ପୂର୍ବେ କେଉଁ ଅଜଣା ରୋଗରେ ମାଆ ଆରପାରିକୁ ଚାଲିଯାଇଥିବାବେଳେ, ଏଇ ମାତ୍ର କିଛି ଦିନ ତଳେ କରୋନା ମହାମାରୀ ରେ ଆକ୍ରାନ୍ତ ହୋଇ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ବାପା । ଯାହାକି ବୃଦ୍ଧ ବାପା ମାଆ ଜଣେ ରୋଜଗାରିଆ ପୁଅ କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ପୁଅ ବୋହୁ କୁ ହରାଇ ବୃଦ୍ଧ ଦମ୍ପତି ଙ୍କ ଜୀବନ ଦୁର୍ବିସହ ହୋଇପଡିଥିବା ବେଳେ, ବୟସର ଅପରାହ୍ନ ରେ ପହଂଚିଥିବା ଏହି ବୃଦ୍ଧଦମ୍ପତିଙ୍କ ପାଇଁ ଅନାଥ ହୋଇଥିବା ୩ ଟି ସନ୍ତାନ ସନ୍ତତି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ତେବେ ଏଭଳି ସ୍ଥିତିରେ ସରକାରଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ଆକୁଳ ନିବେଦନ କରିଛନ୍ତି ଏହି ବୃଦ୍ଧ ଦମ୍ପତି ।

ଏଭଳି କରୁଣ ପରିସ୍ଥିତିରେ ବୃଦ୍ଧ ଦମ୍ପତିଙ୍କ ଆକୁଳ ନିବେଦନ ମୋତେ ଟିକିଏ ସାହାଯ୍ୟ କର, ବାବୁ ମୋ ଗୁହାରି ଟିକେ ଶୁଣ,ମୋ ନାତି ନାତୁଣୀଙ୍କ ପାଇଁ ଦୟାକର । ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ନନ୍ଦପୁର ଗ୍ରାମରେ। ଏହି ଗ୍ରାମର ଶୁକଦେବ ନାଥ, ପତ୍ନୀ,ଏକ ମାତ୍ର ପୁଅ ମନୋଜ,୨ଜଣ ନାତୁଣୀ, ନାତି କୁ ନେଇ ତାଙ୍କ ପରିବାର । ଏକ ମାତ୍ର ରୋଜଗାରିଆ ପୁଅ ମନୋଜ ଅଟୋ ଚଳାଇ ପରିବାର ର ଭରଣପୋଷଣ କରୁଥିବା ବେଳେ, କରୋନା ରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ. ତେବେ ଚିକିତ୍ସାଧୀନ ଅବସ୍ଥାରେ ଚଳିତ ମାସ ଗତ ୩ ତାରିଖ ଦିନ ମନୋଜଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ମର ଶରୀର କୁ ଗାଁ କୁ ନ ଆଣି, ଜିଲ୍ଲାପ୍ରଶାସନ ପକ୍ଷରୁ ଶେଷକୃତ୍ୟ ସମ୍ପନ କରାଯାଇଥିଲା।ଏଭଳି ଖବର ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଥିବା ବେଳେ, ଏକ ମାତ୍ର ପୁଅକୁ ହରାଇ ବୃଦ୍ଧ ଦମ୍ପତି ଦୁଃଖ ରେ ମ୍ରିୟମାଣ ହୋଇପଡିଛନ୍ତି । ପୂର୍ବରୁ ବୋହୁ କନକଲତା ଗୋଟିଏ ବର୍ଷ ପୂର୍ବେ କରୋନା ମହାମାରୀ ସମୟରେ କେଉଁ ଅଜଣା ରୋଗରେ ମୃତ୍ୟୁ ବରଣ କରିଥିବା ବେଳେ, ଏଵେ ପୁଅ କୁ ହରାଇ ବୃଦ୍ଧ ଦମ୍ପତି ଙ୍କ ଜୀବନ ଦୁର୍ବିସହ ହୋଇପଡିଛି. ଅନ୍ୟପଟେ କୌଣସି ରୋଜଗାର ନ ଥିବା ଏହି ବୃଦ୍ଧ ଦମ୍ପତି ଙ୍କ ପାଇଁ ଏହି ୩ଟି ସନ୍ତାନ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି. ଏଭଳି ସ୍ଥିତି ରେ ଏହି ୩ ଟି ନାତି ନାତୁଣୀ ଙ୍କ ଭରଣ ପୋଷଣ ଚିନ୍ତାରେ ଶୁକଦେବ ସାହାଯ୍ୟ ସହଯୋଗକୁ ଅନାଇ ବସିଛନ୍ତି । ଅନ୍ୟପକ୍ଷରେ ଏହି ପରିବାର କୁ ତୁରନ୍ତ ସରକାରୀ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

ତେବେ ମନୋଜଙ୍କ କରୋନାରେ ମୃତୁ ହେବା ପରେ, ଏକ ସ୍ୱତନ୍ତ୍ର ଟିମ ମନୋଜ ଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ଜିଲ୍ଲାପ୍ରଶାସନକୁ ପ୍ରଦାନ କରିଛି । କରୋନା ମହାମାରୀ ରେ ଅନାଥ ହୋଇଥିବା ପରିବାରଙ୍କ ପ୍ରତି ସରକାରଙ୍କ ସମବେଦନା ସହ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଯଥାଶୀଘ୍ର ଏହି ଅନାଥ ହୋଇଥିବା ପରିବାର ପ୍ରତି, ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରIଯିବା ବୋଲି ଜିଲ୍ଲାପାଳ ଡ଼.ଜ୍ଞାନ ଦାସ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର