‘ସକାଳ’ ପ୍ରଭାବ: ଟିଟିଲାଗଡ଼ କେନ୍ଦୁପତ୍ର କର୍ମଚାରୀଙ୍କ ଅର୍ଥ ଅନିୟମିତତା ଘଟଣାର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ଡ଼ିଏଫଓଙ୍କୁ ନିର୍ଦ୍ଦେଶ

The Sakala Picture
Published On

ଭୁବନେଶ୍ୱର: ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନରେ ମୃତ କେନ୍ଦୁପତ୍ର କର୍ମଚାରୀଙ୍କ ନାଁରେ ହୋଇଥିବା ଅର୍ଥ ଅନିୟମିତତା ଘଟଣାକୁ ପିସିସିଏଫ୍‌‌ (କେନ୍ଦୁପତ୍ର)ଙ୍କ କାର୍ଯ୍ୟାଳୟ ଗୁରୁତର ସହ ନେଇଛି। ଏହି ଘଟଣାରେ ଯେଉଁ ସରକାରୀ ଅର୍ଥ ଅପବ୍ୟୟ ହୋଇଛି, ତାହା ଅସୁଲ ପାଇଁ କ’ଣ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଆସନ୍ତା ୭ ଦିନ ମଧ୍ୟରେ ଜଣାଇବା ପାଇଁ ପିସିସିଏଫଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ କେଉଁ ପରିସ୍ଥିତିରେ ଏଭଳି ଅବହେଳା ହୋଇଛି, ଏବଂ ଦୁଇଥର ଦିଆଯାଇଥିବା ଟଙ୍କା ଅସୁଲ […]

ଭୁବନେଶ୍ୱର: ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନରେ ମୃତ କେନ୍ଦୁପତ୍ର କର୍ମଚାରୀଙ୍କ ନାଁରେ ହୋଇଥିବା ଅର୍ଥ ଅନିୟମିତତା ଘଟଣାକୁ ପିସିସିଏଫ୍‌‌ (କେନ୍ଦୁପତ୍ର)ଙ୍କ କାର୍ଯ୍ୟାଳୟ ଗୁରୁତର ସହ ନେଇଛି। ଏହି ଘଟଣାରେ ଯେଉଁ ସରକାରୀ ଅର୍ଥ ଅପବ୍ୟୟ ହୋଇଛି, ତାହା ଅସୁଲ ପାଇଁ କ’ଣ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଆସନ୍ତା ୭ ଦିନ ମଧ୍ୟରେ ଜଣାଇବା ପାଇଁ ପିସିସିଏଫଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ କେଉଁ ପରିସ୍ଥିତିରେ ଏଭଳି ଅବହେଳା ହୋଇଛି, ଏବଂ ଦୁଇଥର ଦିଆଯାଇଥିବା ଟଙ୍କା ଅସୁଲ କରିବା ପାଇଁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କିତ ବିସ୍ତୃତ ରିପୋର୍ଟ ଦେବା ପାଇଁ ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୧୬ ତାରିଖରେ ‘ସକାଳ’ରେ ଏନେଇ ‘କାହା ନାଁରେ ଦୁଇଥର; ନାଁ ନ ଥାଇ ବି ସହାୟତା’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଯେଉଁଥିରେ କେନ୍ଦୁପତ୍ର କର୍ମଚାରୀଙ୍କୁ ଦିଆଯାଇଥିବା ଅର୍ଥ ଅନିୟମିତତା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ପିସିସିଏଫ୍‌‌ଙ୍କ କାର୍ଯ୍ୟାଳୟରୁ ହୋଇଥିବା ଚିଠିରେ ‘ସକାଳ’ରେ ପ୍ରକାଶିତ ଖବର ଆଧର କରିବା ସହିତ ବଲଙ୍ଗିର ସର୍କଲଲ(କେନ୍ଦୁପତ୍ର) ସର୍କଲର ସିସିଏଫ ମଧ୍ୟ ଘଟଣାର ସତ୍ୟତା ନେଇ ପିସିସିଏଫଙ୍କ କାର୍ଯ୍ୟାଳୟକୁ ଅବଗତ କରାଇଛନ୍ତି। ୮ ଜଣ ହିତାଧିକାରୀଙ୍କୁ ୬ ଲକ୍ଷ ଟଙ୍କା ଦୁଇଥର ପ୍ରଦାନ କରାଯାଇଥିବା ସେ ଦର୍ଶାଇଛନ୍ତି। ଏହା ସହିତ ଟିଟଲାଗଡ଼ ଷ୍ଟେଟ୍‌‌ବ୍ୟାଙ୍କ ସନ୍ଧ୍ୟାକାଳୀନ ବ୍ରାଞ୍ଚର ମୁଖ୍ୟ ପରିଚାଳକ ମଧ୍ୟ ଏହି ଦେୟ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ତେଣୁ ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଏ ବାବଦରେ ରିପୋର୍ଟ ପ୍ରଦାନ କରିବାରୁ ବର୍ତ୍ତମାନ ଟିଟଲାଗଡ଼ ଡିଏଫଓ ଲକ୍ଷ୍ମଣ ମାର୍ଣ୍ଡିଙ୍କୁ କୁହାଯାଇଛି। ସୂଚନା ଥାଉ କି ଟିଟଲାଗଡ଼ କେନ୍ଦୁପତ୍ର ଡିଭିଜନର ଫେବୃଆରୀ ୨୦୧୯ରୁ ଜୁଲାଇ ୨୦୨୨ ମଧ୍ୟରେ ୮ ଜଣ ହିତାଧିକାରୀଙ୍କୁ ୬ ଲକ୍ଷ ଟଙ୍କା ଦୁଇ ଥର ପ୍ରଦାନ କରାଯାଇଥିବା ବେଳେ ବିନା ଅନୁମୋଦନରେ ଅନ୍ୟ ହିତାଧିକାରୀଙ୍କୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଥିଲା। ଏହି ସମୟରେ ଟିଟଲାଗଡ଼ (କେନ୍ଦୁପତ୍ର) ଡିଏଫ୍‌‌ଓ ଦେବପ୍ରିୟ କମ୍ପ କାର୍ଯ୍ୟ କରୁଥିଲେ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଟିଟିଲାଗଡ଼ ଡିଏଫଓ ଲକ୍ଷ୍ମଣ ମାର୍ଣ୍ଡଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତତ୍‌‌କାଳୀନ ଡିଏଫ୍‌‌ଓ ପ୍ରିୟବ୍ରତ କମ୍ପକଙ୍କ ସହିତ ଅନ୍ୟ ଜଣେ ସହାୟକ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। କାହାଠାରୁ ଏହି ଅର୍ଥ ଅସୁଲ କରାଯିବ ସେନେଇ ନିଷ୍ପତ୍ତି ହୋଇ ନାହିଁ। ଖୁବଶୀଘ୍ର ଏହି ଘଟଣା ସମ୍ପର୍କରେ ନିଷ୍ପତ୍ତି ନିଆଯିବା ସହିତ ପିସିସିଏଫଙ୍କ କାର୍ଯ୍ୟାଳୟକୁ ଅବଗତ କରାଯିବ ବୋଲି ଶ୍ରୀ ମାର୍ଣ୍ଡି କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର