ଗୋଟିଏ ଦିନରେ ୪ ନିଯୁକ୍ତି ପରୀକ୍ଷା : ଦୋଛକିରେ ପରୀକ୍ଷାର୍ଥୀ

The Sakala Picture
Published On

ଭୁବନେଶ୍ୱର : ଗୋଟିଏ ଦିନରେ ରହିଛି ଏକାଧିକ ନିଯୁକ୍ତି ପରୀକ୍ଷା। ପରୀକ୍ଷାର୍ଥୀ କେଉଁ ପରୀକ୍ଷା ଦେବେ ସେନେଇ ସନ୍ଦିହାନ ଅଛନ୍ତି। ଦୀର୍ଘ ଦିନରୁ ଅନବରତ ପରିଶ୍ରମ କରୁଥିଲେ ବି ସବୁ ପାଣିରେ ପଡ଼ିଛି। ଫଳରେ ଚାକିରି ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଏପରି ସ୍ଥିତି ଉପୁଜିଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଆସନ୍ତା ୮ ଓ ୯ ତାରିଖରେ ପ୍ରାୟ ୪ଟି ନିଯୁକ୍ତି […]

ଭୁବନେଶ୍ୱର : ଗୋଟିଏ ଦିନରେ ରହିଛି ଏକାଧିକ ନିଯୁକ୍ତି ପରୀକ୍ଷା। ପରୀକ୍ଷାର୍ଥୀ କେଉଁ ପରୀକ୍ଷା ଦେବେ ସେନେଇ ସନ୍ଦିହାନ ଅଛନ୍ତି। ଦୀର୍ଘ ଦିନରୁ ଅନବରତ ପରିଶ୍ରମ କରୁଥିଲେ ବି ସବୁ ପାଣିରେ ପଡ଼ିଛି। ଫଳରେ ଚାକିରି ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଏପରି ସ୍ଥିତି ଉପୁଜିଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: କାନ୍ଥ ପଡ଼ି ଦୁଇ ବର୍ଷର ଶିଶୁପୁତ୍ର ମୃତ, ମା’ ଗୁରୁତର

ସୂଚନା ଅନୁଯାୟୀ, ଆସନ୍ତା ୮ ଓ ୯ ତାରିଖରେ ପ୍ରାୟ ୪ଟି ନିଯୁକ୍ତି ପରୀକ୍ଷା ରହିଛି। ତନ୍ମଧ୍ୟରେ ଆର୍‌ପିଏଫ୍‌ କନେଷ୍ଟବଲ୍‌ ନିଯୁକ୍ତି ପାଇଁ ୨ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଗତ ୨୬ ତାରିଖରେ ଆଡମିଟ୍‌ କାର୍ଡ ମଧ୍ୟ ପ୍ରକାଶ ପାଇସାରିଛି। ସେହିପରି ଷ୍ଟେଟ୍‌ ବ୍ୟାଙ୍କ ପିଇଓ ପରୀକ୍ଷା ମଧ୍ୟ ଆସନ୍ତା ୮ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ଆଡମିଟ୍‌ କାର୍ଡ ମଧ୍ୟ ଗୁରୁବାର ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଘର ଭିତରେ ଭୟଙ୍କର ବାଣ ବିସ୍ଫୋରଣ; ବାପା ମୃତ, ପୁଅ ସମେତ ୬ ଜଣ ଗୁରୁତର

ଅନୁରୂପ ଭାବେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଆସିଷ୍ଟାଣ୍ଟ ଏଗ୍ରିକଲଚର୍‌ ଅଫିସର୍‌ (ଏଏଓ) ପରୀକ୍ଷା ମଧ୍ୟ ଆସନ୍ତା ୯ତାରିଖରେ ରହିଛି। ଏହି ତିନୋଟି ପରୀକ୍ଷା ବ୍ୟତୀତ ଓଡ଼ିଶା ପୁଲିସ୍‌ ସବ୍‌-ଇନିସ୍‌ପେକ୍ଟର (ଏସ୍‌ଆଇ) ପରୀକ୍ଷା ମଧ୍ୟ ସମାନ ସମୟରେ କରିବାକୁ ନିର୍ଦ୍ଧାରିତ ହୋଇଛି। ଗତ ୨୫ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୮ ଓ ୯ ତାରିଖରେ ପରୀକ୍ଷା କରିବାକୁ ଦର୍ଶାଯାଇଛି। ଯେଉଁ ପିଲା ଶାରୀରିକ ପ୍ରସ୍ତୁତି କରୁଛି ସେହି ପିଲା ଆର୍‌ପିଏଫ୍‌ ବା ଏସ୍‌ଆଇ ପରୀକ୍ଷା ମଧ୍ୟରୁ ଗୋଟିଏ ଦେବ ଓ ଆଉ ଗୋଟିଏ ପରୀକ୍ଷାରୁ ବଞ୍ଚିତ ହେବ।

ଆହୁରି ପଢ଼ନ୍ତୁ: ପୋଲିସ SI ପରୀକ୍ଷା ସ୍କାମ୍: ସିବିଆଇ ପରେ ଏବେ ED ପକ୍ଷରୁ ତଦନ୍ତ ଆରମ୍ଭ, ୯ଟି ସ୍ଥାନରେ ରେଡ୍

ସେହିପରି ଏଏଓ ପରୀକ୍ଷା ପରି ଏସ୍‌ଆଇ ପରୀକ୍ଷା ପାଇଁ ଯୋଗ୍ୟତା ଓ ଅନ୍ୟ ମାନଦଣ୍ଡ ପ୍ରାୟ ସମାନ ଥିବରୁ ପ୍ରାୟ ସମାନ ପିଲା ଉଭୟ ପଦ ପାଇଁ ଆବେଦନ କରିଛନ୍ତି। ଏପରପକ୍ଷରେ ଏସ୍‌ଆଇ ଆଡମିଟ୍‌ କାର୍ଡ ପ୍ରକାଶ ପାଇ ନଥିବାରୁ ଏହାକୁ ଘୁଞ୍ଚାଇବାକୁ ଆଶାୟୀମାନେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର