ନୂଆପଡ଼ା ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍, ବିଭିନ୍ନ ଉନ୍ନୟନ କାର୍ଯ୍ୟର କରିବେ ସମୀକ୍ଷା

The Sakala Picture
Published On

ନୂଆପଡ଼ା: ନୂଆପଡ଼ା ଲେଖିବ ବିକାଶର ନୂଆ ଅଧ୍ୟାୟ । କଳାହାଣ୍ଡି ଜିଲ୍ଲା ପରେ ନୂଆପଡ଼ା ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ସକାଳୁ ପ୍ରଥମେ ସେ ସିନାପାଲି ବ୍ଲକ ନିଲଜି ଗଦରାମାଲ ଗସ୍ତ କରିବେ । ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବେ ଭିକେ ପାଣ୍ଡିଆନ୍ । ପରେ ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିବେ । ପରେ ବୋଡେନ ବ୍ଲକ ଲିଟିସରର୍ଗି ହାଇସ୍କୁଲ ଗସ୍ତ […]

ନୂଆପଡ଼ା: ନୂଆପଡ଼ା ଲେଖିବ ବିକାଶର ନୂଆ ଅଧ୍ୟାୟ । କଳାହାଣ୍ଡି ଜିଲ୍ଲା ପରେ ନୂଆପଡ଼ା ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ସକାଳୁ ପ୍ରଥମେ ସେ ସିନାପାଲି ବ୍ଲକ ନିଲଜି ଗଦରାମାଲ ଗସ୍ତ କରିବେ । ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବେ ଭିକେ ପାଣ୍ଡିଆନ୍ । ପରେ ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିବେ । ପରେ ବୋଡେନ ବ୍ଲକ ଲିଟିସରର୍ଗି ହାଇସ୍କୁଲ ଗସ୍ତ କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ସ୍କୁଲ ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ସେଠାରୁ ସେ ବୋଡେନ ବ୍ଲକ ସଦରରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିବେ ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ଏହା ପରେ 5T ସଚିବ ପାତଳଗଙ୍ଗା ମନ୍ଦିର ଗସ୍ତ କରି ଠାକୁରଙ୍କ ଦର୍ଶନ କରିବା ସହ ମନ୍ଦିର ଉନ୍ନତିକରଣ ନେଇ ଲୋକଙ୍କ ସହ ଆଲୋଚନା କରିବେ । ପରେ ସେ ଖରିଆର ବ୍ଲକ ସଦରରେ ଥିବା ଆମ ହସ୍ପିଟାଲ ପରିଦର୍ଶନ କରି ରହିଥିବା କିଛି ସମସ୍ୟାର ଅନୁଧ୍ୟାନ କରିବେ । ଏଠାରେ ରୋଗୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ କୋମନା ବ୍ଲକର କୋନାବିରା ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବେ । ସେଠାରୁ 5T ସଚିବ କୋମନା ବ୍ଲକ ସୁନାବେଡା ଗସ୍ତ କରିବେ । ସୁନାବେଡାରେ ସୁନା ଦେଇ ମନ୍ଦିର ପରିଦର୍ଶନ କରିବା ସହ ଚୋକଟିଆ-ଭୁଞ୍ଜିଆ ଆଦିମ ଜନଜାତି ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର