ମନୋରଞ୍ଜନ
ଓଡ଼ିଶା
କ୍ୟାମ୍ପସ ହଷ୍ଟେଲରୁ ଆଇଜର ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ବ୍ରହ୍ମପୁର: ଆଇଜର ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଛାତ୍ର ଜଣକ ହେଲେ ବାଲେଶ୍ଵର ଜିଲ୍ଲା ଡୁମା ଡିହି ଗ୍ରାମର ସମୟ ସତ୍ୟ ମକର ମୁର୍ମୁବୟସ ୧୮)। ଗୋଲନ୍ଥରା ଥାନା ଅନ୍ତର୍ଗତ ଲଉଡି ଗାଁ ସ୍ଥିତ ଆଇଜର ମୁଖ୍ୟ କ୍ୟାମ୍ପସ ହଷ୍ଟେଲ ବିଏଚ ୧ ର ୭ମ ମହଲା ସ୍ଥିତ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ସେ ଚଳିତ ବର୍ଷ ଆଇଜରରେ ଆଡ଼ମିଶନ ନେଇଥିବା ବେଳେ ଗତ ୨୫ ଦିନ ହେଲା କ୍ୟାମ୍ପସକୁ […]
ବ୍ରହ୍ମପୁର: ଆଇଜର ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଛାତ୍ର ଜଣକ ହେଲେ ବାଲେଶ୍ଵର ଜିଲ୍ଲା ଡୁମା ଡିହି ଗ୍ରାମର ସମୟ ସତ୍ୟ ମକର ମୁର୍ମୁବୟସ ୧୮)। ଗୋଲନ୍ଥରା ଥାନା ଅନ୍ତର୍ଗତ ଲଉଡି ଗାଁ ସ୍ଥିତ ଆଇଜର ମୁଖ୍ୟ କ୍ୟାମ୍ପସ ହଷ୍ଟେଲ ବିଏଚ ୧ ର ୭ମ ମହଲା ସ୍ଥିତ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ସେ ଚଳିତ ବର୍ଷ ଆଇଜରରେ ଆଡ଼ମିଶନ ନେଇଥିବା ବେଳେ ଗତ ୨୫ ଦିନ ହେଲା କ୍ୟାମ୍ପସକୁ ଆସିଥିଲେ। ଗତକାଲି ମଧ୍ୟାହ୍ନରେ କ୍ୟାମ୍ପସର ସଫେଇ କର୍ମଚାରୀ ଛାତ୍ରାବାସରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଦେଖିବାକୁ ପାଇଥିଲେ। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନିଆଯାଇଥିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣ ଲାଗି ତାଙ୍କର ମୃତ୍ୟୁ ଘଟିଛି ଏଯାଏଁ ସ୍ପଷ୍ଟ ହୋଇନି। ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।






