ଆଜି କଂଗ୍ରେସର ବିଧାନସଭା ଘେରାଉ
ଭୁବନେଶ୍ୱର: ଆଜି ବିଧାନସଭା ସମ୍ମୁଖ ଗାନ୍ଧୀମାର୍ଗରେ ବଡ଼ ଧରଣର ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ। ନାରୀ ସୁରକ୍ଷା ପ୍ରସଙ୍ଗରେ ପ୍ରାୟ ୨୫ରୁ ୩୦ ହଜାର କଂଗ୍ରେସ କର୍ମୀ ବିଧାନସଭା ଘେରାଉ କରିବାକୁ ଦଳ ଲକ୍ଷ୍ୟ ରଖିଛି। ସେହି ଅନୁଯାୟୀ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ରାମ ମନ୍ଦିର ନିକଟରୁ କଂଗ୍ରେସର ବିଶାଳ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ବାହାରିବ। ମାଷ୍ଟର କ୍ୟାଣ୍ଟିନଛକରେ ଶୋଭାଯାତ୍ରା ପହଞ୍ଚିବା ପରେ ଗାନ୍ଧୀମାର୍ଗରେ ଏକ ସଭା ଅନୁଷ୍ଠିତ ହେବ। ଏହାପରେ […]
ଭୁବନେଶ୍ୱର: ଆଜି ବିଧାନସଭା ସମ୍ମୁଖ ଗାନ୍ଧୀମାର୍ଗରେ ବଡ଼ ଧରଣର ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ। ନାରୀ ସୁରକ୍ଷା ପ୍ରସଙ୍ଗରେ ପ୍ରାୟ ୨୫ରୁ ୩୦ ହଜାର କଂଗ୍ରେସ କର୍ମୀ ବିଧାନସଭା ଘେରାଉ କରିବାକୁ ଦଳ ଲକ୍ଷ୍ୟ ରଖିଛି। ସେହି ଅନୁଯାୟୀ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ରାମ ମନ୍ଦିର ନିକଟରୁ କଂଗ୍ରେସର ବିଶାଳ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ବାହାରିବ। ମାଷ୍ଟର କ୍ୟାଣ୍ଟିନଛକରେ ଶୋଭାଯାତ୍ରା ପହଞ୍ଚିବା ପରେ ଗାନ୍ଧୀମାର୍ଗରେ ଏକ ସଭା ଅନୁଷ୍ଠିତ ହେବ। ଏହାପରେ କଂଗ୍ରେସ କର୍ମୀମାନେ ବିଧାନସଭା ଅଭିମୁଖେ ବାହାରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଶୋଭାଯାତ୍ରାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ସେ କହିଛନ୍ତି ଯେ ଆସନ୍ତାକାଲି ବିଧାନସଭା ଘେରଉ ପାଇଁ ଭୁବନେଶ୍ୱର ବାହାରୁ ଥିବା କଂଗ୍ରେସ ନେତା ଓ ସେମାନଙ୍କୁ ଗାଡ଼ିକୁ ଅଟକାଯାଉଛି। ଝାରସୁଗୁଡ଼ା ଥାନାରେ ଏନ୍ଏ୍ସ୍ୟୁଆଇ ଅଧ୍ୟକ୍ଷ ଏବଂ ଯୁବ କଂଗ୍ରେସ ଅଧ୍ୟକ୍ଷଙ୍କୁ ଅଟକ ରଖାଯାଇଛି ବୋଲି ସେ କହିଛନ୍ତି।






