କିଛି କାମ ନ କରି କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି: ମଲିକାର୍ଜୁନ ଖଡ୍‌ଗେ

The Sakala Picture
Published On

ଭୁବନେଶ୍ୱର: କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ ସମ୍ବିଧାନ ବଞ୍ଚାଅ ସମାବେଶରେ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ସେ ନିଜ ଅଭିଭାଷଣରେ କହିଛନ୍ତି ଯେ, ଏହି ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ସ୍ୱାର୍ଥ ପାଇଁ କାମ କରୁଛି। ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି, ତାହା କଂଗ୍ରେସ କରିଛି। ଭୁବନେଶ୍ୱରରେ ଏମ୍ସ ଓ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ କଂଗ୍ରେସର ଦେଣ। ଭାଜପାର ଅବଦାନ ଜିରୋ। ଏମାନେ ଏଠାରେ […]

ଭୁବନେଶ୍ୱର: କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ ସମ୍ବିଧାନ ବଞ୍ଚାଅ ସମାବେଶରେ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ସେ ନିଜ ଅଭିଭାଷଣରେ କହିଛନ୍ତି ଯେ, ଏହି ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ସ୍ୱାର୍ଥ ପାଇଁ କାମ କରୁଛି। ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି, ତାହା କଂଗ୍ରେସ କରିଛି। ଭୁବନେଶ୍ୱରରେ ଏମ୍ସ ଓ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ କଂଗ୍ରେସର ଦେଣ। ଭାଜପାର ଅବଦାନ ଜିରୋ। ଏମାନେ ଏଠାରେ କିଛି କାମ କରିନାହାନ୍ତି, କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଭାଜପା କିଛି କାମ ନକରି କେବଳ ଦେଶର ସମ୍ପଦ ବିକ୍ରି କରିବାରେ ଲାଗିଛି। ଭାଜପା କେବଳ ବିକ୍ରି କରିବାରେ ବ୍ୟସ୍ତ। ଡବଲ ଇଞ୍ଜିନ ସରକାର ଗରିବଙ୍କୁ ଲୁଟୁଛି ଓ ଧନୀଙ୍କୁ ସୁବିଧା ଦେଉଛି ବୋଲି ଖଡ୍‌ଗେ କହିଛନ୍ତି। ଧର୍ମ ନାଁରେ ବିଜେପି ବିଭାଜନ ରାଜନୀତି କରୁଛି ବୋଲି ଖଡଗେ  କହିଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର