ନଦୀରେ ଗାଧେଇବା ବେଳେ ପାଣିରେ ବୁଡିଗଲେ ଦୁଇ ନାବାଳକ ଭାଇ; ଜଣେ ମୃତ, ଅନ୍ୟ ଜଣେ ନିଖୋଜ

Madhusudan Das Picture
Published On

ବାଲିବନ୍ଧ/କେନ୍ଦୁଝର: ନଦୀରେ ଗାଧୋଇବା ହେଲା କାଳ । ପାଣିରେ ବୁଡି ଚାଲିଗଲା ନାବାଳକ ଛାତ୍ରର ଜୀବନ । ଝୁମ୍ପୁରା ଥାନା ଅଧିନ ଅର୍ଶଳା ପଞ୍ଚାୟତ ଅର୍ଶଳା ଗ୍ରାମନିକଟରେ ଥିବା ଅରଡେଇ ନଦୀରେ ଘଟିଛି ଏପରି ଏକ ହୃଦୟବିଦାରକ ଘଟଣା । ୬ଜଣ ନାବାଳକ ଛାତ୍ର ସାଙ୍ଗ ହୋଇ ନଦୀରେ ଗାଧେଇବା ବେଳେ ଦୁଇ ଜଣ ପାଣିରେ ବୁଡି ଯାଇଥିଲେ । ପାଣିରେ ବୁଡି ସାନ ଭାଇର ମୃତ୍ୟୁ ହୋଇଥିବା ବେଳେ ବଡ ଭାଇ ଏବେ ବି ନିଖୋଜ ଅଛି । ଘଟଣାସ୍ଥଳରେ ଝୁମ୍ପୁରା ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକେ ଖୋଜାଖୋଜି ଜାରି ରଖିଛନ୍ତି । ମୃତ ନାବାଳକ  ୭ମ ଶ୍ରେଣୀ ଛାତ୍ର ମହମ୍ମଦ ସାଦ ଆନସାରୀ (୧୨) ଏବଂ ନିଖୋଜ ନାବାଳକ ଜଣକ ୯ମ ଶ୍ରେଣୀ ଛାତ୍ର ଅହମ୍ମଦ ଆନସାରୀ (୧୪) ବୋଲି ଜଣାପଡିଛି । ଅନ୍ୟ ଜଣେ ଗୁରୁତର ଭାବେ ଉଦ୍ଧାର କରାଯାଇଥିବା ନାବାଳକ ୯ମ ଶ୍ରେଣୀ ଛାତ୍ର  ମୁସ୍ତାଫା ଆନସାରୀ (୧୪)ବୋଲି ଜଣାପଡିଛି। 

ଆହୁରି ପଢ଼ନ୍ତୁ: ଘରକୁ ଫେରୁଥିବାବେଳେ କେନାଲରେ ପଡି ବାଇକ ଚାଳକ ମୃତ

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନ ସମୟରେ ଅର୍ଶଳା  ଗ୍ରାମର ମୁସଲିମ ବସ୍ତି ରୁ ୬ଜଣ ନାବାଳକ ଛାତ୍ରସାଙ୍ଗ ହୋଇ ତେଲିଅର୍ଶଳା (ଜୁଆରିଗୋଡା )ନିକଟ ଅରଡେଇ ନଦୀକୁ ଗାଧେଇବାକୁ ଯାଇଥିଲେ ।  ସେଥିମଧ୍ୟରୁ  ୪ଜଣ ସାଙ୍ଗ ନଦୀ କୂଳରେ ବସିଥିବା ବେଳେ, ଦୁଇ ଭାଇ ଗାଧେଇବା ପାଇଁ ନଦୀ ଭିତରକୁ ଯାଇଥିଲେ । ଗାଧେଇବା ବେଳେ ପ୍ରଥମେ ବଡ ଭାଇ ଅହମ୍ମଦ ବୁଡି ଯାଇଥିଲା। ପରେ ପରେ ସାନ ଭାଇ ମହମ୍ମଦ ସାଦ ମଧ୍ୟ ପାଣିରେ ବୁଡି ଯାଇଥିଲା । ଏହା ଦେଖି ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ମୁସ୍ତାଫା ପାଣି ଭିତରକୁ ଡେଇଁ ପଡିଥିଲା । ଦୁଇ ଭାଇଙ୍କୁ ଉଦ୍ଧାର କରିବାକୁ ଯାଇ ମୁସ୍ତାଫା ବିଫଳ ହୋଇଲା । ମୁସ୍ତଫା ମଧ୍ୟ ପାଣିରେ ଧିରେ ଧିରେ ବୁଡି ଯାଉଥିବା ବେଳେ ଚିତ୍କାର କରିଥିଲା, ଫଳରେ ସ୍ଥାନୀୟ ଲୋକେ ଦୌଡ଼ି ଆସି ମୁସ୍ତଫା ଏବଂ ମହମ୍ମଦ ସାଦକୁ ଉଦ୍ଧାର କରି ପରିବାରବର୍ଗଙ୍କୁ ଖବର ଦେଇଥିଲେ । 

ଆହୁରି ପଢ଼ନ୍ତୁ: ନାମାଙ୍କନ ଦାଖଲ ପୂର୍ବରୁ ଭଦ୍ରକର ୨ଟି କଲେଜରେ ନିର୍ବାଚନ ବାତିଲ୍

ପରିବାରବର୍ଗ ଘଟଣାସ୍ଥଳ ରେ ପହଁଚି  ମୁସ୍ତଫା ଏବଂ ସାଦକୁ ଝୁମ୍ପୁରା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଯାଞ୍ଚ ପରେ ଡାକ୍ତର ମହମ୍ମଦ ସାଦକୁ ମୃତ ଘୋଷଣା କରିଥିଲେ । ଏବଂ ପ୍ରାଥମିକ ଚିକିତ୍ସା ପରେ ମୁସ୍ତଫାକୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନସ୍ତର କରାଯାଇଥିଲା ।  ଅନ୍ୟପକ୍ଷରେ ନିଖୋଜ ଥିବା ଅହମ୍ମଦକୁ ଉଦ୍ଧାର କରିବା ପାଇଁ ଝୁମ୍ପୁରା ଅଗ୍ନିଶମ ବାହିନୀ, ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ଖୋଜାଖୋଜି ଜାରି ରଖିଛନ୍ତି । ଘଟଣାସ୍ଥଳରେ ଝୁମ୍ପୁରା ପୁଲିସ ପହଁଚି ପାରିପାର୍ଶ୍ଵିକସ୍ଥିତି ଅନୁଧ୍ୟାନ କରିବା ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛଦ ପାଇଁ ଚମ୍ପୁଆ ଡାକ୍ତରଖାନାକୁ ପଠାଇଛି। ଖବର ଲେଖା ହେବା ଶୁଦ୍ଧା ଅହମ୍ମଦର କୌଣସି ପତ୍ତା ମିଳି ନାହିଁ ।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତିତା ହେଉଥିବା ବିଜେଡିର ଅଭିଯୋଗ: 'କ୍ୟାମ୍ପସ ରାଜନୀତିରେ ବିଜେପି ନେତାଙ୍କ ହସ୍ତକ୍ଷେପ ଅଗ୍ରହଣୀୟ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର