ଛୁଟି ଦିନରେ ସେବା ଦେଇ ମହାନିୟତା ଦେଖାଇଲେ ଏମକେସିଜିର ଡାକ୍ତର ଓ ୮ ନର୍ସିଂ ଅଫିସର

The Sakala Picture
Published On

ବ୍ରହ୍ମପୁର: ସେବା ହିଁ ପରମ ଧର୍ମ । କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ସେବା ପାଇଁ ହିଁ ପ୍ରତିଜ୍ଞା ନେଇଥାନ୍ତି ଡାକ୍ତର । ଏହା ଆଜି ପ୍ରମାଣିତ କରିଛନ୍ତି ଏମକେସିଜି ମେଡିକାଲ କଲେଜର ଡାଏଲେସିସ୍‌  ବିଭାଗର ନସିଂ ଇନ୍‌ଚାର୍ଜ ଗୀତାଞ୍ଜଳି ଗନ୍ତାୟତ । ସମସ୍ତଙ୍କ ପାଇଁ ପର୍ବ ଏବଂ ଛୁଟିଦିନ ଥିବା ବେଳେ ଡାକ୍ତର ରୋଗୀଙ୍କ ପାଇଁ ସବୁବେଳେ ତୟାର ବୋଲି ସେ କହିଛନ୍ତି । ଏହିଭଳି ଏକ ଭଲ ଖବର ଗତକାଲି ଏମକେସିଜି ମେଡିକାଲ କଲେଜର […]

ବ୍ରହ୍ମପୁର: ସେବା ହିଁ ପରମ ଧର୍ମ । କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ସେବା ପାଇଁ ହିଁ ପ୍ରତିଜ୍ଞା ନେଇଥାନ୍ତି ଡାକ୍ତର । ଏହା ଆଜି ପ୍ରମାଣିତ କରିଛନ୍ତି ଏମକେସିଜି ମେଡିକାଲ କଲେଜର ଡାଏଲେସିସ୍‌  ବିଭାଗର ନସିଂ ଇନ୍‌ଚାର୍ଜ ଗୀତାଞ୍ଜଳି ଗନ୍ତାୟତ । ସମସ୍ତଙ୍କ ପାଇଁ ପର୍ବ ଏବଂ ଛୁଟିଦିନ ଥିବା ବେଳେ ଡାକ୍ତର ରୋଗୀଙ୍କ ପାଇଁ ସବୁବେଳେ ତୟାର ବୋଲି ସେ କହିଛନ୍ତି । ଏହିଭଳି ଏକ ଭଲ ଖବର ଗତକାଲି ଏମକେସିଜି ମେଡିକାଲ କଲେଜର ସୁପରଷ୍ପେସାଲିଟି କୋଠାରେ ଥିବା ଡାଏଲେସିସ୍‌ ବିଭାଗରେ ଦେଖିବାକୁ ମିଳିଛି । ଦୀପାବଳି ଭଳି ଛୁଟି ଦିନରେ ମଧ୍ୟ ୨୫ ଜଣ କିଡ୍‌ନି ରୋଗୀଙ୍କ ଡାଏଲେସିସ୍‌ କରି ନିଜର ମହାନିୟତା ଦେଖାଇଛନ୍ତି ସେହି ବିଭାଗର ଡାକ୍ତର ଓ ୮ ନର୍ସିଂ ଅଫିସର । ବ୍ରହ୍ମପୁର ଏମକେସିଜି ମେଡିକାଲରେ ପ୍ରତି ରବିବାର ରୋଗୀଙ୍କ ପାଇଁ ଡାଏଲେସିସ୍‌ ସେବା ବନ୍ଦ ରହେ । ହେଲେ ସୋମବାର ଦିନ ଦୀପାବଳି ଥିଲା । ରବିବାର ଛୁଟି ଏବଂ ସୋମବାର ବନ୍ଦ ରହିଲେ ଡାଏଲେସିସ୍‌ ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟଙ୍କ ପାଇଁ ସମସ୍ୟା ସୃଷ୍ଟି ହେବା ଆଶଙ୍କାକୁ ଦୃଷ୍ଟିରେ ଉକ୍ତ ବିଭାଗର ନର୍ସିଂ ଅଫିସର ଓ କର୍ମଚାରୀ ମାନେ ଦୀପାବଳି ଭଳି ଦିନଟି ମଧ୍ୟ ରୋଗୀଙ୍କ ସେବା ପାଇଁ ଉତ୍ସର୍ଗ କରିଛନ୍ତି । ସେମାନେ ଗତକାଲି ଦୀପାବଳିରେ ୨୫ଜଣ କିଡ଼ନୀ ରୋଗୀଙ୍କୁ ଡାଏଲେସିସ୍‌ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଏହି କାର୍ଯ୍ୟରେ ଆସିଷ୍ଟାଣ୍ଡ ପ୍ରଫେସର ଡା.ଅମରେନ୍ଦ୍ର ଜେନା, ଟେକ୍‌ନିସିଆନ୍‌ ଶିଶିର କୁମାର ଦାଶ, ବିଭାଗୀୟ ନର୍ସିଂ ଇନ୍‌ଚାର୍ଜ ଗୀତାଞ୍ଜଳି ଗନ୍ତାୟତଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଆଜି ସୂର୍ଯ୍ୟ ପରାଗ ଯୋଗୁଁ ସରକାରୀ ଛୁଟି ହୋଇଥିଲେ ମଧ୍ୟ ଏହି ବିଭାଗ କର୍ମଚାରୀ ମାନେ ଆଜି ମଧ୍ୟ ରୋଗୀଙ୍କୁ ସେବା ଯୋଗାଇଛନ୍ତି । ଦୀପାବଳି ଓ ଚନ୍ଦ୍ରଗ୍ରହଣ ଭଳି ଛୁଟି ଦିନରେ ମଧ୍ୟ ସେବା ପାଇ ଅନେକ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଏହି କର୍ମଚାରୀମାନଙ୍କ ମହାନିୟତାକୁ କୃତଜ୍ଞତା ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

ସୂଚନାଯୋଗ୍ୟ ଯେ, ଏମକେସିଜି ଡାଏଲେସିସ୍‌ ବିଭାଗରେ ପ୍ରତ୍ୟେକ ଦିନ ସକାଳ ସମୟରେ ୧୨ ଜଣ ଓ ସନ୍ଧ୍ୟା ସମୟରେ ୧୨ ଜଣଙ୍କୁ ମିଶାଇ ମୋଟ ୨୪ ଜଣଙ୍କ ଡାଏଲେସିସ୍‌ ହେଉଥିବା ବେଳେ ଗୋଟିଏ ଦିନ ଛୁଟି ପଡିଲେ ସେହି ଦିନର ୨୪ ଜଣଙ୍କ ଡାଏଲେସିସ୍‌ ଭାର ପୁଣି ଅନ୍ୟ ଦିନରେ ପଡିବ । ତେଣୁ ଛୁଟି ନେଇ ରହିବା ଅର୍ଥ ରୋଗୀଙ୍କୁ ହଇରାଣ ହିଁ କରିବା କଥା ବୋଲି ବିଭାଗୀୟ ନର୍ସିଂ ଇନ୍‌ଚାର୍ଜ ଗୀତାଞ୍ଜଳି ଗନ୍ତାୟତ କହିଛନ୍ତି । ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଡାଏଲେସିସ୍‌ ପାଇଁ ରୋଗୀଙ୍କ ନମ୍ବର ବୁକ୍‌ ହୋଇ ରହିଯାଇଛି । ତେଣୁ ଛୁଟି ନେବା ନିହାତି କଷ୍ଟକର ବୋଲି ସେ କହିଛନ୍ତି । ରବିବାର ଛୁଟି ଥିଲେ ମଧ୍ୟ କାହାର ଜରୁରୀ ଡାଏଲେସିସ୍‌ର ଆବଶ୍ୟକତା ପଡିଲେ ଡାଏଲେସିସ୍‌ କରାଯାଉଥିବା ବିଭାଗୀୟ କର୍ମଚାରୀମାନେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

25 Oct 2022 By The Sakala

ଛୁଟି ଦିନରେ ସେବା ଦେଇ ମହାନିୟତା ଦେଖାଇଲେ ଏମକେସିଜିର ଡାକ୍ତର ଓ ୮ ନର୍ସିଂ ଅଫିସର

ବ୍ରହ୍ମପୁର: ସେବା ହିଁ ପରମ ଧର୍ମ । କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ସେବା ପାଇଁ ହିଁ ପ୍ରତିଜ୍ଞା ନେଇଥାନ୍ତି ଡାକ୍ତର । ଏହା ଆଜି ପ୍ରମାଣିତ କରିଛନ୍ତି ଏମକେସିଜି ମେଡିକାଲ କଲେଜର ଡାଏଲେସିସ୍‌  ବିଭାଗର ନସିଂ ଇନ୍‌ଚାର୍ଜ ଗୀତାଞ୍ଜଳି ଗନ୍ତାୟତ । ସମସ୍ତଙ୍କ ପାଇଁ ପର୍ବ ଏବଂ ଛୁଟିଦିନ ଥିବା ବେଳେ ଡାକ୍ତର ରୋଗୀଙ୍କ ପାଇଁ ସବୁବେଳେ ତୟାର ବୋଲି ସେ କହିଛନ୍ତି । ଏହିଭଳି ଏକ ଭଲ ଖବର ଗତକାଲି ଏମକେସିଜି ମେଡିକାଲ କଲେଜର ସୁପରଷ୍ପେସାଲିଟି କୋଠାରେ ଥିବା ଡାଏଲେସିସ୍‌ ବିଭାଗରେ ଦେଖିବାକୁ ମିଳିଛି । ଦୀପାବଳି ଭଳି ଛୁଟି ଦିନରେ ମଧ୍ୟ ୨୫ ଜଣ କିଡ୍‌ନି ରୋଗୀଙ୍କ ଡାଏଲେସିସ୍‌ କରି ନିଜର ମହାନିୟତା ଦେଖାଇଛନ୍ତି ସେହି ବିଭାଗର ଡାକ୍ତର ଓ ୮ ନର୍ସିଂ ଅଫିସର । ବ୍ରହ୍ମପୁର ଏମକେସିଜି ମେଡିକାଲରେ ପ୍ରତି ରବିବାର ରୋଗୀଙ୍କ ପାଇଁ ଡାଏଲେସିସ୍‌ ସେବା ବନ୍ଦ ରହେ । ହେଲେ ସୋମବାର ଦିନ ଦୀପାବଳି ଥିଲା । ରବିବାର ଛୁଟି ଏବଂ ସୋମବାର ବନ୍ଦ ରହିଲେ ଡାଏଲେସିସ୍‌ ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟଙ୍କ ପାଇଁ ସମସ୍ୟା ସୃଷ୍ଟି ହେବା ଆଶଙ୍କାକୁ ଦୃଷ୍ଟିରେ ଉକ୍ତ ବିଭାଗର ନର୍ସିଂ ଅଫିସର ଓ କର୍ମଚାରୀ ମାନେ ଦୀପାବଳି ଭଳି ଦିନଟି ମଧ୍ୟ ରୋଗୀଙ୍କ ସେବା ପାଇଁ ଉତ୍ସର୍ଗ କରିଛନ୍ତି । ସେମାନେ ଗତକାଲି ଦୀପାବଳିରେ ୨୫ଜଣ କିଡ଼ନୀ ରୋଗୀଙ୍କୁ ଡାଏଲେସିସ୍‌ କରିଛନ୍ତି ।

ଏହି କାର୍ଯ୍ୟରେ ଆସିଷ୍ଟାଣ୍ଡ ପ୍ରଫେସର ଡା.ଅମରେନ୍ଦ୍ର ଜେନା, ଟେକ୍‌ନିସିଆନ୍‌ ଶିଶିର କୁମାର ଦାଶ, ବିଭାଗୀୟ ନର୍ସିଂ ଇନ୍‌ଚାର୍ଜ ଗୀତାଞ୍ଜଳି ଗନ୍ତାୟତଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଆଜି ସୂର୍ଯ୍ୟ ପରାଗ ଯୋଗୁଁ ସରକାରୀ ଛୁଟି ହୋଇଥିଲେ ମଧ୍ୟ ଏହି ବିଭାଗ କର୍ମଚାରୀ ମାନେ ଆଜି ମଧ୍ୟ ରୋଗୀଙ୍କୁ ସେବା ଯୋଗାଇଛନ୍ତି । ଦୀପାବଳି ଓ ଚନ୍ଦ୍ରଗ୍ରହଣ ଭଳି ଛୁଟି ଦିନରେ ମଧ୍ୟ ସେବା ପାଇ ଅନେକ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଏହି କର୍ମଚାରୀମାନଙ୍କ ମହାନିୟତାକୁ କୃତଜ୍ଞତା ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏମକେସିଜି ଡାଏଲେସିସ୍‌ ବିଭାଗରେ ପ୍ରତ୍ୟେକ ଦିନ ସକାଳ ସମୟରେ ୧୨ ଜଣ ଓ ସନ୍ଧ୍ୟା ସମୟରେ ୧୨ ଜଣଙ୍କୁ ମିଶାଇ ମୋଟ ୨୪ ଜଣଙ୍କ ଡାଏଲେସିସ୍‌ ହେଉଥିବା ବେଳେ ଗୋଟିଏ ଦିନ ଛୁଟି ପଡିଲେ ସେହି ଦିନର ୨୪ ଜଣଙ୍କ ଡାଏଲେସିସ୍‌ ଭାର ପୁଣି ଅନ୍ୟ ଦିନରେ ପଡିବ । ତେଣୁ ଛୁଟି ନେଇ ରହିବା ଅର୍ଥ ରୋଗୀଙ୍କୁ ହଇରାଣ ହିଁ କରିବା କଥା ବୋଲି ବିଭାଗୀୟ ନର୍ସିଂ ଇନ୍‌ଚାର୍ଜ ଗୀତାଞ୍ଜଳି ଗନ୍ତାୟତ କହିଛନ୍ତି । ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଡାଏଲେସିସ୍‌ ପାଇଁ ରୋଗୀଙ୍କ ନମ୍ବର ବୁକ୍‌ ହୋଇ ରହିଯାଇଛି । ତେଣୁ ଛୁଟି ନେବା ନିହାତି କଷ୍ଟକର ବୋଲି ସେ କହିଛନ୍ତି । ରବିବାର ଛୁଟି ଥିଲେ ମଧ୍ୟ କାହାର ଜରୁରୀ ଡାଏଲେସିସ୍‌ର ଆବଶ୍ୟକତା ପଡିଲେ ଡାଏଲେସିସ୍‌ କରାଯାଉଥିବା ବିଭାଗୀୟ କର୍ମଚାରୀମାନେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର