କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

Madhusudan Das Picture
Published On

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଟଣୀସ୍ଥିତ ଇନଫୋ ଭ୍ୟାଲି-୨ ନିର୍ମିତ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ଅତ୍ୟାଧୁନିକ ଗ୍ରୀନଫିଲ୍ଡ ଡାଟା ସେଣ୍ଟରକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନଜରରେ ରଖି ୯୬ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ । ସୁରକ୍ଷା ଦାୟିତ୍ୱରେ ବିଭିନ୍ନ ପାହ୍ୟାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଶତାଧିକ ପୋଲିସ କର୍ମଚାରୀ ନିୟୋଜିତ ରହିବେ । ଏହାସହିତ PM ମୋଦିଙ୍କ ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି ହୋଇଛି । ସନ୍ଧ୍ୟା ୫ଟା ୪୦ରୁ ୬ଟା ୪୦ ଯାଏଁ ଟ୍ରାଫିକ୍‌ କଟକଣା ଜାରି କରିଛି କମିଶନରେଟ୍ ପୋଲିସ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ରବିବାର ସନ୍ଧ୍ୟା ୫.୪୦ ରୁ ୬.୪୦ ପର୍ଯ୍ୟନ୍ତ ଆରବିଆଇ ଡାଟା ସେଣ୍ଟରରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ ହେବ। ଏହି ସମୟ ମଧ୍ୟରେ ଇନଫୋଭ୍ୟାଲି ଛକ, ତଳଖେତା ଛକ, ବାଟଭୁଆସୁଣୀ ଛକ, ଏନଏଚ-୧୬ ରୁ ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀନଗର ଛକ, ୧୨୦ ବାଟାଲିୟନ ଛକ, ପାୱାର ହାଉସ ଛକ, ଲୋକଭବନ ଗୋଲେଇ, ଏଜି ଛକ, ହସ୍ପିଟାଲ ଛକ, ସୁର କମ୍ପାନୀ ଛକ ଏବଂ ବିମାନବନ୍ଦର ଯାଏଁ ରାସ୍ତା ବନ୍ଦ ରହିବ। ଯାତ୍ରୀମାନଙ୍କୁ ଏହି ସମୟରେ ଉକ୍ତ ରାସ୍ତା ଦେଇ ନଯିବାକୁ ପରାମର୍ଶ ଦିଆଯାଇଛି। 

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ସାଧାରଣ ଜନତାଙ୍କୁ ଯାତ୍ରା ସମୟରେ ଅସୁବିଧାରୁ ବର୍ତ୍ତିବା ପାଇଁ ବିକଳ୍ପ ରାସ୍ତା ବ୍ୟବହାର କରିବା ସହ ଅତିରିକ୍ତ ସମୟ ହାତରେ ରଖିବାକୁ କମିଶନରେଟ୍ ପୋଲିସ ନିବେଦନ କରିଛି। ତେବେ ଜରୁରୀକାଳୀନ ଯାନ ଯଥା ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଏବଂ ପୋଲିସ ଗାଡି ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି ପୋଲିସ କମିଶନର ଡକ୍ଟର ସୁରେଶ ଦେବ ଦତ୍ତ ସିଂହ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ସୁରକ୍ଷା ବ୍ୟବସ୍ଥାରେ ୨୨୩ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୭୧ ଜଣ ଥାନା ଅଧିକାରୀ ଏବଂ ୩୭ ଜଣ ଏଏସ୍‌ପି ଓ ଡିଏସ୍‌ପି ପାହ୍ୟାର ଅଧିକାରୀ ନିୟୋଜିତ ରହିବେ । ସେହିପରି ୨୦ ଜଣ ଅତିରିକ୍ତ ଏସ୍‌ପି ଓ ଡିସିପି ପାହ୍ୟାର ଅଧିକାରୀ, ୧୦ ଜଣ ଏସ୍‌ପି, ଡିସିପି ଓ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀ, ୩ ଜଣ ଡିଆଇଜି ପାହ୍ୟାର ଅଧିକାରୀ ଏବଂ ଜଣେ ଆଇଜି ପାହ୍ୟାର ଅଧିକାରୀ ସୁରକ୍ଷା ବ୍ୟବସ୍ଥାରେ ସାମିଲ ରହିବେ । ଭୁବନେଶ୍ୱରଠାରୁ ଜଟଣୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରହିବ ଗୁଇନ୍ଦା ନଜର। ବିମାନବନ୍ଦରଠାରୁ ଆରମ୍ଭ କରି ଉଦ୍‌ଘାଟନ ସ୍ଥଳ ପର୍ଯ୍ୟନ୍ତ ଡଗ୍‌ ସ୍କ୍ୱାର୍ଡ ଓ ବମ୍‌ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚ କରାଯିବ । ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟେକ ଦିଗକୁ ଅନୁଧ୍ୟାନ କରିବେ ପ୍ରଧାନମନ୍ତ୍ରୀଙ୍କ ଏସ୍‌ପିଜି ଟିମ୍‌ । ଏ ନେଇ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଚାଲିଛି ବ୍ୟାପକ ପ୍ରସ୍ତୁତି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର