ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୦୯୬ ଜଣ କୋଭିଡ ପଜିଟିଭ୍

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୦୯୬ ଜଣ କରୋନା ସଂକ୍ରମିତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୩୭ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୫୯ ଜଣ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୫ ହଜାର ୮୨୭ ଜଣକୁ […]

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୦୯୬ ଜଣ କରୋନା ସଂକ୍ରମିତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୩୭ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୫୯ ଜଣ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୫ ହଜାର ୮୨୭ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

ଆଜି ସଂକ୍ରମିତ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୯୮ ଜଣ, କଟକରୁ ୯୨ ଜଣ,ବାଲେଶ୍ବରରୁ ୭୭ ଜଣ, ଯାଜପୁରରୁ ୬୮ ଜଣ, ଜଗତସିଂହପୁରରୁ ୫୮ ଜଣ, ପୁରୀରୁ ୪୮ ଜଣ, ଅନୁଗୁଳରୁ ୪୦ ଜଣ, କେନ୍ଦ୍ରାପଡ଼ାରୁ ୩୬ ଜଣ, ମୟୂରଭଞ୍ଜରୁ ୩୨ ଜଣ,ନୟାଗଡ଼ରୁ ୨୯ ଜଣ, ଭଦ୍ରକରୁ ୨୧ ଜଣ, ସୁନ୍ଦରଗଡ଼ରୁ ୨୦ ଜଣ, କନ୍ଧମାଳରୁ ୧୭ ଜଣ, କେନ୍ଦୁଝରରୁ ୧୩ ଜଣ, ବରଗଡ଼ରୁ ୧୧ ଜଣ,ଢ଼େଙ୍କାନାଳରୁ ୯ ଜଣ, ସମ୍ବଲପୁରରୁ ୮ ଜଣ, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରୁ ୭ ଜଣ ଲେଖାଏଁ,ରାୟଗଡ଼ାରୁ ୬ ଜଣ, ଗଞ୍ଜାମର ଓ ଝାରସୁଗୁଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଜପତି ଓ ମଲକାନଗିରି ଜିଲ୍ଲାରୁ ୪ ଜଣ ଲେଖାଏଁ,କଳାହାଣ୍ଡିରୁ ୩ ଜଣ,ନୂଆପଡ଼ା ଓ ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ଦେବଗଡ଼ରୁ ଜଣେ, ଷ୍ଟେଟ୍ ପୋଲ୍‌ରୁ ୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୯ ଲକ୍ଷ ୮୫ ହଜାର ୮୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୨ ହଜାର ୪୮୦ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୬୬ ହଜାର ୯୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୬୩୦୨ ଜଣଙ୍କର ମୃତ୍ୟୁ ହୋଇଛି ।

07 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର