ଜଗା ଦର୍ଶନ ସାରି ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହେଲା ତୀର୍ଥଯାତ୍ରୀ ବସ; ଜଣେ ମୃତ, ୧୫ ଆହତ

The Sakala Picture
Published On

ବରଗଡ଼: ଦୁର୍ଘଟଣାର ଶିକାର ହେଲା ତୀର୍ଥଯାତ୍ରୀ ବସ । ପୁରୀରୁ ଜଗା ଦର୍ଶନ କରି ମହାରାଷ୍ଟ୍ର ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରଗଡ଼ ସୋହେଲାଠାରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ମହାରାଷ୍ଟ୍ରର ଜଳଗାଁ ଜିଲ୍ଲାର ଅତର ଦେବ । ଆହତ ୧୫ ଜଣଙ୍କୁ ବୁର୍ଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଜଗା […]

ବରଗଡ଼: ଦୁର୍ଘଟଣାର ଶିକାର ହେଲା ତୀର୍ଥଯାତ୍ରୀ ବସ । ପୁରୀରୁ ଜଗା ଦର୍ଶନ କରି ମହାରାଷ୍ଟ୍ର ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରଗଡ଼ ସୋହେଲାଠାରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ମହାରାଷ୍ଟ୍ରର ଜଳଗାଁ ଜିଲ୍ଲାର ଅତର ଦେବ । ଆହତ ୧୫ ଜଣଙ୍କୁ ବୁର୍ଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ସୂଚନା ଅନୁସାରେ, ଜଗା ଦର୍ଶନ କରି ମହାରାଷ୍ଟ୍ର ଫେରୁଥିବା ବେଳେ ସୋହେଲାଠାରେ ରାସ୍ତାକଡରେ ଅଟକିଥିଲା ଏହି ତୀର୍ଥଯାତ୍ରୀ ବସ୍ । କିଛି ଯାତ୍ରୀ ବସରୁ ଓହ୍ଲାଇଥିଲେ । ଏହି ସମୟରେ ଦ୍ରୁତଗତିରେ ଆସି ଏକ ଟ୍ରକ ବସକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣକ ମୁତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ବରଗଡ଼ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ବସରେ ମୋଟ୍ ୪୫ ଜଣ ଯାତ୍ରୀ ଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର