MKCG ମେଡିକାଲ କଲେଜର ପିଜି ପ୍ରଥମ ବର୍ଷ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

The Sakala Picture
Published On

ବ୍ରହ୍ମପୁର : ବ୍ରହ୍ମପୁର: ଏମକେସିଜିର ମେଡିକାଲ କଲେଜରେ ଏସଆର ହଷ୍ଟେଲରୁ ଜଣେ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଡାକ୍ତର ଚର୍ମ ବିଭାଗ ପିଜିର ପ୍ରଥମ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି। ମୃତ ଡାକ୍ତରୀ ଛାତ୍ରୀଙ୍କ ନାମ ସୁଭାନି ପଟ୍ଟନାୟକ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରୀ ପାଠ ସାହିରେ। ଆଜି ସକାଳେ ତାଙ୍କର ସାଙ୍ଗମାନେ ହସ୍‌ପିଟାଲ ଯିବା ପାଇଁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିଲା। ସେ ବାହାରି ନଥିଲେ। ପରେ […]

ବ୍ରହ୍ମପୁର : ବ୍ରହ୍ମପୁର: ଏମକେସିଜିର ମେଡିକାଲ କଲେଜରେ ଏସଆର ହଷ୍ଟେଲରୁ ଜଣେ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଡାକ୍ତର ଚର୍ମ ବିଭାଗ ପିଜିର ପ୍ରଥମ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି।

ମୃତ ଡାକ୍ତରୀ ଛାତ୍ରୀଙ୍କ ନାମ ସୁଭାନି ପଟ୍ଟନାୟକ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରୀ ପାଠ ସାହିରେ। ଆଜି ସକାଳେ ତାଙ୍କର ସାଙ୍ଗମାନେ ହସ୍‌ପିଟାଲ ଯିବା ପାଇଁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିଲା। ସେ ବାହାରି ନଥିଲେ। ପରେ ଜଣାପଡ଼ିଲା ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ତାଙ୍କ ବାପା ଡାକ୍ତର ରବୀନ୍ଦ୍ର ପଟ୍ଟନାୟକ ଏମକେସିଜିର ମେଡିକାଲ କଲେଜରେ ପହଞ୍ଚିଛନ୍ତି। ମୁଣ୍ଡ ବିନ୍ଧା ପାଇଁ ଓଭରଡୋଜ ଔଷଧ ଖାଇ ଡାକ୍ତର ସୁଭାନି ପଟ୍ଟନାୟକ ମୃତ୍ୟୁବରଣ କରିଥିବା ପ୍ରାଥମିକ ସୂଚନା ମିଳିଛି। ତାଙ୍କର ସନ୍ଦେହଜନକ ମୃତ୍ୟୁ ନେଇ ପୁଲିସ ଅଧିକ ତଦନ୍ତ କରୁଥିବା ଜଣାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର