ଦୁବାଇରେ ମୁଖ୍ୟମନ୍ତ୍ରୀ: ନିବେଶକଙ୍କୁ ଦେବେ ନିମନ୍ତ୍ରଣ, ବ୍ୟାପକ ନିଯୁକ୍ତି ସୁଯୋଗ ପାଇଁ ଫିଟିବ ବାଟ

The Sakala Picture
Published On

ଆବୁଧାବି: ଦୁବାଇରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟିମ୍ ଓଡ଼ିଶା। ଆଗାମୀ ୨୯ ରେ ଆୟୋଜନ ହେବ ମେକ ଇନ ଓଡ଼ିଶା କନକ୍ଲେଭ। ଏଥିପାଇିଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ପ୍ରକ୍ରିୟାକରଣରୁ ନେଇ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରିରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ନବୀନ ଆମନ୍ତ୍ରଣ କରିବେ। ସୌର ଶକ୍ତି କ୍ଷେତ୍ରରେ ବି ପୁଞ୍ଜି ନିବେଶର ଆଶା ରହିଛି । ସରକାରଙ୍କ ସିଙ୍ଗଲ ଉଇଣ୍ଡୋ […]

ଆବୁଧାବି: ଦୁବାଇରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟିମ୍ ଓଡ଼ିଶା। ଆଗାମୀ ୨୯ ରେ ଆୟୋଜନ ହେବ ମେକ ଇନ ଓଡ଼ିଶା କନକ୍ଲେଭ। ଏଥିପାଇିଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ପ୍ରକ୍ରିୟାକରଣରୁ ନେଇ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରିରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ନବୀନ ଆମନ୍ତ୍ରଣ କରିବେ। ସୌର ଶକ୍ତି କ୍ଷେତ୍ରରେ ବି ପୁଞ୍ଜି ନିବେଶର ଆଶା ରହିଛି । ସରକାରଙ୍କ ସିଙ୍ଗଲ ଉଇଣ୍ଡୋ ଯୋଗୁଁ କିପରି ଓଡ଼ିଶା ଏବେ ଇନଭେଷ୍ଟମେଣ୍ଟ ହବ୍‌ରେ ପରିଣତ ହୋଇଛି ସେ ନେଇ ବୁଝାଇ କହିବେ ନବୀନ । ଇନଭେଷ୍ଟର ମିଟ୍ ପରେ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ଆଲୋଚନା ବି କରିବେ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ମୁଖ୍ୟମନ୍ତ୍ରୀଙ୍କ ଓ୍ବାନ ଟୁ ଓ୍ବାନ ପୂର୍ବରୁ ଅଧିକାରୀମାନେ ବିଭିନ୍ନ କର୍ପୋରେଟ କମ୍ପାନୀ ସହ ପୁଞ୍ଜିନିବେଶର ବାସ୍ତବତା, ସମ୍ଭାବନା ଓ ସୁଯୋଗ ଆଲୋଚନା କରି ଖସଡ଼ା ପ୍ରସ୍ତୁତ କରୁଛନ୍ତି । ଏଥିସହ ଓଡ଼ିଶା କାହିଁକି ଉତ୍ତମ ବିକଳ୍ପ ସେକଥା କହିବେ ରାଜ୍ୟରେ ସଫଳତାର ସହ ପୁଞ୍ଜିନିବେଶ କରିଥିବା ଶିଳ୍ପପତିଙ୍କ ପ୍ରତିନିଧି ଦଳ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ପୁଞ୍ଜିନିବେଶ କ୍ଷେତ୍ରରେ ଶୂନରୁ ଶୀର୍ଷରେ ପହଞ୍ଚିଛି ଓଡ଼ିଶା । ୨୨ ବର୍ଷରେ ବଦଳିଛି ଚିତ୍ର । ଶିଳ୍ପ ଆଉ ସ୍ବପ୍ନ ନୁହେଁ । ନିବେଶ ପାଇଁ ଓଡ଼ିଶା ନାଁ ହିଁ କାଫି । ଏସବୁ ସମ୍ଭବ ହୋଇପାରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଜନ ଓ ପ୍ଲାନ ପାଇଁ । କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରର ବଡ଼ ବଡ଼ କର୍ପୋରେଟ କମ୍ପାନୀ ଏବେ ଓଡ଼ିଶା ମୁହାଁ । ମଧ୍ୟପ୍ରାଚ୍ୟରେ ମେକ ଇନ ଓଡ଼ିଶା କନକ୍ଲେଭ ବି ରାଜ୍ୟ ଶିଳ୍ପ ଅଭିବୃଦ୍ଧି ପାଇଁ ଆଣିବ ବଡ଼ ସୁଯୋଗ । କନକ୍ଲେଭ ପରେ ୟୁନାଇଟେଡ଼୍ ଆରବ ଏମିରେଟ୍ସର ୭ଟି ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ରାଜ୍ୟର କଳା,ସଂସ୍କୃତିରେ ଭାବ ବିନିମୟ ନେଇ ଆଲୋଚନା କରିବେ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ପୁଞ୍ଜିନିବେଶ ପାଇଁ ବଡ଼ ପ୍ଲାଟଫର୍ମ ସାଜିବ ମେକ ଇନ ଓଡ଼ିଶା କନକ୍ଲେଭ । ଏହାଦ୍ବାରା ଓଡ଼ିଶାରେ ବ୍ୟାପକ ନିଯୁକ୍ତି ସୁଯୋଗ ପାଇଁ ବାଟ ଫିଟିବ । ୨୯ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ଯୋଗଦେବା ପରେ ୩୦ରେ ଦିଲ୍ଲୀରେ ପହଞ୍ଚିବେ। ସେହିଦିନ ରାତିରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ଯକ୍ରମ ରହିଛି।

27 Jun 2022 By The Sakala

ଦୁବାଇରେ ମୁଖ୍ୟମନ୍ତ୍ରୀ: ନିବେଶକଙ୍କୁ ଦେବେ ନିମନ୍ତ୍ରଣ, ବ୍ୟାପକ ନିଯୁକ୍ତି ସୁଯୋଗ ପାଇଁ ଫିଟିବ ବାଟ

ଆବୁଧାବି: ଦୁବାଇରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟିମ୍ ଓଡ଼ିଶା। ଆଗାମୀ ୨୯ ରେ ଆୟୋଜନ ହେବ ମେକ ଇନ ଓଡ଼ିଶା କନକ୍ଲେଭ। ଏଥିପାଇିଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ପ୍ରକ୍ରିୟାକରଣରୁ ନେଇ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରିରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ନବୀନ ଆମନ୍ତ୍ରଣ କରିବେ। ସୌର ଶକ୍ତି କ୍ଷେତ୍ରରେ ବି ପୁଞ୍ଜି ନିବେଶର ଆଶା ରହିଛି । ସରକାରଙ୍କ ସିଙ୍ଗଲ ଉଇଣ୍ଡୋ ଯୋଗୁଁ କିପରି ଓଡ଼ିଶା ଏବେ ଇନଭେଷ୍ଟମେଣ୍ଟ ହବ୍‌ରେ ପରିଣତ ହୋଇଛି ସେ ନେଇ ବୁଝାଇ କହିବେ ନବୀନ । ଇନଭେଷ୍ଟର ମିଟ୍ ପରେ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ଆଲୋଚନା ବି କରିବେ ।

ମୁଖ୍ୟମନ୍ତ୍ରୀଙ୍କ ଓ୍ବାନ ଟୁ ଓ୍ବାନ ପୂର୍ବରୁ ଅଧିକାରୀମାନେ ବିଭିନ୍ନ କର୍ପୋରେଟ କମ୍ପାନୀ ସହ ପୁଞ୍ଜିନିବେଶର ବାସ୍ତବତା, ସମ୍ଭାବନା ଓ ସୁଯୋଗ ଆଲୋଚନା କରି ଖସଡ଼ା ପ୍ରସ୍ତୁତ କରୁଛନ୍ତି । ଏଥିସହ ଓଡ଼ିଶା କାହିଁକି ଉତ୍ତମ ବିକଳ୍ପ ସେକଥା କହିବେ ରାଜ୍ୟରେ ସଫଳତାର ସହ ପୁଞ୍ଜିନିବେଶ କରିଥିବା ଶିଳ୍ପପତିଙ୍କ ପ୍ରତିନିଧି ଦଳ ।

ପୁଞ୍ଜିନିବେଶ କ୍ଷେତ୍ରରେ ଶୂନରୁ ଶୀର୍ଷରେ ପହଞ୍ଚିଛି ଓଡ଼ିଶା । ୨୨ ବର୍ଷରେ ବଦଳିଛି ଚିତ୍ର । ଶିଳ୍ପ ଆଉ ସ୍ବପ୍ନ ନୁହେଁ । ନିବେଶ ପାଇଁ ଓଡ଼ିଶା ନାଁ ହିଁ କାଫି । ଏସବୁ ସମ୍ଭବ ହୋଇପାରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଜନ ଓ ପ୍ଲାନ ପାଇଁ । କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରର ବଡ଼ ବଡ଼ କର୍ପୋରେଟ କମ୍ପାନୀ ଏବେ ଓଡ଼ିଶା ମୁହାଁ । ମଧ୍ୟପ୍ରାଚ୍ୟରେ ମେକ ଇନ ଓଡ଼ିଶା କନକ୍ଲେଭ ବି ରାଜ୍ୟ ଶିଳ୍ପ ଅଭିବୃଦ୍ଧି ପାଇଁ ଆଣିବ ବଡ଼ ସୁଯୋଗ । କନକ୍ଲେଭ ପରେ ୟୁନାଇଟେଡ଼୍ ଆରବ ଏମିରେଟ୍ସର ୭ଟି ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ରାଜ୍ୟର କଳା,ସଂସ୍କୃତିରେ ଭାବ ବିନିମୟ ନେଇ ଆଲୋଚନା କରିବେ ।

ପୁଞ୍ଜିନିବେଶ ପାଇଁ ବଡ଼ ପ୍ଲାଟଫର୍ମ ସାଜିବ ମେକ ଇନ ଓଡ଼ିଶା କନକ୍ଲେଭ । ଏହାଦ୍ବାରା ଓଡ଼ିଶାରେ ବ୍ୟାପକ ନିଯୁକ୍ତି ସୁଯୋଗ ପାଇଁ ବାଟ ଫିଟିବ । ୨୯ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ଯୋଗଦେବା ପରେ ୩୦ରେ ଦିଲ୍ଲୀରେ ପହଞ୍ଚିବେ। ସେହିଦିନ ରାତିରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ଯକ୍ରମ ରହିଛି।

https://www.thesakala.in/latest-odisha-news/cm-naveen-pattnaik-may-invite-investors-in-make-in-odisha-conclave/article-12839
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର