ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବେତନଟୀ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ଗିରଫ

Madhusudan Das Picture
Published On

ମୟୂରଭଞ୍ଜ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ପୂର୍ତ୍ତ ବିଭାଗ (ଆର୍ ଆଣ୍ଡ ବି) ଉପଖଣ୍ଡର ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ମଙ୍ଗଳବାର ଦିନ ତାଙ୍କୁ ବାରିପଦା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯିବ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାର ଭୟଭୀତ ହୋଇ ବିଧାନସଭାକୁ ଚାରି ଦିନ ଆଗରୁ ବନ୍ଦ କରିଦେଲେ: ବିଜେଡି

ଶ୍ରୀ ମହାନ୍ତିଙ୍କ ସମ୍ପର୍କୀୟ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଯାଞ୍ଚ ବେଳେ ତାଙ୍କ ନାମରେ ଥିବା ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ସେଥିମଧ୍ୟରେ ୨ଟି ବହୁତଳ କୋଠା, ୫ ଏକରର ଫାର୍ମ ହାଉସ୍, ୨୩ଟି ଦାମୀ ପ୍ଲଟ୍, ପାଖାପାଖି ୩୦୦ ଗ୍ରାମ ସୁନା, ୧୦,୫୭,୫୦୦ ଟଙ୍କା ନଗଦ, ୬୯.୬୯ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ଗୋଟିଏ ଚାରିଚକିଆ ଯାନ ଆଦି ସାମିଲ ରହିଛି। ବିଶେଷ କରି ଭୁବନେଶ୍ୱରର ବାଲିଅନ୍ତା ସ୍ଥିତ ବାସଭବନରେ ଯାଞ୍ଚ ବେଳେ ୨.୫୦ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା, ଯାହା ମୋଟ ୧୦,୫୭,୫୦୦ ଟଙ୍କା ନଗଦ ଜବତ ମଧ୍ୟରେ ଅନ୍ତର୍ଭୁକ୍ତ।

ଆହୁରି ପଢ଼ନ୍ତୁ: ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ସୁପ୍ରିମକୋର୍ଟରେ ବିଦ୍ୟାଭାରତୀଙ୍କୁ ଝଟକା, ଆବେଦନ ଖାରଜ

ଭିଜିଲାନ୍ସ ବିଭାଗର ସୂଚନା ଅନୁଯାୟୀ, ଚଢ଼ାଉ ବେଳେ ଠାବ ହୋଇଥିବା ଏହି ବିପୁଳ ସମ୍ପତ୍ତି ସମ୍ପର୍କରେ ଶ୍ରୀ ମହାନ୍ତି କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଫଳରେ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ-୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ଏସିଆନ୍ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର