ବର୍ଷାରେ ବେହାଲ ଭଦ୍ରକ ଜ଼ିଲ୍ଲା, ବିପଦ ସଙ୍କେତ ଟପିଲା ବୈତରଣୀ

The Sakala Picture
Published On

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ସ୍ଥିତି ବେହାଲ । ଜଳବନ୍ଦୀ ଘେରରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ପିରିପୁର ଗାଁର ୨୦ ରୁ ଉର୍ଦ୍ଧ୍ୱ ପରିବାର । ଅନ୍ୟପଟେ ଆଖୁଆପଦା ଠାରେ ବୈତରଣୀ ବିପଦ ସଙ୍କେତ ଟପି ଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି । ଗତକାଲି ରାତି ଠାରୁ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଜ଼ିଲ୍ଲାର ବିଭିନ୍ନ ବ୍ଲକର ତଳିଆ ଅଞ୍ଚଳରେ ପାଣି ପଶିଛି । ଭଦ୍ରକ ସହରର ତଳିଆ ଓ ଖାଲୁଆ ଅଞ୍ଚଳରେ […]

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ସ୍ଥିତି ବେହାଲ । ଜଳବନ୍ଦୀ ଘେରରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ପିରିପୁର ଗାଁର ୨୦ ରୁ ଉର୍ଦ୍ଧ୍ୱ ପରିବାର । ଅନ୍ୟପଟେ ଆଖୁଆପଦା ଠାରେ ବୈତରଣୀ ବିପଦ ସଙ୍କେତ ଟପି ଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି । ଗତକାଲି ରାତି ଠାରୁ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଜ଼ିଲ୍ଲାର ବିଭିନ୍ନ ବ୍ଲକର ତଳିଆ ଅଞ୍ଚଳରେ ପାଣି ପଶିଛି । ଭଦ୍ରକ ସହରର ତଳିଆ ଓ ଖାଲୁଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରେ ପାଣି ପଶିଥିବା ଜଣାପଡିଛି । ଏପରିକି ଖୋଦ ଭଦ୍ରକ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ପିରୀପୁର ଗାଁ ରେ ବର୍ଷା ଜଳ ଲୋକଙ୍କ ଘରେ ପଶିଥିବାରୁ, ଲୋକମାନେ ନାହିଁ ନଥିବା ହଇରାଣ ର ସମ୍ମୁଖୀନ ହୋଇଛନ୍ତି । ଉକ୍ତ ଗାଁର ୨୦ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ, ନିଜ ପିଲା ଛୁଆ ଙ୍କୁ ଧରି ରାତି ଅନିଦ୍ରା ହୋଇ ଭୋକ ଉପାସ ରେ ପଡ଼ିରହିଛନ୍ତି। ସେହିପରି ବିଭିନ୍ନ ତଳି ଅଞ୍ଚଳରେ ବର୍ଷା ପାଣି ଜମି ରହିଛି. ଅନ୍ୟପଟେ ବୈତରଣୀ ର ଜଳସ୍ତର ଆଖୁଆପଦା ଠାରେ ବିପଦ ସଙ୍କେତ ଟପିଛି । ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ, ଏଠାରେ ୯ଟା ସୁଦ୍ଧା ୧୭.୯୩ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଛି । ଜଳସ୍ତର ବଢ଼ୁଥିବାରୁ ତଳି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

14 Sep 2021 By The Sakala

ବର୍ଷାରେ ବେହାଲ ଭଦ୍ରକ ଜ଼ିଲ୍ଲା, ବିପଦ ସଙ୍କେତ ଟପିଲା ବୈତରଣୀ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ସ୍ଥିତି ବେହାଲ । ଜଳବନ୍ଦୀ ଘେରରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ପିରିପୁର ଗାଁର ୨୦ ରୁ ଉର୍ଦ୍ଧ୍ୱ ପରିବାର । ଅନ୍ୟପଟେ ଆଖୁଆପଦା ଠାରେ ବୈତରଣୀ ବିପଦ ସଙ୍କେତ ଟପି ଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି । ଗତକାଲି ରାତି ଠାରୁ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଜ଼ିଲ୍ଲାର ବିଭିନ୍ନ ବ୍ଲକର ତଳିଆ ଅଞ୍ଚଳରେ ପାଣି ପଶିଛି । ଭଦ୍ରକ ସହରର ତଳିଆ ଓ ଖାଲୁଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରେ ପାଣି ପଶିଥିବା ଜଣାପଡିଛି । ଏପରିକି ଖୋଦ ଭଦ୍ରକ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ପିରୀପୁର ଗାଁ ରେ ବର୍ଷା ଜଳ ଲୋକଙ୍କ ଘରେ ପଶିଥିବାରୁ, ଲୋକମାନେ ନାହିଁ ନଥିବା ହଇରାଣ ର ସମ୍ମୁଖୀନ ହୋଇଛନ୍ତି । ଉକ୍ତ ଗାଁର ୨୦ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ, ନିଜ ପିଲା ଛୁଆ ଙ୍କୁ ଧରି ରାତି ଅନିଦ୍ରା ହୋଇ ଭୋକ ଉପାସ ରେ ପଡ଼ିରହିଛନ୍ତି। ସେହିପରି ବିଭିନ୍ନ ତଳି ଅଞ୍ଚଳରେ ବର୍ଷା ପାଣି ଜମି ରହିଛି. ଅନ୍ୟପଟେ ବୈତରଣୀ ର ଜଳସ୍ତର ଆଖୁଆପଦା ଠାରେ ବିପଦ ସଙ୍କେତ ଟପିଛି । ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ, ଏଠାରେ ୯ଟା ସୁଦ୍ଧା ୧୭.୯୩ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଛି । ଜଳସ୍ତର ବଢ଼ୁଥିବାରୁ ତଳି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

https://www.thesakala.in/latest-odisha-news/bhadrak-district-devastated-by-the-rains/article-5393
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର