ବୁଧବାର ରାଶିଫଳ ( ୧୨- ୧୧ -୨୦୨୫)
ମେଷ: ମାନ ସମ୍ମାନ ବୃଦ୍ଧି ପାଇବ। ବିଦ୍ୟାର୍ଥୀ ନିଜର ପ୍ରୋଜେକ୍ଟ ପୂରା କରିବେ। ଆତ୍ମବିଶ୍ବାସର ସହିତ ଆଗକୁ ବଢ଼ନ୍ତୁ। ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରହିବ। ଘରକୁ ଅତିଥି ଆସିବେ।
ବୃଷ: ଅଚାନକ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସଫଳତା ପାଇଁ କଠିନ ପରିଶ୍ରମ କରିବେ। କୌଣସି ଖବର ପାଇ ମନ ଭାରାକ୍ରାନ୍ତ ହୋଇପାରେ। ବର୍ତ୍ତମାନ ନୂତନ ବ୍ୟବସାୟ ଆରମ୍ଭ କରନ୍ତୁନି।
ମିଥୁନ: ଆତ୍ମବିଶ୍ବାସର ସହ ସମସ୍ତ କାର୍ଯ୍ୟ କରିବେ। ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। ବାଦବିବାଦରୁ ଦୂରେଇ ରୁହନ୍ତୁ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପରିଶ୍ରମ କରିବେ।
କର୍କଟ: ଆଶା କରିଥିବା ଦିଗରୁ ଅର୍ଥ ମିଳିବ। ଇଷ୍ଟ ଦେବଙ୍କୁ ସ୍ମରଣ କରିବେ। ସୃଜନାତ୍ମକ କାର୍ଯ୍ୟରେ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ସଫଳ ହେବେ। ଜମି କିଣିବା ଯୋଗ ଅଛି।
ସିଂହ: ନୂତନ କାମ ଆରମ୍ଭ କରିପାରନ୍ତି। ନିଜ ରୁଚି ଅନୁସାରେ କାମ ମିଳିବ। ଅଫିସ୍ ସହକର୍ମୀଙ୍କ ସହଯୋଗ ରହିବ। ଦିନଟି ହସଖୁସିରେ କଟିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ପ୍ରେମ ମାମଲାରେ ଦିନଟି ଭଲ।
କନ୍ୟା: ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ପରିଶ୍ରମର ଫଳ ମିଳିବ। ପଡୋଶୀଙ୍କ ସହିତ ମତଭେଦ ହୋଇପାରେ। ଭାବିଚିନ୍ତି କଥା କହିବା ଭଲ। ନିଯୁକ୍ତିକୁ ନେଇ ଖୁସି ଖବର ମିଳିବ।
ତୁଳା: ବ୍ୟବସାୟ ପାଇଁ ସମୟ ଅନୁକୂଳ। ନିଜ ଯୋଜନାକୁ ପ୍ରାଥମିକତା ଦିଅନ୍ତୁ। ଅନ୍ୟମାନଙ୍କ କଥାରେ ଆସି ନିଷ୍ପତ୍ତି ବଦଳାଇ ପାରନ୍ତି। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ।
ବିଛା: ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଯୋଜନା କରିବେ। ସନ୍ତାନଙ୍କ ସହ ବୁଲିବାକୁ ଯିବେ। କୋର୍ଟକଚେରୀ ମାମଲାର ଶୁଣାଣି ହେବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
ଧନୁ: ଯୋଜନାମୁତାବକ ସମସ୍ତ କାର୍ଯ୍ୟ କରିବେ। ଚିନ୍ତାଗ୍ରସ୍ତ ରହିବେ। ଛାତ୍ରଛାତ୍ରୀ ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ। ବିରୋଧୀଙ୍କଠାରୁ ଦୂରେଇ ରହିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଦେଖା ଦେବ।
ମକର: ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେବ। ସମୟର ସଠିକ ଉପଯୋଗ କରିବେ। ସମ୍ପର୍କୀୟଙ୍କ ସହଯୋଗ ମିଳିବ। ଯାନବାହନ ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବେ। ନୂତନ ଜମି କିଣି ପାରନ୍ତି।
କୁମ୍ଭ: ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ଅଫିସ୍ରେ କାର୍ଯ୍ୟଭାର କମ୍ ହେବ। ବୈବାହିକ ଜୀବନ ମଜଭୁତ୍ ହେବ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ।
ମୀନ: ଛାତ୍ରଛାତ୍ରୀ ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ। ଅଚାନକ ଖୁସି ଖବର ମିଳିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଚକ୍ଷୁ ସମସ୍ୟା ଭୋଗିପାରନ୍ତି।





