ଗିରଫ ହେଲେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ, ୧୮୩ % ବଢିଛି ଆୟବହିର୍ଭୁତ ସମ୍ପତ୍ତି

The Sakala Picture
Published On

ଭୁବନେଶ୍ବର:  କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ଗିରଫ ହୋଇଛନ୍ତି।  ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିକାଶ ଚନ୍ଦ୍ର ଭୂୟାଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ବାବୁଙ୍କ ୧୮୩ % ବଢିଛି ଆୟ ବହିର୍ଭୁତ ସମ୍ପତ୍ତି । ଗତକାଲି ଠାରୁ ବାବୁଙ୍କ ଘରେ ଛାପା ମାରୁଥିଲା ଭିଜିଲାନ୍ସ ।  ରାଜଧାନୀର ୭ ଟି ସ୍ଥାନରେ ମୂଲ୍ୟବାନ ପ୍ଲଟ ଠାବ ହୋଇଥିଲା।  ସୌଭାଗ୍ୟ ନଗରରେ ବିକାଶଙ୍କ ରହିଛି ବହୁତଳ ପ୍ରାସାଦ । ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟାଙ୍କ ଡିପୋଜିଟ ଓ ଅଳଙ୍କାର […]

ଭୁବନେଶ୍ବର:  କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ଗିରଫ ହୋଇଛନ୍ତି।  ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିକାଶ ଚନ୍ଦ୍ର ଭୂୟାଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ବାବୁଙ୍କ ୧୮୩ % ବଢିଛି ଆୟ ବହିର୍ଭୁତ ସମ୍ପତ୍ତି । ଗତକାଲି ଠାରୁ ବାବୁଙ୍କ ଘରେ ଛାପା ମାରୁଥିଲା ଭିଜିଲାନ୍ସ ।  ରାଜଧାନୀର ୭ ଟି ସ୍ଥାନରେ ମୂଲ୍ୟବାନ ପ୍ଲଟ ଠାବ ହୋଇଥିଲା।  ସୌଭାଗ୍ୟ ନଗରରେ ବିକାଶଙ୍କ ରହିଛି ବହୁତଳ ପ୍ରାସାଦ । ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟାଙ୍କ ଡିପୋଜିଟ ଓ ଅଳଙ୍କାର ଜବତ କରିଛି ଭିଜିଲାନ୍ସ। ସଉକ ପାଇଁ କିଣୁଥିଲେ ହୀରା ହାର ଓ ସୁନା ବିସ୍କୁଟ ।  ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରିଛନ୍ତି କୋଟିଏ ରୁ ଉର୍ଦ୍ଧ ଟଙ୍କା ।  ଘର ଭିତରୁ  ନଗଦ ୧୧ ଲକ୍ଷ ୭୩ ହଜାର ଟଙ୍କା ମିଳିଥିଲା । ଏହି କୁବେର ଯନ୍ତ୍ରୀଙ୍କ ରାଜକୀୟ ବଙ୍ଗଳା ଦେଖି ଭିଜିଲାନ୍ସ ତାଜୁବ ହୋଇଛି। ଭୁବନେଶ୍ୱର ସୌଭାଗ୍ୟନଗରରେ ୩୨୦୦ ବର୍ଗଫୁଟ୍‌‌ ପରିମିତ ଅଞ୍ଚଳରେ ରହିଥିବା ଏକ ଦୁଇ ମହଲା କୋଠା ଠାବ ହୋଇଛି। ସେହିପରି କଟକ-ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୂଲ୍ୟବାନ ୭ଟି ପ୍ଲଟ୍‌‌ ଠାବ ହୋଇଛି।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

ଭୁବନେଶ୍ୱରର ସୌଭାଗ୍ୟନଗର, ବରମୁଣ୍ଡା, ଆଇଗିଣିଆ, ପ୍ରତାପନଗରୀରେ ଦୁଇଟି, କଟକ ସଦର, ସଇନ୍ଦା ବାଲିସାହି ଅଞ୍ଚଳର ପ୍ରାଇମ୍‌‌ ଲୋକେସନରେ ଏହି ୭ଟି ମୂଲ୍ୟବାନ ପ୍ଲଟ୍‌‌ ଠାବ ହୋଇଛି। ଏଗୁଡ଼ିକର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅନ୍ୟପଟରେ ବମିଖାଲଠାରେ ନିଜ ସମ୍ପର୍କୀୟଙ୍କ ନାମରେ ଏକ ବେନାମୀ କୋଠା ରହିଥିବା ଜଣାପଡ଼ିଛି। ସେହିପରି ତାଙ୍କର ୧୨.୬୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ମିଳିଛି। କ୍ରିପ୍ଟୋ କରେନ୍ସିରେ ମଧ୍ୟ ୧.୨୩ ଲକ୍ଷ ଟଙ୍କା ସେ ବିନିଯୋଗ କରିଛନ୍ତି। ତାଙ୍କ ଘରୁ ଜବତ ହୋଇଥିବା ସୁନା, ରୁପା ଅଳଙ୍କାରର ବଜାର ମୂଲ୍ୟ ପ୍ରାୟ ୩୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏପରିକି ସୌଭାଗ୍ୟନଗରସ୍ଥିତ ତାଙ୍କ ଘରୁ ଗୋଟିଏ ହୀରା ହାର ମିଳିଛି। ତାଙ୍କର ଗୋଟିଏ ରେନୋଲ୍‌‌ଟ ଡଷ୍ଟର କାର୍‌‌ ଓ ୩ଟି ମୋଟର ସାଇକଲ ରହିଥିବାବେଳେ ଏଗୁଡ଼ିକର ମୂଲ୍ୟ ୧୩.୪୦ ଲକ୍ଷ ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ଗୁରୁତ୍ୱପୂର୍ଣ୍ଣ ଯେ, ଶ୍ରୀ ଭୂୟାଁ ତାଙ୍କ ପୁଅ ଏବଂ ଝିଅର ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠପଢ଼଼ା ପାଇଁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ପ୍ରକାଶ ଥାଉକି, ଶ୍ରୀ ଭୂୟାଁଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା। ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌‌ଙ୍କ ୱାରେଣ୍ଟ ବଳରେ ତାଙ୍କର ଭୁବନେଶ୍ୱର ସୌଭାଗ୍ୟନଗରସ୍ଥିତ ବାସଭବନ, କଟକ ଜିଲ୍ଲା ନରସିଂହପୁର ବ୍ଲକ ଲେହେଙ୍ଗାସ୍ଥିତ ପୈତୃକ ଘର, ଭୁବନେଶ୍ୱର ଚକେଇସିଆଣିସ୍ଥିତ ସମ୍ପର୍କୀୟଙ୍କ ଘର, ସଦର ବ୍ଲକ କାର୍ଯ୍ୟାଳୟସ୍ଥିତ ତାଙ୍କ ପ୍ରକୋଷ୍ଠରେ ଏକକାଳୀନ ଚଢ଼ଉ ହୋଇଥିଲା। ମୋଟ ୩ଟି ଟିମ୍‌‌ରେ ୩ଜଣ ଡିଏସ୍‌‌ପି ଓ ୪ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

13 Jun 2023 By The Sakala

ଗିରଫ ହେଲେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ, ୧୮୩ % ବଢିଛି ଆୟବହିର୍ଭୁତ ସମ୍ପତ୍ତି

ଭୁବନେଶ୍ବର:  କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ଗିରଫ ହୋଇଛନ୍ତି।  ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିକାଶ ଚନ୍ଦ୍ର ଭୂୟାଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ବାବୁଙ୍କ ୧୮୩ % ବଢିଛି ଆୟ ବହିର୍ଭୁତ ସମ୍ପତ୍ତି । ଗତକାଲି ଠାରୁ ବାବୁଙ୍କ ଘରେ ଛାପା ମାରୁଥିଲା ଭିଜିଲାନ୍ସ ।  ରାଜଧାନୀର ୭ ଟି ସ୍ଥାନରେ ମୂଲ୍ୟବାନ ପ୍ଲଟ ଠାବ ହୋଇଥିଲା।  ସୌଭାଗ୍ୟ ନଗରରେ ବିକାଶଙ୍କ ରହିଛି ବହୁତଳ ପ୍ରାସାଦ । ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟାଙ୍କ ଡିପୋଜିଟ ଓ ଅଳଙ୍କାର ଜବତ କରିଛି ଭିଜିଲାନ୍ସ। ସଉକ ପାଇଁ କିଣୁଥିଲେ ହୀରା ହାର ଓ ସୁନା ବିସ୍କୁଟ ।  ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରିଛନ୍ତି କୋଟିଏ ରୁ ଉର୍ଦ୍ଧ ଟଙ୍କା ।  ଘର ଭିତରୁ  ନଗଦ ୧୧ ଲକ୍ଷ ୭୩ ହଜାର ଟଙ୍କା ମିଳିଥିଲା । ଏହି କୁବେର ଯନ୍ତ୍ରୀଙ୍କ ରାଜକୀୟ ବଙ୍ଗଳା ଦେଖି ଭିଜିଲାନ୍ସ ତାଜୁବ ହୋଇଛି। ଭୁବନେଶ୍ୱର ସୌଭାଗ୍ୟନଗରରେ ୩୨୦୦ ବର୍ଗଫୁଟ୍‌‌ ପରିମିତ ଅଞ୍ଚଳରେ ରହିଥିବା ଏକ ଦୁଇ ମହଲା କୋଠା ଠାବ ହୋଇଛି। ସେହିପରି କଟକ-ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୂଲ୍ୟବାନ ୭ଟି ପ୍ଲଟ୍‌‌ ଠାବ ହୋଇଛି।

ଭୁବନେଶ୍ୱରର ସୌଭାଗ୍ୟନଗର, ବରମୁଣ୍ଡା, ଆଇଗିଣିଆ, ପ୍ରତାପନଗରୀରେ ଦୁଇଟି, କଟକ ସଦର, ସଇନ୍ଦା ବାଲିସାହି ଅଞ୍ଚଳର ପ୍ରାଇମ୍‌‌ ଲୋକେସନରେ ଏହି ୭ଟି ମୂଲ୍ୟବାନ ପ୍ଲଟ୍‌‌ ଠାବ ହୋଇଛି। ଏଗୁଡ଼ିକର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅନ୍ୟପଟରେ ବମିଖାଲଠାରେ ନିଜ ସମ୍ପର୍କୀୟଙ୍କ ନାମରେ ଏକ ବେନାମୀ କୋଠା ରହିଥିବା ଜଣାପଡ଼ିଛି। ସେହିପରି ତାଙ୍କର ୧୨.୬୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ମିଳିଛି। କ୍ରିପ୍ଟୋ କରେନ୍ସିରେ ମଧ୍ୟ ୧.୨୩ ଲକ୍ଷ ଟଙ୍କା ସେ ବିନିଯୋଗ କରିଛନ୍ତି। ତାଙ୍କ ଘରୁ ଜବତ ହୋଇଥିବା ସୁନା, ରୁପା ଅଳଙ୍କାରର ବଜାର ମୂଲ୍ୟ ପ୍ରାୟ ୩୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏପରିକି ସୌଭାଗ୍ୟନଗରସ୍ଥିତ ତାଙ୍କ ଘରୁ ଗୋଟିଏ ହୀରା ହାର ମିଳିଛି। ତାଙ୍କର ଗୋଟିଏ ରେନୋଲ୍‌‌ଟ ଡଷ୍ଟର କାର୍‌‌ ଓ ୩ଟି ମୋଟର ସାଇକଲ ରହିଥିବାବେଳେ ଏଗୁଡ଼ିକର ମୂଲ୍ୟ ୧୩.୪୦ ଲକ୍ଷ ହେବ ବୋଲି ଜଣାପଡ଼ିଛି।

ଗୁରୁତ୍ୱପୂର୍ଣ୍ଣ ଯେ, ଶ୍ରୀ ଭୂୟାଁ ତାଙ୍କ ପୁଅ ଏବଂ ଝିଅର ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠପଢ଼଼ା ପାଇଁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ପ୍ରକାଶ ଥାଉକି, ଶ୍ରୀ ଭୂୟାଁଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା। ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌‌ଙ୍କ ୱାରେଣ୍ଟ ବଳରେ ତାଙ୍କର ଭୁବନେଶ୍ୱର ସୌଭାଗ୍ୟନଗରସ୍ଥିତ ବାସଭବନ, କଟକ ଜିଲ୍ଲା ନରସିଂହପୁର ବ୍ଲକ ଲେହେଙ୍ଗାସ୍ଥିତ ପୈତୃକ ଘର, ଭୁବନେଶ୍ୱର ଚକେଇସିଆଣିସ୍ଥିତ ସମ୍ପର୍କୀୟଙ୍କ ଘର, ସଦର ବ୍ଲକ କାର୍ଯ୍ୟାଳୟସ୍ଥିତ ତାଙ୍କ ପ୍ରକୋଷ୍ଠରେ ଏକକାଳୀନ ଚଢ଼ଉ ହୋଇଥିଲା। ମୋଟ ୩ଟି ଟିମ୍‌‌ରେ ୩ଜଣ ଡିଏସ୍‌‌ପି ଓ ୪ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର