ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା; ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ

Madhusudan Das Picture
Published On

ଭୁବନେଶ୍ୱର: ଆଜିଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା । ରାଜଧାନୀର ୫୨ ନମ୍ବର ୱାର୍ଡ ରଜ ପଡ଼ିଆରେ ହେବ ଅଭିଯାନର ଶୁଭାରମ୍ଭ । ଯୋଗଦେବେ BJD ସୁପ୍ରିମୋ ନବୀନ ପଟ୍ଟନାୟକ । ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ମାସେ ଧରି ଚାଲିବ ଏହି ଅଭିଯାନ । ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ଓ ବିଜେଡି ଶାସନ କାଳର ସଫଳତାକୁ ନେଇ ଘରକୁ ଘର ଯିବ ବିଜୁ ଜନତା ଦଳ । ଏମ୍‌ଏମ୍‌ଡିଆର ସଂଶୋଧନ ବିଲ୍‌ ସମେତ ଆଇନଶୃଙ୍ଖଳା, କୃଷକ ସମସ୍ୟା ନାରୀ ନିର୍ଯ୍ୟାତନାକୁ ଅସ୍ତ୍ର କରିବ ଦଳ। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ୩୪ଟି ସାଙ୍ଗଠନିକ ଜିଲ୍ଲାର ମୁଖ୍ୟାଳୟ, ପ୍ରତି ବ୍ଲକ୍, ପୌରପାଳିକା, ଏନ୍ଏସି, ମହାନଗର ନିଗମ ସବୁଠି ପଦଯାତ୍ରା ଅନୁଷ୍ଠିତ ହେବ । ପଦଯାତ୍ରା ଜରିଆରେ ତୃଣମୂଳ ସ୍ତରକୁ ଯିବା ସହ ଜନମତ ସୃଷ୍ଟି କରିବା ଲକ୍ଷ୍ୟରେ ରଣନୀତି ପ୍ରସ୍ତୁତ କରିଛି ବିଜେଡି । 

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗଙ୍କ ଭିତରେ ମତଭେଦ: ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର