ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

Madhusudan Das Picture
Published On

ଭୁବନେଶ୍ୱର: ଜିଆର୍‌ପି କନ୍‌ଷ୍ଟେବଲ୍‌ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ଭିଡ଼ହତ୍ୟା ପରେ ପୁଣି ଘଟିଛି ଅନୁରୂପ ଘଟଣା। ଜମିବାଡି ବିବାଦକୁ କେନ୍ଦ୍ର କରି ଲୁହାଛଡ଼ରେ ନିସ୍ତୁକ ମାଡ଼ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।  ମୃତ ଯୁବକ ଜଣେ ରିଅଲ ଇଷ୍ଟେଟ ଏଜେଣ୍ଟ ଓ ତାଙ୍କ ନାମ ସ୍ମୃତି ରଞ୍ଜନ ମାର୍ଥା (୩୭)। ଗତ ୨୦ ତାରିଖରେ ତାଙ୍କୁ ଗୋଟିଏ ପରିବାରର ୮ଜଣ ବ୍ୟକ୍ତିଙ୍କ ମିଳିତ ଆକ୍ରମଣରେ ଗୁରୁତର ହୋଇ ସେ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ  ଘଟିଥିବା ସୂଚନା ମିଳିଛି। 

ଆହୁରି ପଢ଼ନ୍ତୁ: ଆଜି ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ; ଲୋକପ୍ରିୟତାର ସଂଜ୍ଞା, ଜନ ନାୟକର ପରିଭାଷା ସବୁ ନବୀନଙ୍କ ଭିତରେ ସମାହିତ

ଘଟଣା ଘଟିବା ଦିନ ସ୍ମୃତିଙ୍କ ପରିବାର ଲୋକେ ବାଲିଅନ୍ତା ଥାନାରେ ଏତଲା ଦେଇଥିଲେ। ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ୪୮ ଘଣ୍ଟା ହେବ ହାତବାନ୍ଧି ବସିଥିଲା। ମୃତ୍ୟୁ ଖବର ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଅନ୍ୟମାନେ ଫେରାର୍‌ ହୋଇ ଯାଇଥିଲେ ଓ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା।  ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ମହିଳାମାନେ ଗୁରୁବାର ରାତିରେ ବାଲିଅନ୍ତା ଥାନା ଘେରାଉ କରିଥିବା ସୂଚନା ମିଳିଛି। 

ଆହୁରି ପଢ଼ନ୍ତୁ: ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସ୍ମୃତିଙ୍କ ଭାଇ ମନୋଜଙ୍କ ଅଭିଯୋଗ ଅନୁସାରେ ତାଙ୍କ ପରିବାର ଲୋକଙ୍କ ଟ୍ରାକ୍ଟର ଠାରୁ ଆରମ୍ଭ କରି ଏକାଧିକ ଗାଡି ରହିଛି। ଗତ ୨୦ ତାରିଖ ଅପରାହ୍ଣ ୪ଟାରୁ ୪.୩୦ ମଧ୍ୟରେ ଟ୍ରାକ୍ଟର ଡ୍ରାଇଭର ଝୁମୁରା ଦାସ ଗାଡି ନେଇ ଆସୁଥିଲେ। ପାଟଣା ଗାଁର ଏକ ଗ୍ୟାସ ଏଜେନ୍ସି ନିକଟରେ ଡ୍ରାଇଭର ଗାଡ଼ି ଅଟକାଇ ଥିଲେ। ସ୍ମୃତି ଓ ତାଙ୍କ ଭାଇ ମଧ୍ୟ ଏଠାରେ ଥିଲେ। ୩ଜଣଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ସମୟରେ ସେହି ଗ୍ରାମର ଅଶୋକ ଏଥିରେ ହସ୍ତକ୍ଷେପ କରିଥିଲେ। ଏହାକୁ ନେଇ ଝୁମୁରା ଏବଂ ଅଶୋକଙ୍କ ପରିବାର ଲୋକଙ୍କ ବିବାଦ ବଢିଥିଲା। ଝୁମୁରାଙ୍କୁ ଅଶୋକ ଓ ତାଙ୍କ ସମର୍ଥକମାନେ ପିଟିବା ଆରମ୍ଭ କରିଥିଲେ। ଝୁମୁରାଙ୍କୁ ବଞ୍ଚାଇବାକୁ ଯାଇ ସ୍ମୃତି ଏଥିରେ ହସ୍ତକ୍ଷେପ କରିଥିଲେ। ତାଙ୍କୁ ଅଶୋକଙ୍କ ଦୁଇ ପୁଅ ଏବଂ ତାଙ୍କ ସ୍ତ୍ରୀ ରୁନୁ ପ୍ରଥମେ ଆକ୍ରମଣ କରିଥିଲେ। ଏହାପରେ ଆଉ ୪ ଜଣ ଲୋକଙ୍କୁ ଡକାଇଥିଲେ। ୮ ଜଣ ଲୋକ ତାଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ। ଫଳରେ ସ୍ମୃତିଙ୍କ ଛାତି, ମୁଣ୍ଡ ଏବଂ ହାତଗୋଡରେ ଗଭୀର ଆଘାତ ଲାଗିଥିଲା। ସ୍ମୃତିଙ୍କ ସାନ ଭାଇ ଏବଂ ଅନ୍ୟ ଜଣେ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ, ୨୧.୮୮ ଲକ୍ଷ ଟଙ୍କା ଜବତ

ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ସ୍ମୃତି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି। ଏନେଇ ଅଶୋକ ଏବଂ ତାଙ୍କ ସ୍ତ୍ରୀ ଓ ୨ପୁଅଙ୍କ ସମେତ ଏକାଧିକ ଲୋକଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।  ସ୍ମୃତିଙ୍କ ୨ଟି ପିଲା ଅଛନ୍ତି। ଗୋଟିଏ ପିଲାକୁ ଥାଲାସେମିଆ ରୋଗ ହୋଇଥିଲା ବେଳେ ଅନ୍ୟ ଏକ ପିଲାର ବୟସ ମାତ୍ର ଦୁଇ। ପରିବାର ଲୋକେ ସ୍ମୃତିଙ୍କୁ ନ୍ୟାୟ ଦେବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର