ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ସମ୍ମୁଖରେ ଉଜାଗର କରିବ ବିଜେଡି

The Sakala Picture
Published On

ଭୁବନେଶ୍ୱର : ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ତରଫରୁ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ କରି ସଫଳତାକୁ ବଖାଣିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଜୁ ଜନତା ଦଳ ତାର ଜବାବରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ସମ୍ମୁଖରେ ଦୃଢ଼ ଭାବେ ଉପସ୍ଥାପନ କରିବାକୁ ଯାଉଛି। ବିଜେପି ସରକାରଙ୍କ ଗତ ଏକ ବର୍ଷରେ, ମହିଳା, ଯୁବ ଓ ଛାତ୍ର ମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅବିଚାରକୁ ବିରୋଧ କରି ବିଜୁ […]

ଭୁବନେଶ୍ୱର : ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ତରଫରୁ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ କରି ସଫଳତାକୁ ବଖାଣିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଜୁ ଜନତା ଦଳ ତାର ଜବାବରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ସମ୍ମୁଖରେ ଦୃଢ଼ ଭାବେ ଉପସ୍ଥାପନ କରିବାକୁ ଯାଉଛି। ବିଜେପି ସରକାରଙ୍କ ଗତ ଏକ ବର୍ଷରେ, ମହିଳା, ଯୁବ ଓ ଛାତ୍ର ମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅବିଚାରକୁ ବିରୋଧ କରି ବିଜୁ ଜନତା ଦଳ ତରଫରୁ, ଆସନ୍ତା ୧୩ ତାରିଖରେ ଯାଜପୁର ଠାରେ ଏକ ବିରାଟ ମହିଳା ସମାବେଶ ଓ ଆସନ୍ତା ୧୮ ତାରିଖରେ ପୁରୀ ଠାରେ ଯୁବ ଓ ଛାତ୍ର ସମାବେଶ ଅନୁଷ୍ଠିତ ହେବ ବୋଲି ଦଳ ତରଫରୁ ସୂଚନା ଦିଆ ଯାଇଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପ ସଭାପତି ପ୍ରମିଳା ମଲ୍ଲିକ ଓ ଦଳର ଉପସଭାପତି ସଞ୍ଜୟ ଦାସବର୍ମା, ମହିଳା, ଯୁବ ଛାତ୍ରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ। ଶ୍ରୀମତୀ ମଲ୍ଲିକ କହିଥିଲେ, ମହିଳାମାନଙ୍କ ସଶକ୍ତିକରଣ ପାଇଁ ବିଜୁ ପଟ୍ଟନାୟକ ପ୍ରଥମେ ପଞ୍ଚାୟତ ସ୍ତରରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ବିଜୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ପରବର୍ତ୍ତୀ ସମୟରେ ଏହି ସଂରକ୍ଷଣକୁ ୫୦ପ୍ରତିଶତକୁ ବଢ଼ାଇଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଏହା ଛଡା, ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ମିଶନ ଶକ୍ତି ଆରମ୍ଭ କରିଥିଲେ, ଯାହା ମାଧ୍ୟମରେ ରାଜ୍ୟର ପ୍ରାୟ ୭୦ଲକ୍ଷରୁ ଉଦ୍ଧ୍ୱର୍ ମହିଳା ସ୍ୱାବଲମ୍ୱୀ ହୋଇ ପାରିଥିଲେ। ଏହା ମାଧ୍ୟମରେ, ବିନା ସୁଧରେ ଦୀର୍ଘ ମିଆଦ ଋଣ ପ୍ରଦାନର ସୁବିଧା କରିବା ସହିତ ରାଜ୍ୟ ସରକାରଙ୍କ ୨୦ଟି ବିଭାଗରେ ସେମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲେ। ବିଜେପି ସରକାର କ୍ଷମତାକୁ ଆସିବା ପରେ, ସେସବୁ କାର୍ଯ୍ୟକୁ ବନ୍ଦ କରିବାକୁ ବସିଛନ୍ତି। ମହିଳାଙ୍କୁ ସ୍ୱାବଲମ୍ୱୀ କରିବାକୁ ସୁଯୋଗ ପ୍ରଦାନ କରୁ ନାହାନ୍ତି କି ମହିଳାଙ୍କୁ ରାଜ୍ୟ ସରକାର ସମ୍ମାନ ମଧ୍ୟ ଦେଉନାହାନ୍ତି। ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷରେ ପଚାଶ ହଜାର ଟଙ୍କା ଦିଆଯିବ ବୋଲି ବିଜେପିର ପ୍ରତିଶ୍ରୁତି ମିଛ ବୋଲି ପ୍ରମାଣିତ ହୋଇଥିଲା, ଯେତେବେଳେ ଦୁଇ ବର୍ଷରେ ପଚାଶ ହଜାର ଜାଗାରେ ପାଞ୍ଚ ବର୍ଷରେ ପଚାଶ ହଜାର ଓ ତାହା ପୁଣି ଦଶଟି କିସ୍ତିରେ। ବିଜେପି ସରକାରଙ୍କ ଲକ୍ଷପତି ଦିଦି ସୃଷ୍ଟି କରିବାରେ ରେକର୍ଡ କରିବା ଏକ ହାସ୍ୟାସ୍ପଦ କଥା। ପ୍ରକୃତରେ, ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହୋଇଥିବା ମହିଳା ମାନଙ୍କୁ ଲକ୍ଷପତି ଦିଦି ଭାବେ ଦେଖାଇ ବିଜେପି ବାହାବା ନେବାକୁ ବୃଥା ଚେଷ୍ଟା କରୁଛି। ତେଣୁ, ମହିଳା ମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବିରୋଧରେ, ଆସନ୍ତା ୧୩ ତାରିଖରେ, ଯାଜପୁର ଠାରେ ଏକ ବିରାଟ ମହିଳା ସମ୍ମିଳନୀ କରାଯିବ ବୋଲି ଶ୍ରୀମତୀ ମଲ୍ଲିକ ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ: ପ୍ରେମ ପାଇଁ ଘର ଛାଡ଼ିବା ପରେ ବିଷ ପିଇଦେଲେ ପ୍ରେମୀ ଯୁଗଳ: ନାବାଳିକା ମୃତ, ପ୍ରେମିକଙ୍କ ଅବସ୍ଥା ଗୁରୁତର

ସଞ୍ଜୟ ଦାସବର୍ମା କହିଥିଲେ, କୌଣସି ରାଜ୍ୟ ବା ଦେଶର ଭବିଷ୍ୟତ ନିର୍ମାଣରେ ଯୁବ ଓ ଛାତ୍ର ମାନଙ୍କର ବିକାଶ ବିନା ସମ୍ଭବ ନୁହେଁ। ଏକ ବର୍ଷର ବିଜେପି ସରକାର, ରାଜ୍ୟରେ ଯୁବ ଓ ଛାତ୍ର ମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଫଳ ହେବା ସହିତ ଯୁବ ଓ ଛାତ୍ରଙ୍କୁ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟର ୧.୫ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାର ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଏହି ଏକ ବର୍ଷରେ ରାଜ୍ୟରେ ବିଭିନ୍ନ ପଦବୀ ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି, ଯେଉଁଥିପାଇଁ, ପରୀକ୍ଷାର୍ଥୀ ମାନେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଭୋଗିଛନ୍ତି। ଓଜେଏସ ପରୀକ୍ଷାରେ ପ୍ରଶ୍ନ ପତ୍ର ବିଭ୍ରାଟକୁ ନେଇ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଟିପ୍ପଣୀ ରାଜ୍ୟ ସରକାରଙ୍କ ପାରିବାପଣିଆକୁ କାଠଗଡାରେ ଛିଡା କରିଛି।

ସେହିପରି, ଷ୍ଟାଫ ସିଲେକସନ, ଓପିଏସସିର ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଥିଲା। କେଉଁଠି ପ୍ରଶ୍ନ ପତ୍ର ଲିକ ତ କେଉଁଠି ଭୁଲ ପ୍ରଶ୍ନ ପତ୍ର ବଣ୍ଟନ, ଯାହା ଫଳରେ ଗତ ଏକ ବର୍ଷ ଭିତରେ ଗୋଟିଏ ବି ପରୀକ୍ଷା ତ୍ରୁଟିଶୂନ୍ୟ ଭାବରେ କରିବାରେ ସକ୍ଷମ ହୋଇ ପାରି ନାହାନ୍ତି ସରକାର। ଅପର ପକ୍ଷରେ, ଉଚ୍ଚ ଶିକ୍ଷା ପାଇଁ ପୂର୍ବ ସରକାରଙ୍କ ଦ୍ୱାରା ପ୍ରଦାନ କରା ଯାଉଥିବା ନୂଆ ଓ ଛାତ୍ରବୃତିକୁ ମଧ୍ୟ ରାଜ୍ୟ ବିଜେପି ସରକାର ବାତିଲ କରି ଦେଇଛନ୍ତି। ରାଜ୍ୟର ଯୁବ ଛାତ୍ର ମାନଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ହୋଇଥିବା ରାଜ୍ୟ ସରକାରଙ୍କ ବିରୋଧରେ ଏକ ବିରାଟ ସମ୍ମିଳନୀ ଆସନ୍ତା ୧୮ ତାରିଖରେ ପୁରୀ ଠାରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦାସବର୍ମା ସୂଚନା ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର