ସହଜରେ ମିଳିବ କୋଭିଡ୍ ଅନୁକମ୍ପା ରାଶି, ୪ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କଲା ବିଏମସି

The Sakala Picture
Published On

ଭୁବନେଶ୍ବର: କୋଭିଡ୍ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ତତ୍ପରତା ପ୍ରକାଶ ପାଇଛି। ଏହି ଅନୁକମ୍ପାମୂଳକ ରାଶି ପାଇବାରେ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ। ଭୁବନେଶ୍ବରରେ ଥିବା କୋଭିଡ୍ ମୃତକଙ୍କ ପରିବାର ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ବିଏମ୍‌ସି ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିରେ କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶକ ଡ. ଲକ୍ଷ୍ମୀଧର ସାହୁ ଅଧ୍ୟକ୍ଷ ରହିଥିବା ବେଳେ ବିଏମ୍‌ସି ଡେପୁଟି […]

ଭୁବନେଶ୍ବର: କୋଭିଡ୍ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ତତ୍ପରତା ପ୍ରକାଶ ପାଇଛି। ଏହି ଅନୁକମ୍ପାମୂଳକ ରାଶି ପାଇବାରେ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ। ଭୁବନେଶ୍ବରରେ ଥିବା କୋଭିଡ୍ ମୃତକଙ୍କ ପରିବାର ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ବିଏମ୍‌ସି ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିରେ କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶକ ଡ. ଲକ୍ଷ୍ମୀଧର ସାହୁ ଅଧ୍ୟକ୍ଷ ରହିଥିବା ବେଳେ ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ ସାହୁ, ଏଡିୟୁପିଏଚ୍ଓ ଅନ୍ତର୍ଯ୍ୟାମୀ ମିଶ୍ର ଓ କ୍ୟାପିଟାଲ ହସ୍ପିଟାଲ୍ ଫୁସ୍‌ଫୁସ୍ ବିଭାଗ ଡାକ୍ତର ଅରୁଣ କୁମାର ସାହୁ ପ୍ରମୁଖ ସଦସ୍ୟ ରହିଛନ୍ତି । ଏହି ବରିଷ୍ଠ ଅଧିକାରୀମାନେ ମୃତକଙ୍କ ପରିବାରକୁ ଆର୍ଥିକ ରାଶି ପ୍ରଦାନ ବ୍ୟବସ୍ଥାକୁ ସୁଗମ କରିବେ । ଅନୁକମ୍ପାମୂଳକ ରାଶି ପାଇବା ପାଇଁ ନିର୍ଦ୍ଦିଷ୍ଟ ମାର୍ଗରେ ଆବେଦନ କରିବାକୁ ପଡ଼ିବାକୁ ପଡ଼ିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଥିବା ବେଳେ ନଭେମ୍ବର ୩ ତାରିଖରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍‌ ମାଧ୍ୟମରେ ଏହି ଆବେଦନ କରାଯାଉଥିବା ବେଳେ ଅନ୍‌ଲାଇନ୍ ପାଇଁ ‘କ୍ୟାପସ’ ନାମକ ଏକ୍ ଆପ୍ ମଧ୍ୟ କାର୍ଯ୍ୟ କରୁଛି। ଅଫ୍‌ଲାଇନ୍‌ ମାଧ୍ୟମରେ ମୃତକଙ୍କ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯାଇ ଆବେଦନ କରିପାରିବେ ବୋଲି ରାଜ୍ୟ ସରକାର ନିୟମ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ଏହି ଆବେଦନର ମାସକ ମଧ୍ୟରେ ହିଁ ସମ୍ପୃକ୍ତ ପରିବାରଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଘଟଣା ସମ୍ପର୍କରେ ସୂଚନା ଦେଇ ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ ସାହୁ କହିଛନ୍ତି ମୃତକଙ୍କ ପରିବାର ଯେ କୌଣସି ଗୋଟିଏ ଅନ୍‌ଲାଇନ କିମ୍ବା ଅଫ୍‌ଲାଇନରେ ଆବେଦନ କରିବେ। ଏହି ସମୟରେ ସେମାନେ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ନେଇ ତଥ୍ୟ ପ୍ରଦାନ କରିବେ। ଏଥିପାଇଁ କୋଭିଡ୍ ପଜିଟିଭ୍ ସାର୍ଟିଫିକେଟ ସହିତ ଡେଥ୍ ସାର୍ଟିଫିକେଟ୍‌ ପ୍ରଦାନ କରିବେ। ଏହି ତଥ୍ୟ ପ୍ରଦାନ ପରେ ବିଏମ୍‌ସି ପକ୍ଷରୁ ଏକ ସାର୍ଟିଫିକେଟ ଦିଆଯିବ। ଏହି ସାର୍ଟିଫିକେଟ ସହିତ ଆବେଦନପତ୍ରକୁ ନେଇ ଜିଲ୍ଲାପାଳ ଅଫିସଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ ବୋଲି ଶ୍ରୀ ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

ବିଏମ୍‌ସି ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧ ହଜାର ୬୬ ଜଣ ପ୍ରାଣ ହରାଇଥିବା ବେଳେ ମୃତ୍ୟୁଜନିତ ପ୍ରମାଣପତ୍ର ପାଇବାରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ। କାରଣ ଡେଥ୍ ସାର୍ଟିଫିକେଟ୍‌ରେ ମୃତ୍ୟୁର କାରଣ ଲେଖାହେଉ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଥିଲା। ତେବେ ବିଏମ୍‌ସିରେ ଏହି ଦୁଇ ତଥ୍ୟ ପ୍ରଦାନ କରିବା ପରେ ବିଏମ୍‌ସି ପକ୍ଷରୁ କୋଭିଡ୍ ମୃତ୍ୟୁର ପ୍ରମାଣପତ୍ର ଦିଆଯିବ। ଯାହାକୁ କି ନେଇ ମୃତକଙ୍କ ପରିବାର ଆବେଦନ କରିବ। ଅନେକ ପରିବାରରେ ରୋଜଗାରିଆ ଲୋକ କୋଭିଡରେ ପ୍ରାଣ ହରାଇଛନ୍ତି। ଯାହାଦ୍ବାରା ଲୋକମାନଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି । ଏହି ସମସ୍ୟାର ଦୂର ପାଇଁ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଅନୁକମ୍ପାମୂଳକ ରାଶି ଯୋଗାଇ ଦିଆଯିବ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

11 Nov 2021 By The Sakala

ସହଜରେ ମିଳିବ କୋଭିଡ୍ ଅନୁକମ୍ପା ରାଶି, ୪ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କଲା ବିଏମସି

ଭୁବନେଶ୍ବର: କୋଭିଡ୍ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ତତ୍ପରତା ପ୍ରକାଶ ପାଇଛି। ଏହି ଅନୁକମ୍ପାମୂଳକ ରାଶି ପାଇବାରେ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ। ଭୁବନେଶ୍ବରରେ ଥିବା କୋଭିଡ୍ ମୃତକଙ୍କ ପରିବାର ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ବିଏମ୍‌ସି ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିରେ କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶକ ଡ. ଲକ୍ଷ୍ମୀଧର ସାହୁ ଅଧ୍ୟକ୍ଷ ରହିଥିବା ବେଳେ ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ ସାହୁ, ଏଡିୟୁପିଏଚ୍ଓ ଅନ୍ତର୍ଯ୍ୟାମୀ ମିଶ୍ର ଓ କ୍ୟାପିଟାଲ ହସ୍ପିଟାଲ୍ ଫୁସ୍‌ଫୁସ୍ ବିଭାଗ ଡାକ୍ତର ଅରୁଣ କୁମାର ସାହୁ ପ୍ରମୁଖ ସଦସ୍ୟ ରହିଛନ୍ତି । ଏହି ବରିଷ୍ଠ ଅଧିକାରୀମାନେ ମୃତକଙ୍କ ପରିବାରକୁ ଆର୍ଥିକ ରାଶି ପ୍ରଦାନ ବ୍ୟବସ୍ଥାକୁ ସୁଗମ କରିବେ । ଅନୁକମ୍ପାମୂଳକ ରାଶି ପାଇବା ପାଇଁ ନିର୍ଦ୍ଦିଷ୍ଟ ମାର୍ଗରେ ଆବେଦନ କରିବାକୁ ପଡ଼ିବାକୁ ପଡ଼ିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଥିବା ବେଳେ ନଭେମ୍ବର ୩ ତାରିଖରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍‌ ମାଧ୍ୟମରେ ଏହି ଆବେଦନ କରାଯାଉଥିବା ବେଳେ ଅନ୍‌ଲାଇନ୍ ପାଇଁ ‘କ୍ୟାପସ’ ନାମକ ଏକ୍ ଆପ୍ ମଧ୍ୟ କାର୍ଯ୍ୟ କରୁଛି। ଅଫ୍‌ଲାଇନ୍‌ ମାଧ୍ୟମରେ ମୃତକଙ୍କ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯାଇ ଆବେଦନ କରିପାରିବେ ବୋଲି ରାଜ୍ୟ ସରକାର ନିୟମ କରିଛନ୍ତି।

ଏହି ଆବେଦନର ମାସକ ମଧ୍ୟରେ ହିଁ ସମ୍ପୃକ୍ତ ପରିବାରଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଘଟଣା ସମ୍ପର୍କରେ ସୂଚନା ଦେଇ ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ ସାହୁ କହିଛନ୍ତି ମୃତକଙ୍କ ପରିବାର ଯେ କୌଣସି ଗୋଟିଏ ଅନ୍‌ଲାଇନ କିମ୍ବା ଅଫ୍‌ଲାଇନରେ ଆବେଦନ କରିବେ। ଏହି ସମୟରେ ସେମାନେ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ନେଇ ତଥ୍ୟ ପ୍ରଦାନ କରିବେ। ଏଥିପାଇଁ କୋଭିଡ୍ ପଜିଟିଭ୍ ସାର୍ଟିଫିକେଟ ସହିତ ଡେଥ୍ ସାର୍ଟିଫିକେଟ୍‌ ପ୍ରଦାନ କରିବେ। ଏହି ତଥ୍ୟ ପ୍ରଦାନ ପରେ ବିଏମ୍‌ସି ପକ୍ଷରୁ ଏକ ସାର୍ଟିଫିକେଟ ଦିଆଯିବ। ଏହି ସାର୍ଟିଫିକେଟ ସହିତ ଆବେଦନପତ୍ରକୁ ନେଇ ଜିଲ୍ଲାପାଳ ଅଫିସଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ ବୋଲି ଶ୍ରୀ ସାହୁ କହିଛନ୍ତି।

ବିଏମ୍‌ସି ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧ ହଜାର ୬୬ ଜଣ ପ୍ରାଣ ହରାଇଥିବା ବେଳେ ମୃତ୍ୟୁଜନିତ ପ୍ରମାଣପତ୍ର ପାଇବାରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ। କାରଣ ଡେଥ୍ ସାର୍ଟିଫିକେଟ୍‌ରେ ମୃତ୍ୟୁର କାରଣ ଲେଖାହେଉ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଥିଲା। ତେବେ ବିଏମ୍‌ସିରେ ଏହି ଦୁଇ ତଥ୍ୟ ପ୍ରଦାନ କରିବା ପରେ ବିଏମ୍‌ସି ପକ୍ଷରୁ କୋଭିଡ୍ ମୃତ୍ୟୁର ପ୍ରମାଣପତ୍ର ଦିଆଯିବ। ଯାହାକୁ କି ନେଇ ମୃତକଙ୍କ ପରିବାର ଆବେଦନ କରିବ। ଅନେକ ପରିବାରରେ ରୋଜଗାରିଆ ଲୋକ କୋଭିଡରେ ପ୍ରାଣ ହରାଇଛନ୍ତି। ଯାହାଦ୍ବାରା ଲୋକମାନଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି । ଏହି ସମସ୍ୟାର ଦୂର ପାଇଁ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଅନୁକମ୍ପାମୂଳକ ରାଶି ଯୋଗାଇ ଦିଆଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର