KEC କଲେଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ମର୍ଣ୍ଣିଂ ୱାକ କରୁଥିବାବେଳେ ଧକ୍କା ଦେଲା କାର୍, ୩ମୃତ

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତରା ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । କାର୍ ଧକ୍କାରେ ଚାଲିଗଲା ୩ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଦୁଇ ମହିଳା ଥିବା ଜଣାପଡିଛି । ମର୍ଣ୍ଣିଂ ୱାକ୍ ଯାଇଥିବା ବେଳେ ୨ ମହିଳାଙ୍କ ଉପରେ ଚଢିଗଲା ଦ୍ରୁତଗାମୀ କାର୍। ୨ ମହିଳାଙ୍କ ସହ କାର ଭିତରୁ ଜଣେ ଛିଟିକି ପଡି ପ୍ରାଣ ହରାଇଥିଲେ । ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର KEC କଲେଜ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ପିପିଲି ଓ କୌଶଲ୍ୟାଗଙ୍ଗ ପୋଲିସ ତଦନ୍ତ କରୁଛି । 

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ସୂଚନା ଅନୁସାରେ, ଉତ୍ତରା ଛକରେ ଦୁଇ ଜଣ ମହିଳା ପ୍ରାତଃ ଭ୍ରମଣରେ ଯାଉଥିଲେ । ଏହି ସମୟରେ ଭୁବନେଶ୍ଵରରୁ ପୁରୀ ଆଡ଼କୁ ଯାଉଥିବା ଏକ ଦ୍ରୁତଗାମୀ କାର୍ ମର୍ଣ୍ଣିଂ ୱାକ୍ କରୁଥିବା ୨ ମହିଳାଙ୍କୁ ଜୋରଦାର ଧକ୍କା ଦେଇଥିଲା । କାରର ସ୍ପିଡ୍ ଅଧିକ ଥିବା ଯୋଗୁଁ କାର୍ ଭିତରୁ ଜଣେ ଛିଟିକି ପଡ଼ି ପ୍ରାଣ ହରାଇଛନ୍ତି। ୩ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। 

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର