ଭୁବନେଶ୍ବର ଆଜାଦନଗର ବିସ୍ଫୋରଣ ଘଟଣା: ଅପରାଧିକ ଲିଙ୍କ୍, ଆତଙ୍କୀ ହମ୍ଲା ସମ୍ପର୍କିତ ତଦନ୍ତ କରିବ NIA
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଆଜାଦନଗର ବିସ୍ଫୋରଣ ଘଟଣାରେ ବଡ଼ ଅପଡେଟ । ବିସ୍ଫୋରଣ ଘଟଣା, ଅପରାଧିକ ଲିଙ୍କ, ଆତଙ୍କି ହମଲା ସମ୍ପର୍କିତ ତଦନ୍ତ କରିବ NIA । ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦ ନଗରରେ ହୋଇଥିଲା ଭୟାଙ୍କର ବିସ୍ଫୋରଣ । ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଓ ତାଙ୍କ ମା'ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । NIA ଏ ନେଇ କେସ ନମ୍ବର ୧ / ୨୦୨୬ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତର ପୂର୍ଣ୍ଣ ଭାର କମିଶନରେଟ ପୋଲିସ ଠାରୁ ହାତକୁ ନେଇଛି ।
ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ RDX ର ବ୍ୟବହାର, ମଫିର ଆନ୍ତରାଜ୍ୟ ଲିଙ୍କ, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ଅଧିକ ଖୋଳତାଡ଼ କରିପାରେ NIA । ଠିକ ସେହିପରି ଏତେ ପରିମାଣର RDX କେଉଁଠାରେ ବ୍ୟବହାର ହୋଇଥାନ୍ତା, ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏକାଧିକ ଲୋକଙ୍କୁ ପଚରାଉଚରା ଜାରି ରଖିଛି NIA । ଏପରିକି ମୁଖ୍ୟ ଅଭିଯୁକ୍ତ ତଥା ମୃତ ମଫିର ଗାର୍ଲଫ୍ରେଣ୍ଡ କୁ ଅଧିକ ପଚରାଉଚରା କରୁଛି NIA ।