Monday Horoscope: ସୋମବାର ରାଶିଫଳ (୧୨-୧୦-୨୦୨୬)

Madhusudan Das Picture
Published On

ମେଷ: ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। ବିବାହକୁ ନେଇ ଚିନ୍ତାରେ ରହିବେ। ନୂଆ ନିଯୁକ୍ତି ଅବସର ମିଳିବ। ନିଜ ପାଇଁ ସମୟ ବାହାର କରିବେ। ମନମୁତାବକ କାମ ମିଳିବ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ (୦୫-୧୦-୨୦୨୬)

ବୃଷ: ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ସନ୍ତାନଙ୍କ କ୍ୟାରିୟର୍‌କୁ ନେଇ ଚିନ୍ତାରେ ରହିବେ। ବ୍ୟାଙ୍କ ଓ ଆଇଟି କ୍ଷେତ୍ରରେ ସଫଳତା ମିଳିବ। ଚିନ୍ତା ଓ ଅବସାଦରେ ରହିବେ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ (୦୭-୧୦-୨୦୨୬)

ମିଥୁନ: ସମୟର ସଦୁପଯୋଗ କରିବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଠକାମିର ଶିକାର ହୋଇପାରନ୍ତି। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ।  ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହୋଇପାରନ୍ତି।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ଚାକିରି ପାଇଁ ବିଦେଶ ଯାତ୍ରା କରିପାରନ୍ତି। ପ୍ରିୟଜନଙ୍କ କଥା ଦୁଃଖ ଦେବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ପେଟ ଜନିତ ସମସ୍ୟା ଦେଖା ଦେବ। କାର୍ଯ୍ୟରୁ ଆଶାଜନକ ଲାଭ ମିଳିବ ନାହିଁ।  

ସିଂହ: ଇଚ୍ଛା ପୂରଣ ହେବ। ରାଜନୀତିରେ ସକ୍ରିୟ ହେବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ଅପ୍ରିୟ ସତ କହି ହଇରାଣରେ ପଡ଼ିପାରନ୍ତି। ଧାର୍ମିକକାର୍ଯ୍ୟରେ ମନୋନିବେଶ କରିବେ।  

କନ୍ୟା: ମନ ଖୁସି ରହିବ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ନୂଆ ଚାକିରି ମିଳିବା ସମ୍ଭାବନା ଅଛି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍‌ବୁଝାମଣା ଦେଖା ଦେଇପାରେ।  

ତୁଳା: ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ। ଅଫିସ୍‌ରେ ଅସୁବିଧାର ସମ୍ମୁଖୀନ ହେବେ। ଚାକିରିରେ ବଦଳି ସମ୍ଭାବନା ଅଛି। ଦାନ ଧର୍ମ କରିବେ।  

ବିଛା: ମନପସନ୍ଦ କାମରୁ ସଫଳତା ମିଳିବ। ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଚିନ୍ତାରେ ରହିବେ। ଧନ ଆଗମନ ହେବ। ନିବେଶରୁ ଲାଭ ମିଳିବ। ଅଫିସ୍‌ କାମ ଠିକ୍‌ ସମୟରେ ଶେଷ କରିବେ। 

ଧନୁ: କ୍ରୀଡ଼ାବିତ୍‌ଙ୍କୁ ଶୁଭ ଖବର ମିଳିପାରେ। ଜମି କାରବାରରେ ସଫଳ ହେବେ। ଅଯଥା କାମରେ ସମୟ ନଷ୍ଟ ହେବ। ପିଲାମାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଚିନ୍ତିତ ରହିବେ।  

ମକର: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଦୂର ସ୍ଥାନକୁ ଯାତ୍ରାଯୋଗ ଅଛି। ବ୍ୟବସାୟୀ ନୂଆ ବ୍ୟବସାୟର ଯୋଜନା କରିବେ। ପ୍ରେମୀ ଯୁଗଳ ସୁନ୍ଦର ସମୟ ଅତିବାହିତ କରିବେ। 

କୁମ୍ଭ: ଦିନଟି ବ୍ୟସ୍ତତା ଭିତରେ କଟିବ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ କରିବେ। ଅବିବାହିତଙ୍କ ବିବାହ ସ୍ଥିର ହେବ। ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। 

ମୀନ: ନୂଆ କାମ ଆରମ୍ଭ କରିବା ପାଇଁ ଭଲ ସମୟ। ଧାର କରଜରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ କ୍ଷତି ସହିପାରନ୍ତି। ପ୍ରିୟବନ୍ଧୁଙ୍କୁ ନିଜ ମନକଥା କହିବେ। ଆର୍ଥିକ ସ୍ଥିତି ମଜଭୁତ୍‌ ହେବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp