ବଲିଉଡ୍‌କୁ ଗଲା ଓଡ଼ିଆ ଖାଦ୍ୟ

The Sakala Picture
Published On

ଭୁବନେଶ୍ୱର : ବଲିଉଡ୍‌ରେ ଏବେ ଓଡ଼ିଆ ଖାଦ୍ୟ। ବଲିଉଡ଼୍‍ ଅଭିନେତା ଅଜୟ ଦେବଗନ୍‍ ଏବଂ ଅଭିନେତ୍ରୀ କାଜଲଙ୍କ ପାଇଁ ଭୁବନେଶ୍ୱରର ରୋଜିସ୍‍ କିଚେନ୍‍ରୁ ଖାଇବା ଦିଆଯାଇଛି। ତାହା ପୁଣି ଖାଣ୍ଟି ଓଡ଼ିଆ ଘରର ପାରମ୍ପରିକ ଖାଇବା। ରୋଜିଙ୍କ କ୍ଷୀର ପୋଡ ପିଠାର ଅନେକ ଜଣ ଫ୍ୟାନ୍‍ ରହିଛନ୍ତି। ପିଠାଠାରୁ ଆରମ୍ଭ କରି କଙ୍କଡ଼ା ତରକାରି, ମାଛ ତରକାରି। ଅଭିନେତା ଅଜୟ ଦେବଗନ୍‍ ଓ ଅଭିନେତ୍ରୀ କାଜୋଲ୍‍ ରୋଜିସ୍‍ କିଚେନ୍‍କୁ ଏହି ସ୍ୱତନ୍ତ୍ର ଅର୍ଡର ଦେଇଛନ୍ତି। ଓଡ଼ିଆ ଖାଦ୍ୟ ଫ୍ଲାଇଟ୍‍ରେ […]

ଭୁବନେଶ୍ୱର : ବଲିଉଡ୍‌ରେ ଏବେ ଓଡ଼ିଆ ଖାଦ୍ୟ। ବଲିଉଡ଼୍‍ ଅଭିନେତା ଅଜୟ ଦେବଗନ୍‍ ଏବଂ ଅଭିନେତ୍ରୀ କାଜଲଙ୍କ ପାଇଁ ଭୁବନେଶ୍ୱରର ରୋଜିସ୍‍ କିଚେନ୍‍ରୁ ଖାଇବା ଦିଆଯାଇଛି। ତାହା ପୁଣି ଖାଣ୍ଟି ଓଡ଼ିଆ ଘରର ପାରମ୍ପରିକ ଖାଇବା। ରୋଜିଙ୍କ କ୍ଷୀର ପୋଡ ପିଠାର ଅନେକ ଜଣ ଫ୍ୟାନ୍‍ ରହିଛନ୍ତି। ପିଠାଠାରୁ ଆରମ୍ଭ କରି କଙ୍କଡ଼ା ତରକାରି, ମାଛ ତରକାରି। ଅଭିନେତା ଅଜୟ ଦେବଗନ୍‍ ଓ ଅଭିନେତ୍ରୀ କାଜୋଲ୍‍ ରୋଜିସ୍‍ କିଚେନ୍‍କୁ ଏହି ସ୍ୱତନ୍ତ୍ର ଅର୍ଡର ଦେଇଛନ୍ତି। ଓଡ଼ିଆ ଖାଦ୍ୟ ଫ୍ଲାଇଟ୍‍ରେ ମୁମ୍ବାଇ ଯାଇଛି। ପୂର୍ବରୁ ବଲିଉଡ଼୍‍ର ବଡ଼ ବଡ଼ ଷ୍ଟାରମାନଙ୍କ ପାଇଁ ଓଡ଼ିଶାରୁ ଏହି ସ୍ୱତନ୍ତ୍ର ଖାଦ୍ୟ ପଠାଯାଇଥିଲା। କିନ୍ତୁ ଏଥର ରୋଜିସ୍‍ କିଚେନ୍‍ରୁ ଯାଇଛି ଖାଦ୍ୟ। ଡ. ଭିନିତ୍‍ ରୋଜିସ୍‍ କିଚେନ୍‍ରୁ ବାରମ୍ବାର କ୍ଷୀରପୋଡପିଠା ଖାଇବା ପରେ କାଜୋଲ ଏବଂ ଅଜୟକୁ ଦେଇଥିଲେ। ପରେ ଏହି କ୍ଷୀର ପୋଡପିଠା ପାଇଁ ସେମାନେ ଅର୍ଡ଼ର କରିଥିଲେ। ଡା. ଭିନିତ୍‍ଙ୍କ ଫାର୍ମରୁ କଙ୍କଡ଼ା, ମାଛ, ଚିଙ୍ଗୁଡି ଆଣି ଦେଶୀ ଘିଅ, ସୋରିଷ ତେଲ ଦେଇ ତରକାରୀ ପ୍ରସ୍ତୁତ କରିଥିଲେ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାର ୫୦,୦୦୦ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି ବେଦାନ୍ତ ଆଲୁମିନିୟମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

ଓଡ଼ିଶାର ପାରମ୍ପରିକ ଖାଦ୍ୟ କଙ୍କଡା ଆଳୁ ଝୋଳ, ମାଛ ବେସର, ଦହି ମାଛ, ମାଛ ଭଜା ଏବଂ ମଲାଇ ଡାବ୍‍ ଚିଙ୍ଗୁଡି, ବାଉଁଶ ଚିକେନ୍‍, ଚୁନା ମାଛ ପତ୍ରପୋଡା ଆଦି ତିଆରି କରି ପଠାଇଛନ୍ତି। ଏହାସହିତ ଛେନାପୋଡ଼, ରସଗୋଲା, ଗୁଲାବ୍‍ ଜାମୁନ୍‍ ଆଦି ମିଠା ମଧ୍ୟ ସନ୍ଧ୍ୟାରେ ଫ୍ଲାଇଟ୍‍ରେ ପଠାଯାଇଛି। ଓଡ଼ିଶାର ଖାଦ୍ୟ ସେମାନେ ପସନ୍ଦ କରିଥିବାରୁ ନିଜକୁ ଗର୍ବ ଅନୁଭବ କରିଛନ୍ତି କିଚେନ୍‍ର ମୁଖ୍ୟ ସରୋଜା ଚୌଧୁରୀ। ଖୁବ୍‍ଶୀଘ୍ର ଜୁହୁ ବିଚ୍‍ରେ ନିଜ ଟିମ୍‍କୁ ନେଇ ଓଡ଼ିଆ ଖାଦ୍ୟ ରାନ୍ଧି ବଲିଉଡ଼୍‍ ଷ୍ଟାର୍‍ଙ୍କୁ ଖୁଆଇବା ପାଇଁ ପ୍ରସ୍ତୁତି

ଆହୁରି ପଢ଼ନ୍ତୁ: ଆଜିଠୁ ଭୀଷଣ କାଳବୈଶାଖୀ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ ବିିଜୁଳି ଘଡ଼ଘଡ଼ି ଆଶଙ୍କା

ଆରମ୍ଭ ହୋଇଛି। ପଖାଳ ଭାତ, ଘୋରା ମଣ୍ଡା, କାକରା, ସରସତିଆ ପିଠା, ଡାଲମା, କାନିକା, କଖାରୁ ଫୁଲ ଭଜା, ବେସର ତରକାରି ଆଦି ଖୁଆଇବା ପାଇଁ ଯୋଜନା ରହିଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ପାଖକୁ ଖାଦ୍ୟ ପଠାଉଥିବା ସେ କହିଛନ୍ତି। ଆଗକୁ ସମସ୍ତଙ୍କ ସହଯୋଗରେ ଆଗକୁ ବଢ଼ିବା ପାଇଁ ଲକ୍ଷ୍ୟ ରହିଛି ବୋଲି ସରୋଜା କହିଛନ୍ତି। ଅର୍ଡର ଆସିବାପରେ ସେ ମଙ୍ଗଳବାର ସକାଳ ୮ଟାରୁ ଏହାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଆହୁରି କିଛି ଓଡ଼ିଆ ଖାଦ୍ୟ ପଠାଇବା ସମ୍ଭବ ହୋଇପାରିନାହିଁ, ସୁଯୋଗ ମିଳିଲେ ପଠାଇବେ ବୋଲି ସରୋଜା କହିଛନ୍ତି।

ଆହୁରି ପଢ଼ନ୍ତୁ: ସିଆର୍‌ଏଫ୍‌ଏମ୍‌ ଯୋଜନା ବାଟବଣା: ସାରା ରାଜ୍ୟରେ ଦୁର୍ନୀତିର ପାହାଡ଼

07 Apr 2021 By The Sakala

ବଲିଉଡ୍‌କୁ ଗଲା ଓଡ଼ିଆ ଖାଦ୍ୟ

ଭୁବନେଶ୍ୱର : ବଲିଉଡ୍‌ରେ ଏବେ ଓଡ଼ିଆ ଖାଦ୍ୟ। ବଲିଉଡ଼୍‍ ଅଭିନେତା ଅଜୟ ଦେବଗନ୍‍ ଏବଂ ଅଭିନେତ୍ରୀ କାଜଲଙ୍କ ପାଇଁ ଭୁବନେଶ୍ୱରର ରୋଜିସ୍‍ କିଚେନ୍‍ରୁ ଖାଇବା ଦିଆଯାଇଛି। ତାହା ପୁଣି ଖାଣ୍ଟି ଓଡ଼ିଆ ଘରର ପାରମ୍ପରିକ ଖାଇବା। ରୋଜିଙ୍କ କ୍ଷୀର ପୋଡ ପିଠାର ଅନେକ ଜଣ ଫ୍ୟାନ୍‍ ରହିଛନ୍ତି। ପିଠାଠାରୁ ଆରମ୍ଭ କରି କଙ୍କଡ଼ା ତରକାରି, ମାଛ ତରକାରି। ଅଭିନେତା ଅଜୟ ଦେବଗନ୍‍ ଓ ଅଭିନେତ୍ରୀ କାଜୋଲ୍‍ ରୋଜିସ୍‍ କିଚେନ୍‍କୁ ଏହି ସ୍ୱତନ୍ତ୍ର ଅର୍ଡର ଦେଇଛନ୍ତି। ଓଡ଼ିଆ ଖାଦ୍ୟ ଫ୍ଲାଇଟ୍‍ରେ ମୁମ୍ବାଇ ଯାଇଛି। ପୂର୍ବରୁ ବଲିଉଡ଼୍‍ର ବଡ଼ ବଡ଼ ଷ୍ଟାରମାନଙ୍କ ପାଇଁ ଓଡ଼ିଶାରୁ ଏହି ସ୍ୱତନ୍ତ୍ର ଖାଦ୍ୟ ପଠାଯାଇଥିଲା। କିନ୍ତୁ ଏଥର ରୋଜିସ୍‍ କିଚେନ୍‍ରୁ ଯାଇଛି ଖାଦ୍ୟ। ଡ. ଭିନିତ୍‍ ରୋଜିସ୍‍ କିଚେନ୍‍ରୁ ବାରମ୍ବାର କ୍ଷୀରପୋଡପିଠା ଖାଇବା ପରେ କାଜୋଲ ଏବଂ ଅଜୟକୁ ଦେଇଥିଲେ। ପରେ ଏହି କ୍ଷୀର ପୋଡପିଠା ପାଇଁ ସେମାନେ ଅର୍ଡ଼ର କରିଥିଲେ। ଡା. ଭିନିତ୍‍ଙ୍କ ଫାର୍ମରୁ କଙ୍କଡ଼ା, ମାଛ, ଚିଙ୍ଗୁଡି ଆଣି ଦେଶୀ ଘିଅ, ସୋରିଷ ତେଲ ଦେଇ ତରକାରୀ ପ୍ରସ୍ତୁତ କରିଥିଲେ।

ଓଡ଼ିଶାର ପାରମ୍ପରିକ ଖାଦ୍ୟ କଙ୍କଡା ଆଳୁ ଝୋଳ, ମାଛ ବେସର, ଦହି ମାଛ, ମାଛ ଭଜା ଏବଂ ମଲାଇ ଡାବ୍‍ ଚିଙ୍ଗୁଡି, ବାଉଁଶ ଚିକେନ୍‍, ଚୁନା ମାଛ ପତ୍ରପୋଡା ଆଦି ତିଆରି କରି ପଠାଇଛନ୍ତି। ଏହାସହିତ ଛେନାପୋଡ଼, ରସଗୋଲା, ଗୁଲାବ୍‍ ଜାମୁନ୍‍ ଆଦି ମିଠା ମଧ୍ୟ ସନ୍ଧ୍ୟାରେ ଫ୍ଲାଇଟ୍‍ରେ ପଠାଯାଇଛି। ଓଡ଼ିଶାର ଖାଦ୍ୟ ସେମାନେ ପସନ୍ଦ କରିଥିବାରୁ ନିଜକୁ ଗର୍ବ ଅନୁଭବ କରିଛନ୍ତି କିଚେନ୍‍ର ମୁଖ୍ୟ ସରୋଜା ଚୌଧୁରୀ। ଖୁବ୍‍ଶୀଘ୍ର ଜୁହୁ ବିଚ୍‍ରେ ନିଜ ଟିମ୍‍କୁ ନେଇ ଓଡ଼ିଆ ଖାଦ୍ୟ ରାନ୍ଧି ବଲିଉଡ଼୍‍ ଷ୍ଟାର୍‍ଙ୍କୁ ଖୁଆଇବା ପାଇଁ ପ୍ରସ୍ତୁତି

ଆରମ୍ଭ ହୋଇଛି। ପଖାଳ ଭାତ, ଘୋରା ମଣ୍ଡା, କାକରା, ସରସତିଆ ପିଠା, ଡାଲମା, କାନିକା, କଖାରୁ ଫୁଲ ଭଜା, ବେସର ତରକାରି ଆଦି ଖୁଆଇବା ପାଇଁ ଯୋଜନା ରହିଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ପାଖକୁ ଖାଦ୍ୟ ପଠାଉଥିବା ସେ କହିଛନ୍ତି। ଆଗକୁ ସମସ୍ତଙ୍କ ସହଯୋଗରେ ଆଗକୁ ବଢ଼ିବା ପାଇଁ ଲକ୍ଷ୍ୟ ରହିଛି ବୋଲି ସରୋଜା କହିଛନ୍ତି। ଅର୍ଡର ଆସିବାପରେ ସେ ମଙ୍ଗଳବାର ସକାଳ ୮ଟାରୁ ଏହାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଆହୁରି କିଛି ଓଡ଼ିଆ ଖାଦ୍ୟ ପଠାଇବା ସମ୍ଭବ ହୋଇପାରିନାହିଁ, ସୁଯୋଗ ମିଳିଲେ ପଠାଇବେ ବୋଲି ସରୋଜା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର