ବାତ୍ୟାର ଭୁଲ୍‌ ଆକଳନ ପାଇଁ ସଂକଟରେ ଆଇଏମ୍‌ଡିର ବିଶ୍ବସନୀୟତା

The Sakala Picture
Published On

ଭୁବନେଶ୍ୱର : ଶନିବାର ସକାଳ ପର୍ଯ୍ୟନ୍ତ ଅଧା ଓଡ଼ିଶାର ଲୋକେ ବାତ୍ୟା ଭୟରେ ଥିଲେ। ପ୍ରାୟ ୧୦ଟା ପରେ ଆଇଏମ୍‌ଡି ସ୍ପଷ୍ଟ କଲା ବାତ୍ୟା ହେବାର ନାହିଁ; ଶକ୍ତିହୀନ ହୋଇସାରିଛି ‘ଜୱାଦ’। ଠିକ୍ ଏହାପରେ ପରେ ରାଜ୍ୟ ସ୍ବତନ୍ତ୍ର ରିଲଫ୍ କମିସନର ପ୍ରଦୀପ ଜେନାଙ୍କ ଟ୍ବିଟ୍ ‘ ପ୍ରଭୁ ଜଗନ୍ନାଥ ଆମକୁ ରକ୍ଷା କରନ୍ତୁ’ ଆଇଏମ୍‌ଡି ଭଳି କେନ୍ଦ୍ରୀୟ ପାଣିପାଗ ବିଜ୍ଞାନ ସଂସ୍ଥାର ପାରଦର୍ଶିତା ପ୍ରତି ପ୍ରଶ୍ନବାଚୀ ଉଠାଇଛି। ଅନ୍ୟ ପକ୍ଷରେ ଓଡ଼ିଶା ଏକ ବାତ୍ୟାପ୍ରବଣ ରାଜ୍ୟ […]

ଭୁବନେଶ୍ୱର : ଶନିବାର ସକାଳ ପର୍ଯ୍ୟନ୍ତ ଅଧା ଓଡ଼ିଶାର ଲୋକେ ବାତ୍ୟା ଭୟରେ ଥିଲେ। ପ୍ରାୟ ୧୦ଟା ପରେ ଆଇଏମ୍‌ଡି ସ୍ପଷ୍ଟ କଲା ବାତ୍ୟା ହେବାର ନାହିଁ; ଶକ୍ତିହୀନ ହୋଇସାରିଛି ‘ଜୱାଦ’। ଠିକ୍ ଏହାପରେ ପରେ ରାଜ୍ୟ ସ୍ବତନ୍ତ୍ର ରିଲଫ୍ କମିସନର ପ୍ରଦୀପ ଜେନାଙ୍କ ଟ୍ବିଟ୍ ‘ ପ୍ରଭୁ ଜଗନ୍ନାଥ ଆମକୁ ରକ୍ଷା କରନ୍ତୁ’ ଆଇଏମ୍‌ଡି ଭଳି କେନ୍ଦ୍ରୀୟ ପାଣିପାଗ ବିଜ୍ଞାନ ସଂସ୍ଥାର ପାରଦର୍ଶିତା ପ୍ରତି ପ୍ରଶ୍ନବାଚୀ ଉଠାଇଛି। ଅନ୍ୟ ପକ୍ଷରେ ଓଡ଼ିଶା ଏକ ବାତ୍ୟାପ୍ରବଣ ରାଜ୍ୟ ହୋଇଥିବାରୁ ଆଇଏମ୍‌ଡି ସୂଚନାକୁ ଆଧାର କରି ରାଜ୍ୟ ସରକାର ବାତ୍ୟା ମୁକାବିଲା ପ୍ରସ୍ତୁତି କରିଥିଲେ। ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାକୁ ଉଦ୍ଧାରକାରୀ ଦଳ ପଠାଇବା ସହ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଥିଲେ। ଯାହା ସମ୍ପର୍କରେ ଏସ୍‌ଆର୍‌ସି ଟ୍ବିଟ୍ କରି ସୂଚନା ଦେଉଥିଲେ। ଏମିତିକି ବାତ୍ୟାଟି ଓଡ଼ିଶାରେ ଲ୍ୟାଣ୍ଡ୍‌ଫଲ୍ କରି ନପାରେ ବୋଲି ଏସ୍‌ଆର୍‌ସି ଟ୍ବିଟ୍ କରି ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରିଥିଲେ। କିନ୍ତୁ ଏହା ପରେ ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋଟିକୋଟି ଓଡ଼ିଶାବାସୀଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଆଗକୁ ଓଡ଼ିଶା ପରି ବାତ୍ୟା ପ୍ରବଣ ରାଜ୍ୟର ସରକାର କେଉଁ ରିପୋର୍ଟ ଉପରେ ଭରସା କରିବେ। କାହା ତଥ୍ୟ ଆଧାରରେ ବାତ୍ୟା ମୁକାବିଲା କରିବେ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଏପରି କି କିଛି ପାଣିପାଗ ବିଜ୍ଞାନୀ ମଧ୍ୟ ସମାନ ଆଶଙ୍କା କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

କେବଳ ଆଇଏମଡି ନୁହେଁ ବିଶ୍ୱର ବଡ଼ ବଡ଼ ପାଣିପାଗ ସଂସ୍ଥା ମଧ୍ୟ ଆକଳନରେ ଭୁଲ୍‍ ସାବ୍ୟସ୍ତ ହେବାରେ ଲାଗିଛନ୍ତି। ବାତ୍ୟା ‘ୟସ’ ‘ଗୁଲାବ’ ଓ ଏବେ ‘ଜୱାଦ’ କ୍ଷେତ୍ରରେ ସମାନ ଘଟଣା ଘଟିଛି। ଅଭିଜ୍ଞତା ଦୃଷ୍ଟିରୁ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ସଠିକ ଗତିପଥ ଓ ତୀବ୍ରତା ମାପିବାରେ ଆଇଏମଡି ସର୍ବାଗ୍ରେ ବୋଲି ବିବେଚନା କରାଯାଇଛି। ତେଣୁ ପୂର୍ବରୁ ଯେତେ ବାତ୍ୟା ଆସିଛି, ବିଦେଶୀ ସଂସ୍ଥାଙ୍କୁ ଛାଡ଼ି ଆଇଏମଡି ଆକଳନ ଉପରେ ରାଜ୍ୟ ସରକାର ସର୍ବଦା ଆଶାପ୍ରକଟ କରିଥାନ୍ତି। ମାତ୍ର କ୍ରମାଗତ ଭାବେ ଆଇଏମଡିର ଆକଳନ ଦ୍ୱନ୍ଦ୍ବାତ୍ମକ ସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ଆରମ୍ଭ ହୋଇଯାଇଛି। ‘ଜୱାଦ’ ପ୍ରସଂଗରେ ସୋସିଆଲ୍‍ ମିଡିଆରେ ଆଇଏମଡି କାର୍ଯ୍ୟାକଳାପ ଉପରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଆଇଏମଡି ଆକଳନ ଆଧାରରେ ହିଁ ରାଜ୍ୟ ସରକାର ମୁକାବିଲା ପ୍ରସ୍ତୁତି କରିଥାନ୍ତି। ଓଡ଼ିଶା ଭଳି ଏକ ବାତ୍ୟା ପ୍ରବଣ ରାଜ୍ୟ ପାଇଁ ଆଗୁଆ ଓ ସଠିକ୍‍ ସୂଚନା ଯଥେଷ୍ଟ ଗୁରୁତ୍ୱ ରଖୁଥିବାରୁ ଏଥିପ୍ରତି ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ଦାବି ଉଠିଛ। ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବାୟୁ ମଣ୍ଡଳରେ ଶୀଘ୍ର ପରିବର୍ତ୍ତନ ହେତୁ ପାଣିପାଗ ଆକଳନ କରିବା କଷ୍ଟକର ହୋଇପଡୁଛି। ଯାହାକି ପୂର୍ବନୁମାନରେ କଷ୍ଟସାଧ୍ୟ ହେଉଛି। ତେବେ କିଛି ମଡେଲ୍‍କୁ ଛାଡିଦେଲେ ଅନ୍ୟମାନେ ବାରମ୍ବାର ନିଜର ମତ ବଦଳାଉଛନ୍ତି। ଯାହାଦ୍ୱାରା ଆକଳନକାରୀଙ୍କ ପାଇଁ ଏହା ଏକ ବଡ଼ ଆହ୍ୱାନ ହୋଇପଡ଼ିଛି। ତେଣୁ ଆଗାମୀ ଦିନରେ ଏ ଦିଗରେ ଗବେଷଣା ଅଧିକ କରିବା ଆବଶ୍ୟକ ହୋଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ସେହିପରି ମଡେଲ୍‍ଗୁଡ଼ିକ ଚଳାଇବା ପାଇଁ ଭାରତର ବିଭିନ୍ନ ସ୍ଥାନରୁ ତଥ୍ୟ ଦରକାର ପଡ଼ୁଛି। ଏହି ତଥ୍ୟକୁ ଆଧାର କରି ସବୁ ମଡେଲ୍‍ ଆକଳନ ଜାରି କରୁଛନ୍ତି। ବିଦେଶୀ ମଡେଲ୍‍ ମଧ୍ୟ ଭାରତଠାରୁ ସଂଗୃହିତ ତଥ୍ୟ ଗ୍ରହଣ କରି ଆକଳନ ଜାରି କରୁଛନ୍ତି। ମାତ୍ର ଏହି ଗୋଳମାଳିଆ ଓ ଭୁଲ୍‍ ତଥ୍ୟ ଯୋଗୁଁ ବିଦେଶୀ ସଂସ୍ଥା ଭୁଲ ଆକଳନ କରୁଛନ୍ତି। ଭାରତୀୟ ପାଣିପାଗ ବିଭାଗ ସମ୍ପୂର୍ଣ୍ଣ ଭାବେ ବିଦେଶୀ ମଡେଲ୍‍ ଉପରେ ନିର୍ଭର କରୁଥିବାରୁ ସଠିକ୍‍ ଆକଳନରେ ସମସ୍ୟା ସୃଷ୍ଟି ହେଉଛି। ସମାନ ଭାବେ ସଠିକ୍‍ ଆକଳନ ପାଇଁ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ବେଲୁନ ଛଡ଼ା ଯାଇଥାଏ। ବାୟୁମଣ୍ଡଳର ସ୍ଥିତି ଜାଣିବାକୁ ଏହି କାର୍ଯ୍ୟ କରାଯାଏ। ମାତ୍ର ତାହା ମଧ୍ୟ କ୍ରମାଗତ ଭାବେ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଆମେରିକାର ‘ଜେଟିଡବ୍ଲୁସି’ ଭଳି ସଂସ୍ଥା ମଧ୍ୟ ନିଜ କଥାରେ ଦୃଢ଼ ଭାବେ ରହି ନପାରି ବାରମ୍ବାର ମତ ପରିବର୍ତ୍ତନ କରୁଛି।

ଏହା ବ୍ୟତୀତ ଆଇଏମଡି ନିକଟରେ ପର୍ଯ୍ୟାପ୍ତ ପରିମାଣରେ ଭିତ୍ତିଭୂମି ମଧ୍ୟ ନାହିଁ। ଆଇଏମଡି ବ୍ୟବହାର କରୁଥିବା ସାଟେଲାଇଟ୍‍ ମଧ୍ୟ ଅନ୍ୟ ଦେଶ ତୁଳନାରେ ଉନ୍ନତ ହୋଇପାରୁ ନାହିଁ। ସେହିପରି ବଙ୍ଗୋପସାଗରରେ ଥିବା ‘ଭାସମାନ ୱେଦର ଷ୍ଟେସନ୍‍’ ମଧ୍ୟ ସମ୍ପୂର୍ଣ୍ଣ ବଙ୍ଗୋପସାଗରକୁ ପରିଧିରେ ଆକଳନ କରିପାରୁନାହିଁ। ଯାହାଦ୍ୱାରା ବାତ୍ୟା ସମ୍ପର୍କରେ ସଠିକ ଆକଳନ ସମସ୍ୟା ସୃଷ୍ଟି ହେଉଛି। ଭାରତକୁ ବାରମ୍ବାର ବାତ୍ୟା ଭୟ ରହୁଥିଲେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଧୀରେ ଧୀରେ ଆଇଏମଡିର ବିଶ୍ୱାସନିୟତା ପ୍ରତି ଆଶଙ୍କା ସୃଷ୍ଟି ହେବାରେ ଲାଗିଛି।

05 Dec 2021 By The Sakala

ବାତ୍ୟାର ଭୁଲ୍‌ ଆକଳନ ପାଇଁ ସଂକଟରେ ଆଇଏମ୍‌ଡିର ବିଶ୍ବସନୀୟତା

ଭୁବନେଶ୍ୱର : ଶନିବାର ସକାଳ ପର୍ଯ୍ୟନ୍ତ ଅଧା ଓଡ଼ିଶାର ଲୋକେ ବାତ୍ୟା ଭୟରେ ଥିଲେ। ପ୍ରାୟ ୧୦ଟା ପରେ ଆଇଏମ୍‌ଡି ସ୍ପଷ୍ଟ କଲା ବାତ୍ୟା ହେବାର ନାହିଁ; ଶକ୍ତିହୀନ ହୋଇସାରିଛି ‘ଜୱାଦ’। ଠିକ୍ ଏହାପରେ ପରେ ରାଜ୍ୟ ସ୍ବତନ୍ତ୍ର ରିଲଫ୍ କମିସନର ପ୍ରଦୀପ ଜେନାଙ୍କ ଟ୍ବିଟ୍ ‘ ପ୍ରଭୁ ଜଗନ୍ନାଥ ଆମକୁ ରକ୍ଷା କରନ୍ତୁ’ ଆଇଏମ୍‌ଡି ଭଳି କେନ୍ଦ୍ରୀୟ ପାଣିପାଗ ବିଜ୍ଞାନ ସଂସ୍ଥାର ପାରଦର୍ଶିତା ପ୍ରତି ପ୍ରଶ୍ନବାଚୀ ଉଠାଇଛି। ଅନ୍ୟ ପକ୍ଷରେ ଓଡ଼ିଶା ଏକ ବାତ୍ୟାପ୍ରବଣ ରାଜ୍ୟ ହୋଇଥିବାରୁ ଆଇଏମ୍‌ଡି ସୂଚନାକୁ ଆଧାର କରି ରାଜ୍ୟ ସରକାର ବାତ୍ୟା ମୁକାବିଲା ପ୍ରସ୍ତୁତି କରିଥିଲେ। ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାକୁ ଉଦ୍ଧାରକାରୀ ଦଳ ପଠାଇବା ସହ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଥିଲେ। ଯାହା ସମ୍ପର୍କରେ ଏସ୍‌ଆର୍‌ସି ଟ୍ବିଟ୍ କରି ସୂଚନା ଦେଉଥିଲେ। ଏମିତିକି ବାତ୍ୟାଟି ଓଡ଼ିଶାରେ ଲ୍ୟାଣ୍ଡ୍‌ଫଲ୍ କରି ନପାରେ ବୋଲି ଏସ୍‌ଆର୍‌ସି ଟ୍ବିଟ୍ କରି ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରିଥିଲେ। କିନ୍ତୁ ଏହା ପରେ ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋଟିକୋଟି ଓଡ଼ିଶାବାସୀଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଆଗକୁ ଓଡ଼ିଶା ପରି ବାତ୍ୟା ପ୍ରବଣ ରାଜ୍ୟର ସରକାର କେଉଁ ରିପୋର୍ଟ ଉପରେ ଭରସା କରିବେ। କାହା ତଥ୍ୟ ଆଧାରରେ ବାତ୍ୟା ମୁକାବିଲା କରିବେ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଏପରି କି କିଛି ପାଣିପାଗ ବିଜ୍ଞାନୀ ମଧ୍ୟ ସମାନ ଆଶଙ୍କା କରିଛନ୍ତି।

କେବଳ ଆଇଏମଡି ନୁହେଁ ବିଶ୍ୱର ବଡ଼ ବଡ଼ ପାଣିପାଗ ସଂସ୍ଥା ମଧ୍ୟ ଆକଳନରେ ଭୁଲ୍‍ ସାବ୍ୟସ୍ତ ହେବାରେ ଲାଗିଛନ୍ତି। ବାତ୍ୟା ‘ୟସ’ ‘ଗୁଲାବ’ ଓ ଏବେ ‘ଜୱାଦ’ କ୍ଷେତ୍ରରେ ସମାନ ଘଟଣା ଘଟିଛି। ଅଭିଜ୍ଞତା ଦୃଷ୍ଟିରୁ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ସଠିକ ଗତିପଥ ଓ ତୀବ୍ରତା ମାପିବାରେ ଆଇଏମଡି ସର୍ବାଗ୍ରେ ବୋଲି ବିବେଚନା କରାଯାଇଛି। ତେଣୁ ପୂର୍ବରୁ ଯେତେ ବାତ୍ୟା ଆସିଛି, ବିଦେଶୀ ସଂସ୍ଥାଙ୍କୁ ଛାଡ଼ି ଆଇଏମଡି ଆକଳନ ଉପରେ ରାଜ୍ୟ ସରକାର ସର୍ବଦା ଆଶାପ୍ରକଟ କରିଥାନ୍ତି। ମାତ୍ର କ୍ରମାଗତ ଭାବେ ଆଇଏମଡିର ଆକଳନ ଦ୍ୱନ୍ଦ୍ବାତ୍ମକ ସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ଆରମ୍ଭ ହୋଇଯାଇଛି। ‘ଜୱାଦ’ ପ୍ରସଂଗରେ ସୋସିଆଲ୍‍ ମିଡିଆରେ ଆଇଏମଡି କାର୍ଯ୍ୟାକଳାପ ଉପରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।

ଆଇଏମଡି ଆକଳନ ଆଧାରରେ ହିଁ ରାଜ୍ୟ ସରକାର ମୁକାବିଲା ପ୍ରସ୍ତୁତି କରିଥାନ୍ତି। ଓଡ଼ିଶା ଭଳି ଏକ ବାତ୍ୟା ପ୍ରବଣ ରାଜ୍ୟ ପାଇଁ ଆଗୁଆ ଓ ସଠିକ୍‍ ସୂଚନା ଯଥେଷ୍ଟ ଗୁରୁତ୍ୱ ରଖୁଥିବାରୁ ଏଥିପ୍ରତି ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ଦାବି ଉଠିଛ। ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବାୟୁ ମଣ୍ଡଳରେ ଶୀଘ୍ର ପରିବର୍ତ୍ତନ ହେତୁ ପାଣିପାଗ ଆକଳନ କରିବା କଷ୍ଟକର ହୋଇପଡୁଛି। ଯାହାକି ପୂର୍ବନୁମାନରେ କଷ୍ଟସାଧ୍ୟ ହେଉଛି। ତେବେ କିଛି ମଡେଲ୍‍କୁ ଛାଡିଦେଲେ ଅନ୍ୟମାନେ ବାରମ୍ବାର ନିଜର ମତ ବଦଳାଉଛନ୍ତି। ଯାହାଦ୍ୱାରା ଆକଳନକାରୀଙ୍କ ପାଇଁ ଏହା ଏକ ବଡ଼ ଆହ୍ୱାନ ହୋଇପଡ଼ିଛି। ତେଣୁ ଆଗାମୀ ଦିନରେ ଏ ଦିଗରେ ଗବେଷଣା ଅଧିକ କରିବା ଆବଶ୍ୟକ ହୋଇଛି।

ସେହିପରି ମଡେଲ୍‍ଗୁଡ଼ିକ ଚଳାଇବା ପାଇଁ ଭାରତର ବିଭିନ୍ନ ସ୍ଥାନରୁ ତଥ୍ୟ ଦରକାର ପଡ଼ୁଛି। ଏହି ତଥ୍ୟକୁ ଆଧାର କରି ସବୁ ମଡେଲ୍‍ ଆକଳନ ଜାରି କରୁଛନ୍ତି। ବିଦେଶୀ ମଡେଲ୍‍ ମଧ୍ୟ ଭାରତଠାରୁ ସଂଗୃହିତ ତଥ୍ୟ ଗ୍ରହଣ କରି ଆକଳନ ଜାରି କରୁଛନ୍ତି। ମାତ୍ର ଏହି ଗୋଳମାଳିଆ ଓ ଭୁଲ୍‍ ତଥ୍ୟ ଯୋଗୁଁ ବିଦେଶୀ ସଂସ୍ଥା ଭୁଲ ଆକଳନ କରୁଛନ୍ତି। ଭାରତୀୟ ପାଣିପାଗ ବିଭାଗ ସମ୍ପୂର୍ଣ୍ଣ ଭାବେ ବିଦେଶୀ ମଡେଲ୍‍ ଉପରେ ନିର୍ଭର କରୁଥିବାରୁ ସଠିକ୍‍ ଆକଳନରେ ସମସ୍ୟା ସୃଷ୍ଟି ହେଉଛି। ସମାନ ଭାବେ ସଠିକ୍‍ ଆକଳନ ପାଇଁ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ବେଲୁନ ଛଡ଼ା ଯାଇଥାଏ। ବାୟୁମଣ୍ଡଳର ସ୍ଥିତି ଜାଣିବାକୁ ଏହି କାର୍ଯ୍ୟ କରାଯାଏ। ମାତ୍ର ତାହା ମଧ୍ୟ କ୍ରମାଗତ ଭାବେ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଆମେରିକାର ‘ଜେଟିଡବ୍ଲୁସି’ ଭଳି ସଂସ୍ଥା ମଧ୍ୟ ନିଜ କଥାରେ ଦୃଢ଼ ଭାବେ ରହି ନପାରି ବାରମ୍ବାର ମତ ପରିବର୍ତ୍ତନ କରୁଛି।

ଏହା ବ୍ୟତୀତ ଆଇଏମଡି ନିକଟରେ ପର୍ଯ୍ୟାପ୍ତ ପରିମାଣରେ ଭିତ୍ତିଭୂମି ମଧ୍ୟ ନାହିଁ। ଆଇଏମଡି ବ୍ୟବହାର କରୁଥିବା ସାଟେଲାଇଟ୍‍ ମଧ୍ୟ ଅନ୍ୟ ଦେଶ ତୁଳନାରେ ଉନ୍ନତ ହୋଇପାରୁ ନାହିଁ। ସେହିପରି ବଙ୍ଗୋପସାଗରରେ ଥିବା ‘ଭାସମାନ ୱେଦର ଷ୍ଟେସନ୍‍’ ମଧ୍ୟ ସମ୍ପୂର୍ଣ୍ଣ ବଙ୍ଗୋପସାଗରକୁ ପରିଧିରେ ଆକଳନ କରିପାରୁନାହିଁ। ଯାହାଦ୍ୱାରା ବାତ୍ୟା ସମ୍ପର୍କରେ ସଠିକ ଆକଳନ ସମସ୍ୟା ସୃଷ୍ଟି ହେଉଛି। ଭାରତକୁ ବାରମ୍ବାର ବାତ୍ୟା ଭୟ ରହୁଥିଲେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଧୀରେ ଧୀରେ ଆଇଏମଡିର ବିଶ୍ୱାସନିୟତା ପ୍ରତି ଆଶଙ୍କା ସୃଷ୍ଟି ହେବାରେ ଲାଗିଛି।

https://www.thesakala.in/latest-odisha-news/reliability-of-the-imd-in-crisis-for-miscalculation-of-cyclone-storms/article-7362
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର