ଲଘୁଚାପ ବର୍ଷାରେ ବୃଦ୍ଧି ପାଉଛି ସବୁ ନଦୀର ଜଳପତ୍ତନ, ଜଳକା ବିପଦ ସଙ୍କେତ ଉପରେ

The Sakala Picture
Published On

ବାଲେଶ୍ଵର: ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ସବୁ ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ନଦୀର ଅବବାହିକା ଅଞ୍ଚଳରେ ବର୍ଷା ପରିସ୍ଥିତି ଲାଗି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ଯଦି ଏପରି ସ୍ଥିତି ଲାଗି ରହେ ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଗତକାଲି ପୁର୍ବାହ୍ନ ୮ ଟାରୁ ଆଜି ପୂର୍ବାହ୍ନ ୮ ଟା ଯାଏଁ ଜିଲ୍ଲାରେ ୩୮୮.୨୧ […]

ବାଲେଶ୍ଵର: ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ସବୁ ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ନଦୀର ଅବବାହିକା ଅଞ୍ଚଳରେ ବର୍ଷା ପରିସ୍ଥିତି ଲାଗି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ଯଦି ଏପରି ସ୍ଥିତି ଲାଗି ରହେ ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଗତକାଲି ପୁର୍ବାହ୍ନ ୮ ଟାରୁ ଆଜି ପୂର୍ବାହ୍ନ ୮ ଟା ଯାଏଁ ଜିଲ୍ଲାରେ ୩୮୮.୨୧ ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଖରସ୍ରୋତା ସୁବର୍ଣ୍ଣରେଖାର ଜଳପତ୍ତନ ଗତ ଦୁଇଦିନ ଧରି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅପରାହ୍ନ ୩ ଟା ସୁଦ୍ଧା ରାଜଘାଟ ରେଳ ବ୍ରିଜ ନିକଟରେ ନଦୀର ଜଳପତ୍ତନ ୫.୬୬ ମିଟର ରେ ପ୍ରବାହିତ ହେଉଛି। ସେହିପରି ବୁଢ଼ାବଳଙ୍ଗ ନଦୀର ଜଳପତ୍ତନ ଏନଏଚ-୫ ଠାରେ ୪.୮୪ ମିଟର ରହିଛି। ଜଳକା ନଦୀର ଜଳପତ୍ତନ ମଧ୍ୟ ମଥାନୀ ନିକଟରେ ୫.୬୦ ମିଟର ରହିଛି ବୋଲି ଜଳସେଚନ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳ ପତ୍ତନ ବିପଦ ସଙ୍କେତର ବହୁ ତଳେ ପ୍ରବାହିତ ହେଉଥିବାରୁ ବନ୍ୟା ଆଶଙ୍କା ବିଶେଷ ନାହିଁ ବୋଲି ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଭାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସେହିପରି ବର୍ଷା ଓ ଆସନ୍ନ ବନ୍ୟା ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ରାଜସ୍ବ ବିଭାଗର କ୍ଷେତ୍ର ପଦାଧିକାରୀ ବା ଆରଆଇ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲା ଜରୁରୀ ଅଧିକାରି ରିଜଓ୍ବାନା କଅକବ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର