ବ୍ରହ୍ମପୁର ଏମକେସିଜିରେ ଡାକ୍ତର ଓ ନର୍ସ ହାତାହାତି

The Sakala Picture
Published On

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ହାଉସ ସର୍ଜନ ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ମାରପିଟ ହୋଇଛି। ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଏହି ଘଟଣା ଘଟିଛି । ଉଭୟ ନର୍ସ ସଙ୍ଘ ଓ ହାଉସ ସର୍ଜନ ସଙ୍ଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତକାଲି ରାତିରେ କାଜୁଆଲିଟିରେ ଜଣେ ରୋଗୀଙ୍କ ରକ୍ତ ଶର୍କରା ପରୀକ୍ଷା କରିବାକୁ ହାଉସ ସର୍ଜନ ଡାକ୍ତର କହିଥିଲେ । ହେଲେ ସେଠାରେ କାର୍ଯ୍ଯରତ ନର୍ସ ମାନେ ଶର୍କରା ପରୀକ୍ଷା […]

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ହାଉସ ସର୍ଜନ ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ମାରପିଟ ହୋଇଛି। ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଏହି ଘଟଣା ଘଟିଛି । ଉଭୟ ନର୍ସ ସଙ୍ଘ ଓ ହାଉସ ସର୍ଜନ ସଙ୍ଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତକାଲି ରାତିରେ କାଜୁଆଲିଟିରେ ଜଣେ ରୋଗୀଙ୍କ ରକ୍ତ ଶର୍କରା ପରୀକ୍ଷା କରିବାକୁ ହାଉସ ସର୍ଜନ ଡାକ୍ତର କହିଥିଲେ । ହେଲେ ସେଠାରେ କାର୍ଯ୍ଯରତ ନର୍ସ ମାନେ ଶର୍କରା ପରୀକ୍ଷା କରିନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଜି ସକାଳୁ ଉଭୟ ପକ୍ଷର ଶତାଧିକ ଡାକ୍ତର ଓ ନର୍ସ ପୃଥକ୍ ଭାବେ ଅଧିକ୍ଷକଙ୍କ ନିକଟରେ ଜମା ହୋଇଥିଲେ। ସେଠାରେ ମୁହାମୁହିଁ ପରିସ୍ଥିତି ଉପୁଜିଥିଲା । ଉଭୟ ହାତାହାତି ହୋଇଥିଲେ । ନର୍ସଙ୍କ ଧାରଣା ଜାରି ରହିଛି । ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

30 Sep 2022 By The Sakala

ବ୍ରହ୍ମପୁର ଏମକେସିଜିରେ ଡାକ୍ତର ଓ ନର୍ସ ହାତାହାତି

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ହାଉସ ସର୍ଜନ ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ମାରପିଟ ହୋଇଛି। ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଏହି ଘଟଣା ଘଟିଛି । ଉଭୟ ନର୍ସ ସଙ୍ଘ ଓ ହାଉସ ସର୍ଜନ ସଙ୍ଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତକାଲି ରାତିରେ କାଜୁଆଲିଟିରେ ଜଣେ ରୋଗୀଙ୍କ ରକ୍ତ ଶର୍କରା ପରୀକ୍ଷା କରିବାକୁ ହାଉସ ସର୍ଜନ ଡାକ୍ତର କହିଥିଲେ । ହେଲେ ସେଠାରେ କାର୍ଯ୍ଯରତ ନର୍ସ ମାନେ ଶର୍କରା ପରୀକ୍ଷା କରିନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଜି ସକାଳୁ ଉଭୟ ପକ୍ଷର ଶତାଧିକ ଡାକ୍ତର ଓ ନର୍ସ ପୃଥକ୍ ଭାବେ ଅଧିକ୍ଷକଙ୍କ ନିକଟରେ ଜମା ହୋଇଥିଲେ। ସେଠାରେ ମୁହାମୁହିଁ ପରିସ୍ଥିତି ଉପୁଜିଥିଲା । ଉଭୟ ହାତାହାତି ହୋଇଥିଲେ । ନର୍ସଙ୍କ ଧାରଣା ଜାରି ରହିଛି । ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି।

https://www.thesakala.in/latest-odisha-news/house-surgeons-and-nursing-staff-face-off-at-mkcg/article-15383
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର