ପୁଣି ବିବାଦ ଘେରରେ ନିର୍ବାଚନ କମିସନ

The Sakala Picture
Published On

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦରେ ଥିବା ଭାରତର ନିର୍ବାଚନ କମିସନ ପୁଣି ଆଉ ଏକ ନୂଆ ବିବାଦରେ ଫସିଯାଇଛନ୍ତି। ଏଥର ଘରଘର ବୁଲି ଯାଞ୍ଚ ପ୍ରକ୍ରିୟାକୁ ନେଇ। ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ବିହାରରେ। ଚଳିତ ବର୍ଷ ଶେଷ ଆଡ଼କୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଭୋଟର ତାଲିକାରେ ସଂଶୋଧନ କରାଯାଉଛି। ଏହି ପ୍ରକ୍ରିୟାରେ ନୂଆ ଓ ପୁରୁଣା ଭୋଟରଙ୍କୁ ଭାରତୀୟ ନାଗରିକତ୍ବ ପ୍ରମାଣ ଦେବାକୁ କୁହାଯାଉଛି। ସେମାନଙ୍କର ଜନ୍ମସ୍ଥାନ […]

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦରେ ଥିବା ଭାରତର ନିର୍ବାଚନ କମିସନ ପୁଣି ଆଉ ଏକ ନୂଆ ବିବାଦରେ ଫସିଯାଇଛନ୍ତି। ଏଥର ଘରଘର ବୁଲି ଯାଞ୍ଚ ପ୍ରକ୍ରିୟାକୁ ନେଇ। ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ବିହାରରେ। ଚଳିତ ବର୍ଷ ଶେଷ ଆଡ଼କୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଭୋଟର ତାଲିକାରେ ସଂଶୋଧନ କରାଯାଉଛି। ଏହି ପ୍ରକ୍ରିୟାରେ ନୂଆ ଓ ପୁରୁଣା ଭୋଟରଙ୍କୁ ଭାରତୀୟ ନାଗରିକତ୍ବ ପ୍ରମାଣ ଦେବାକୁ କୁହାଯାଉଛି। ସେମାନଙ୍କର ଜନ୍ମସ୍ଥାନ ଓ ତାରିଖ ସଂପର୍କରେ ପ୍ରମାଣପତ୍ର ଲୋଡ଼ୁଛନ୍ତି ନିର୍ବାଚନ ଅଧିକାରୀ। ଏହାକୁ ନେଇ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକା ସଂଶୋଧନ ବାହାନାରେ ସରକାର କମିସନଙ୍କୁ ଅସ୍ତ୍ର କରି ଏନ୍‌ଆର୍‌ସି ବା ଜାତୀୟ ନାଗରିକ ପଞ୍ଜୀକରଣ କରାଉଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ 'ବୈବାହିକ ଦୁଷ୍କର୍ମ'କୁ ନେଇ ଶୁଣାଣି: କାହିଁକି ଏହା ଏକ ଆଇନଗତ ବିବାଦ?

ମିଳିଥିବା ସୂଚନା ଅନୁଯାୟୀ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବେଅାଇନ ଶରଣାର୍ଥୀଙ୍କୁ ଭୋଟର ତାଲିକାରୁ ବାଦ୍ ଦେବା ଲାଗି ନିର୍ବାଚନ କମିସନ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ବୁଥ୍ ସ୍ତରରେ ନିର୍ବାଚନ ଅଧିକାରୀ ଘର ଘର ବୁଲି ସର୍ଭେ କରିବା ସହିି ନୂଆ ଏବଂ ପୁରୁଣା ଭାଟରଙ୍କ ଠାରୁ ତଥ୍ୟପ୍ରମାଣ ସଂଗ୍ରହ କରୁଛନ୍ତି। ସେମାନେ ଭାରତୀୟ ନାଗରିକ କି ନୁହନ୍ତି? ଯଦି ଭାରତୀୟ ନାଗରିକ, ତାହାହେଲେ ସେମାନଙ୍କୁ ସେମାନଙ୍କର ଜନ୍ମସ୍ଥାନ ଓ ଜନ୍ମ ତାରିଖ ସଂପର୍କରେ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଉଛି। କେବଳ ନିଜର ନୁହେଁ, ସେମାନଙ୍କ ପିତାମାତାଙ୍କର ପ୍ରମାଣପତ୍ର ମଧ୍ୟ ଲୋଡ଼ାଯାଉଛି। ୧୯୮୭ପୂର୍ବରୁ ଜନ୍ମ॥ ହୋଇଥିବା ଭାଟରମାନଙ୍କୁ ସେମାନଙ୍କର ଜନ୍ମସ୍ଥାନ ଓ ଜନ୍ମ ତାରିଖର ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଉଛି। ସେହିଭଳି ଜୁଲାଇ ୧୯୮୭ରୁ ଡିସେମ୍ବର ୨୦୦୪ ମଧ୍ୟରେ ଜନ୍ମ ହୋଇଥିବା ଭୋଟରମାନଙ୍କୁ ସେମାନଙ୍କର ଜନ୍ମସ୍ଥାନ ଓ ତାରିଖ ପ୍ରମାଣପତ୍ର ସହିତ ପିତାମାତାଙ୍କର ଜନ୍ମସ୍ଥାନ ଓ ଜନ୍ମତାରିଖ ସଂପର୍କରେ କାଗଜପତ୍ର ଦାଖଲ କରିବାକୁ କୁହାଯାଉଛି।

ଆହୁରି ପଢ଼ନ୍ତୁ: ଶିଶୁ ଯୌନ ଶୋଷଣ ମାମଲା: ବ୍ରିଟେନରୁ ଆମେରିକୀୟ କୂଟନୀତିଜ୍ଞଙ୍କୁ ଗୁପ୍ତରେ ଉଠାଇ ନେଲା ଆମେରିକା, ବଢ଼ିଲା କୂଟନୈତିକ ବିବାଦ

ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ ଦଳ। ରାଷ୍ଟ୍ରୀୟ ଜନତା ଦଳ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଏମିତି ଲକ୍ଷ ଲକ୍ଷ ପରିବାର ଅଛନ୍ତି ଯେଉଁମାନଙ୍କ ପାଖରେ ଜନ୍ମସ୍ଥାନ ଓ ତାରିଖ ପ୍ରମାଣପତ୍ର ନାହିଁ। ସେମାନଙ୍କୁ ମତଦାନରୁ ବଞ୍ଚିତ କରିବା ଲାଗି ଏହା ଏକ ଷଡ଼ଯନ୍ତ୍ର। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂ॥େଗ୍ରସ ସୁପ୍ରିମୋ ମମତା ବାନାର୍ଜୀ ଏହାକୁ ଏନ୍‌ଆରସି ଠାରୁ ଅଧିକ ଭୟଙ୍କର ଓ ବିପଜ୍ଜନକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ କମିସନଙ୍କ ଏଭଳି ନିଷ୍ପତ୍ତି ଗଣତନ୍ତ୍ର ପାଇଁ ବିପଦ। ରାଜ୍ୟ ସରକାର ଓ ଜାତୀୟ ରାଜନୈତିକ ଦଳଙ୍କ ସହିତ ବିଚାରପରାମର୍ଶ ନକରି କମିସନ ଏଭଳି ଏକତରଫା ନିଷ୍ପତ୍ତି ନେଇପାରିବେ ନାହିଁ। କେବଳ ବିଜେପିକୁ ସୁହାଇଲା ଭଳି କମିସନ ନିଷ୍ପତ୍ତି ନେଉଛନ୍ତି। ଗରିବ ଓ ଅଶିକ୍ଷିତ ପରିବାର ସେମାନଙ୍କର ପ୍ରମାଣପତ୍ର କେଉଁଠୁ ଆଣିବେ ? କେନ୍ଦ୍ର ସରକାର ନିର୍ବାଚନ କମିସନଙ୍କୁ ଅସ୍ତ୍ର କରି ଏନ୍‌ଆର୍‌ସି ପ୍ରକ୍ରିୟା ଅ୍ାରମ୍ଭ କରିଛନ୍ତି ବୋଲି ଅଭିଯୋଗ କରି ମମତା କହିଛନ୍ତି ଯେ ଏହାଦ୍ବାରା ଲକ୍ଷ ଲକ୍ଷ ଲୋକ ଭୋଟ ଅଧିକାରରୁ ବଞ୍ଚିତ ହେବେ। ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ମମତାଙ୍କୁ ସମର୍ଥନ କରି କହିଛନ୍ତି ଯେ କେନ୍ଦ୍ରରେ ବିଜେପି ସରକାରକୁ ସହଜରେ ବିଶ୍ବାସ କରାଯାଇପାରିବ ନାହିଁ। ସେମାନେ ପଛଦ୍ବାର ଦେଇ ଏନ୍‌ଆରସି ପ୍ରକ୍ରିୟା ଅାରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

ସୂଚନାଯୋଗ୍ୟ ୌଯ ୨୦୨୬ରେ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମ ବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେଠାରେ ମଧ୍ୟ ଏଭଳି ଅଭିଯାନ ଚଳାଇବାକୁ ଯୋଜନା କରିଛନ୍ତି ନିର୍ବାଚନ କମିସନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର