ପ୍ରଗତିଶୀଳ, ଗରିବ ସ୍ୱାର୍ଥ ଏବଂ ବିକାଶଶୀଳ ଅଭିମୁଖୀ ବଜେଟ: ନବୀନ

The Sakala Picture
Published On

୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ସବୁ ଦିଗକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ବିକାଶ ରଥକୁ ଏ ବଜେଟ୍ ଆହୁରି ଆଗକୁ ନେବ । ଗରିବ ପରିବାର ଗୁଡିକର ଆୟ ବୃଦ୍ଧି ସହ କୃଷକ ପରିବାରର ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବ । ସବୁ ଦିଗକୁ ଫୋକସ୍ କରି ଏକ ସମତୁଲ ବଜେଟ୍ ଆଣିଛନ୍ତି ସରକାର । ରାଜ୍ୟ ବଜେଟକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । […]

୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ସବୁ ଦିଗକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ବିକାଶ ରଥକୁ ଏ ବଜେଟ୍ ଆହୁରି ଆଗକୁ ନେବ । ଗରିବ ପରିବାର ଗୁଡିକର ଆୟ ବୃଦ୍ଧି ସହ କୃଷକ ପରିବାରର ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବ । ସବୁ ଦିଗକୁ ଫୋକସ୍ କରି ଏକ ସମତୁଲ ବଜେଟ୍ ଆଣିଛନ୍ତି ସରକାର । ରାଜ୍ୟ ବଜେଟକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ନବୀନ ଦର୍ଶାଇଛନ୍ତି ଚଳିତ ବଜେଟରେ ପାଣ୍ଠି ବରାଦର ପରିମାଣ ୨ ଲକ୍ଷ କୋଟିକୁ ବଢିଛି । କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ଖର୍ଚ୍ଚ ହେବ ୧ ଲକ୍ଷ କୋଟି । ଏହା ସବୁ ଦୃଷ୍ଟିରୁ ଏକ ଐତିହାସିକ ବଜେଟ୍ । ବଜେଟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା, ଉନ୍ନତମାନର ଶିକ୍ଷା, ସ୍କୁଲ ରୂପାନ୍ତରଣ, ମହିଳା ଶସକ୍ତିକରଣ, ଭିତ୍ତିଭୂମି ବିକାଶକୁ ଅଗ୍ରାଧିକାର ମିଳିଛି । ଉନ୍ନତ ଜୀବନ ସହ ଜୀବିକା ଯୋଗାଣକୁ ମଧ୍ୟ ସରକାର ବଜେଟରେ ଫୋକସ୍ କରିଛନ୍ତି । ରାଜ୍ୟର ଅଭିବୃଦ୍ଧି ହାରକୁ ଦୃତ ଗତିରେ ଆଗକୁ ନେବାକୁ ପୁଞ୍ଜି ବ୍ୟୟକୁ ସରକାର ୫୬ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ମିଶନ ଶକ୍ତି ପାଇଁ ୨ହଜାର କୋଟିର ସ୍ୱତନ୍ତ୍ର ବଜେଟ୍ ବରାଦ କରିଛନ୍ତି । ଏହା ରାଜ୍ୟର ୭୦ଲକ୍ଷ୍ୟ ମହିଳାଙ୍କ ଆର୍ଥିକ ସ୍ୱାଧିନତାକୁ ଅଧିକ ସୁଦୃଢ କରିବ । ଭବିଷ୍ୟତରେ କୌଣସି ଦୁର୍ବିପାକ ବେଳେ ଆର୍ଥିକ ମୁକାବିଲା ପାଇଁ ସରକାର ‘ବଜେଟ୍ ଷ୍ଟାବିଲାଇଜେସନ ଫଣ୍ଡ’ ଗଠନ କରିଛନ୍ତି । ଯାହା ସଙ୍କଟ ସମୟରେ ରାଜ୍ୟର ଆର୍ଥିକ ପରିଚାଳନାକୁ ଆହୁରି ସୁଦୃଢ କରିବ । ୫ ଟି ଓ ମୋ ସରକାର ଆଧାରରେ ବଜେଟ ପ୍ରସ୍ତୁତ ହୋଇଛି । ଏ ବଜେଟ୍ ରାଜ୍ୟବାସୀଙ୍କ ଆଶା ଆକାଂଖ୍ୟାକୁ ନିଶ୍ଚୟ ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

02 Jul 2022 By The Sakala

ପ୍ରଗତିଶୀଳ, ଗରିବ ସ୍ୱାର୍ଥ ଏବଂ ବିକାଶଶୀଳ ଅଭିମୁଖୀ ବଜେଟ: ନବୀନ

୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ସବୁ ଦିଗକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ବିକାଶ ରଥକୁ ଏ ବଜେଟ୍ ଆହୁରି ଆଗକୁ ନେବ । ଗରିବ ପରିବାର ଗୁଡିକର ଆୟ ବୃଦ୍ଧି ସହ କୃଷକ ପରିବାରର ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବ । ସବୁ ଦିଗକୁ ଫୋକସ୍ କରି ଏକ ସମତୁଲ ବଜେଟ୍ ଆଣିଛନ୍ତି ସରକାର । ରାଜ୍ୟ ବଜେଟକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବୀନ ଦର୍ଶାଇଛନ୍ତି ଚଳିତ ବଜେଟରେ ପାଣ୍ଠି ବରାଦର ପରିମାଣ ୨ ଲକ୍ଷ କୋଟିକୁ ବଢିଛି । କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ଖର୍ଚ୍ଚ ହେବ ୧ ଲକ୍ଷ କୋଟି । ଏହା ସବୁ ଦୃଷ୍ଟିରୁ ଏକ ଐତିହାସିକ ବଜେଟ୍ । ବଜେଟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା, ଉନ୍ନତମାନର ଶିକ୍ଷା, ସ୍କୁଲ ରୂପାନ୍ତରଣ, ମହିଳା ଶସକ୍ତିକରଣ, ଭିତ୍ତିଭୂମି ବିକାଶକୁ ଅଗ୍ରାଧିକାର ମିଳିଛି । ଉନ୍ନତ ଜୀବନ ସହ ଜୀବିକା ଯୋଗାଣକୁ ମଧ୍ୟ ସରକାର ବଜେଟରେ ଫୋକସ୍ କରିଛନ୍ତି । ରାଜ୍ୟର ଅଭିବୃଦ୍ଧି ହାରକୁ ଦୃତ ଗତିରେ ଆଗକୁ ନେବାକୁ ପୁଞ୍ଜି ବ୍ୟୟକୁ ସରକାର ୫୬ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ମିଶନ ଶକ୍ତି ପାଇଁ ୨ହଜାର କୋଟିର ସ୍ୱତନ୍ତ୍ର ବଜେଟ୍ ବରାଦ କରିଛନ୍ତି । ଏହା ରାଜ୍ୟର ୭୦ଲକ୍ଷ୍ୟ ମହିଳାଙ୍କ ଆର୍ଥିକ ସ୍ୱାଧିନତାକୁ ଅଧିକ ସୁଦୃଢ କରିବ । ଭବିଷ୍ୟତରେ କୌଣସି ଦୁର୍ବିପାକ ବେଳେ ଆର୍ଥିକ ମୁକାବିଲା ପାଇଁ ସରକାର ‘ବଜେଟ୍ ଷ୍ଟାବିଲାଇଜେସନ ଫଣ୍ଡ’ ଗଠନ କରିଛନ୍ତି । ଯାହା ସଙ୍କଟ ସମୟରେ ରାଜ୍ୟର ଆର୍ଥିକ ପରିଚାଳନାକୁ ଆହୁରି ସୁଦୃଢ କରିବ । ୫ ଟି ଓ ମୋ ସରକାର ଆଧାରରେ ବଜେଟ ପ୍ରସ୍ତୁତ ହୋଇଛି । ଏ ବଜେଟ୍ ରାଜ୍ୟବାସୀଙ୍କ ଆଶା ଆକାଂଖ୍ୟାକୁ ନିଶ୍ଚୟ ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି ।

https://www.thesakala.in/latest-odisha-news/cm-naveens-reaction-on-budget-progressive-pro-poor-and-developmemnt-oriented-budget/article-12968
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର