ବିଜେପିକୁ ଏବେଠୁ ଘାରିଲାଣି ପଞ୍ଚାୟତ ଓ ପୌର ନିର୍ବାଚନ ହାରିବା ଭୟ : ବିଜେଡି

The Sakala Picture
Published On

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ନେଇ ବିଜେପିର ଅଭିଯୋଗ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ସମାଲୋଚନା କରିଛି ବିଜେଡି । ବିଜେପି ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଟିପ୍ପଣୀ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ମନଗଢା ବୋଲି କହିଛନ୍ତି  ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ଲେନିନ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନ ଏବଂ ତାପରେ ରାଜ୍ୟରେ ହୋଇଥିବା ସମସ୍ତ ନିର୍ବାଚନରେ ବିଜେପି ପରାଜୟ ବରଣ କରିଛି । ଆସନ୍ତା […]

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ନେଇ ବିଜେପିର ଅଭିଯୋଗ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ସମାଲୋଚନା କରିଛି ବିଜେଡି । ବିଜେପି ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଟିପ୍ପଣୀ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ମନଗଢା ବୋଲି କହିଛନ୍ତି  ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ଲେନିନ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନ ଏବଂ ତାପରେ ରାଜ୍ୟରେ ହୋଇଥିବା ସମସ୍ତ ନିର୍ବାଚନରେ ବିଜେପି ପରାଜୟ ବରଣ କରିଛି ।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର: ବକେୟା ଇ-ଚାଲାଣ ଉପରେ ମିଳୁଛି ରିହାତି, ହାତଛଡ଼ା କରନ୍ତୁ ନାହିଁ ସୁଯୋଗ

ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ହାରିବା ଭୟ ବିଜେପିକୁ ଏବେଠୁ ବେଶୀ ଘାରିଲାଣି । ନିର୍ବାଚନରେ ହାର ସୁନିଶ୍ଚିତ ବୋଲି ମାନି ନେଇ ବିଜେପି ନେତା ଏଭଳି ବିବୃତି ଦେଇଛନ୍ତି । ମନଗଢ଼ା ବିବୃତ୍ତି ଦେଇ ଜନମତକୁ ଭ୍ରମିତ କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।ନିର୍ବାଚନ ନେଇ ମାମଲା ହାଇକୋର୍ଟଙ୍କ ବିଚାରାଧୀନ ଅଛି । ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ବିଜେପି ମନଗଢା ବିବୃତ୍ତି ଦେବାରୁ କ୍ଷାନ୍ତ ରହୁ ବୋଲି ଲେନିନ କହିଛନ୍ତି । ଏହା ସହ ବିଜେପି ଆଗାମୀ ନିର୍ବାଚନରେ ପରାଜୟ ପାଇଁ ପ୍ରସ୍ତୁତ ରହୁ ବୋଲି ଲେନିନ କଟାକ୍ଷ କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜଧାନୀରୁ ପୁଣି ସିମ୍ ବକ୍ସ ଠାବ, ୨ କେରଳ ଯୁବକ ଅଟକ

 

ଆହୁରି ପଢ଼ନ୍ତୁ: ଦୋଳ ପୂର୍ଣ୍ଣିମାରେ ଲାଗୁଛି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କ’ଣ କରିବେ ଓ କରିବେନି.....

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp