ଏସ୍‌ସିବିରେ ପହଞ୍ଚିଲା ୪ ଏକମୋ ମେସିନ୍, ମାଗଣରେ ଚିକିତ୍ସିତ ହେବେ ଗୁରୁତର ରୋଗୀ

The Sakala Picture
Published On

କଟକ: ଏସସିବି ମେଡିକାଲରେ ପହଞ୍ଚିଲା ଆଉ ୪ଟି ଏକ୍‌ମୋ ମେସିନ । ଏହାକୁ ମିଶାଇ ତିନୋଟି ପର୍ଯ୍ଯାୟରେ ମୋଟ ୯ଟି ଏକମୋ ମେସିନ ଆସିଛି । ଏଥିପାଇଁ ଆବଶ୍ୟକ ବୈଷୟିକ ଟିମ୍‌କୁ ଚୟନ କରାଯାଇ ସେମାନଙ୍କୁ ଏବେ କୋଲକାତାକୁ ଟ୍ରେନିଂ ପାଇଁ ପଠାଯାଇଛି। ପରେ ଏହି ସବୁ ମେସିନକୁ ଲଗାଯାଇ ଅଗଷ୍ଟ ୧୫ରେ ଉଦଘାଟନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ଫଳରେ ଅତି ଗୁରୁତର ତଥା ଆବଶ୍ୟକ ରୋଗୀ ମାଗଣାରେ ଏସସିବିରେ […]

କଟକ: ଏସସିବି ମେଡିକାଲରେ ପହଞ୍ଚିଲା ଆଉ ୪ଟି ଏକ୍‌ମୋ ମେସିନ । ଏହାକୁ ମିଶାଇ ତିନୋଟି ପର୍ଯ୍ଯାୟରେ ମୋଟ ୯ଟି ଏକମୋ ମେସିନ ଆସିଛି । ଏଥିପାଇଁ ଆବଶ୍ୟକ ବୈଷୟିକ ଟିମ୍‌କୁ ଚୟନ କରାଯାଇ ସେମାନଙ୍କୁ ଏବେ କୋଲକାତାକୁ ଟ୍ରେନିଂ ପାଇଁ ପଠାଯାଇଛି। ପରେ ଏହି ସବୁ ମେସିନକୁ ଲଗାଯାଇ ଅଗଷ୍ଟ ୧୫ରେ ଉଦଘାଟନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ଫଳରେ ଅତି ଗୁରୁତର ତଥା ଆବଶ୍ୟକ ରୋଗୀ ମାଗଣାରେ ଏସସିବିରେ ଏକମୋ ଚିକିତ୍ସା ପାଇପାରିବେ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଆନ୍ତଃରାଜ୍ୟ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ: ବ୍ୟାଙ୍କ ଆକାଉଣ୍ଟ ଯୋଗାଉଥିବା ୨ ଗିରଫ

ସୂଚନା ଯୋଗ୍ୟ ଯେ, କରୋନା ଦ୍ୱିତୀୟ ଲହରରେ ଲୋକେ ବିଶେଷ ଭାବେ ଫୁସଫୁସ୍ ଜନିତ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଆଉ ଏହାର ଚିକିତ୍ସା ଦିଗରେ ଏକମୋ ବେଶ ଫଳପ୍ରଦ ହୋଇଥିବା ବେଳେ ଏଥିଲାଗି ବାହାର ରାଜ୍ୟକୁ ଲୋକଙ୍କୁ ଯିବାକୁ ପଡ଼ୁଥିଲା । ଏଣୁ ଏହି ସୁବିଧାକୁ ରାଜ୍ୟରେ ଯୋଗାଇଦେବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହ ବିଦେଶରୁ ଏହି ମେସିନ୍ ଆମଦାନୀ କରିଛନ୍ତି । ଯାହା ଫଳରେ ଲୋକେ ଫୁସଫୁସ୍ ଜନିତ ରୋଗର ଚିକିତ୍ସା ସହଜରେ କରାଇପାରିବେ । ଏବଂ ଏଭଳି ଚିକିତ୍ସା ଲାଗି ଆଉ ବାହାର ରାଜ୍ୟକୁ ମଧ୍ୟ ଯିବାକୁ ପଡ଼ିବନାହିଁ ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରତିବାଦରେ ଆଜି ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର