ଶ୍ୱଶୁର ଘରେ ଡାକ୍ତର ଜ୍ୱାଇଁଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

The Sakala Picture
Published On

ବ୍ରହ୍ମପୁର: ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ଶକ୍ତିନଗର ପ୍ରଥମ ଲାଇନ ନିବାସୀ ପ୍ରଶାନ୍ତ କୁମାର ବ୍ରହ୍ମାଙ୍କ ଘରେ ତାଙ୍କ ଡାକ୍ତର ଜ୍ୱାଇଁପୁଅ ବେକରେ ଚାଦର ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ ଡ଼ାକ୍ତର ସୁରେନ୍ଦ୍ରନାଥ ରଥ(୫୧) । ସୁରେନ୍ଦ୍ରଙ୍କ ଘର ରାୟଗଡାରେ ହୋଇଥିବା ବେଳେ ସେ’ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଭାଗରେ ଡାକ୍ତର ଥିଲେ । ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କାରଣ ଅଥବା ଅବଶାଦ ଜନିତ ବୋଲି […]

ବ୍ରହ୍ମପୁର: ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ଶକ୍ତିନଗର ପ୍ରଥମ ଲାଇନ ନିବାସୀ ପ୍ରଶାନ୍ତ କୁମାର ବ୍ରହ୍ମାଙ୍କ ଘରେ ତାଙ୍କ ଡାକ୍ତର ଜ୍ୱାଇଁପୁଅ ବେକରେ ଚାଦର ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ ଡ଼ାକ୍ତର ସୁରେନ୍ଦ୍ରନାଥ ରଥ(୫୧) । ସୁରେନ୍ଦ୍ରଙ୍କ ଘର ରାୟଗଡାରେ ହୋଇଥିବା ବେଳେ ସେ’ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଭାଗରେ ଡାକ୍ତର ଥିଲେ । ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କାରଣ ଅଥବା ଅବଶାଦ ଜନିତ ବୋଲି ଅନୁମାନ କରାଯାଉଛି । ବ୍ୟବଛେଦ ରିପୋର୍ଟ ମିଳିବା ମୃତ୍ୟୁ ପଛର ପ୍ରକୃତ ରହସ୍ୟ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ପୁଲିସ ଉକ୍ତ ଘରୁ ଗୋଟିଏ କଟୁରୀ ଓ ଦୁଇଖଣ୍ଡ ହୋଇଥିବା ଏକ ଚାଦରକୁ ଜବତ କରିଛି । ପୁଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ କହିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅନ୍ନପୂର୍ଣ୍ଣା ଦେବୀ: ରାଜ୍ୟର ୧୨୧୪୦ଟି ଅଙ୍ଗନବାଡ଼ି ସକ୍ଷମ ହେବ

ସୂଚନାଯୋଗ୍ୟ ଯେ, ଡାକ୍ତର ସୁରେନ୍ଦ୍ରନାଥ ରଥଙ୍କ ପତ୍ନୀ ନିଲମ ରଥ ଓ ନାବାଳକ ପୁଅ ସହିତ ପାରଳାଖେମୁଣ୍ଡିରେ ରହୁଥିଲେ । ଗତ ୧ତାରିଖରେ ସପରିବାର ବ୍ରହ୍ମପୁର ଶକ୍ତିନଗର ସ୍ଥିତ ତାଙ୍କ ଶଶୁର ଘରକୁ ଆସିଥିଲେ । କୌଣସି ଏକ କାରଣକୁ କେନ୍ଦ୍ରକରି ଡାକ୍ତର ଦମ୍ପତ୍ତିଙ୍କ ମଧ୍ୟରେ କଳହ ହୋଇଥିଲା । ରବିବାର ରାତିରେ ସୁରେନ୍ଦ୍ର ଭୋଜନ କରିବା ପରେ ନିଜ ପୁଅ ସହ ବେଡ଼ରୁମକୁ ଯାଇଥିଲେ । ସକାଳ ସମୟରେ ନିଦରୁ ଉଠି ପୁଅ ବାପାଙ୍କୁ ଫେନରେ ଝୁଲୁଥିବା ଦେଖି ଚିତ୍କାର କରିଥିଲା । ଚିତ୍କାର ଶୁଣି ନିଲମ ରଥ ଉକ୍ତ ରୁମର ଘରର କବାଟ ବାଡେଇଥିଲେ । ଦିର୍ଘ ସମୟରେ ଧରି କବାଟ ନ ଖୋଲିବା ପରେ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ରୁମରେ ସୁରେନ୍ଦ୍ର ଝୁଲୁଥିବା ଦେଖିବାକୁ ପାଇଥିଲେ । ସୁରେନ୍ଦ୍ର ବଞ୍ଚିଥିବା ଆଶଙ୍କାରେ ନିଲମ ଓ ପରିବାରର ଅନ୍ୟ ସଦସ୍ୟମାନେ ସୁରେନ୍ଦ୍ରଙ୍କ ବେକରେ ଲାଗିଥିବା ଚାଦରକୁ କାଟି ସୁରେନ୍ଦ୍ରଙ୍କ ଶରୀରକୁ ତଳକୁ ଓହ୍ଲାଇଥିଲେ । ସେତେବେଳେକୁ ଡାକ୍ତର ସୁରେନ୍ଦ୍ରଙ୍କର ମୃତ୍ୟୁ ହୋଇସାରିଥିଲା । ପରେ ପରିବାର ଲୋକଙ୍କ ପକ୍ଷରୁ ଏନେଇ ପୁଲିସକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ମେଡ଼ିକାଲକୁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ଶବ ହସ୍ତାନ୍ତର କରାଯାଇଛି । ଅପମୃତ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୁଲିସ ।

ଆହୁରି ପଢ଼ନ୍ତୁ: ସିଫା ଗେଟ୍‌ ନିକଟ ଜାତୀୟ ରାଜପଥରେ କିନ୍ନରଙ୍କୁ ବିଭତ୍ସ୍ୟ ହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp