Monday Horoscope: ସୋମବାର ରାଶିଫଳ (୦୨-୧୧-୨୦୨୬)

Madhusudan Das Picture
Published On

ମେଷ: କେତେକ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। ମହିଳାମାନେ ଉଦାସ ରହିବେ। କର୍ମକ୍ଷେତ୍ରରେ  ବାଦବିବାଦ ଦେଖାଦେବ। ବ୍ୟବସାୟରେ ଉନ୍ନତି ପାଇଁ ନୂତନ ପଥ ଚୟନ କରିବେ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ (୨୬-୧୦-୨୦୨୬)

ବୃଷ: ପାରିବାରିକ ବୁଝାମଣା ଉତ୍ତମ ରହିବ। କର୍ମକ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ କରିବେ । ଦାମ୍ପତ୍ୟ ଜୀବନରେ  ମଧୁର ସମ୍ପର୍କ ରହିବ। ଦୀର୍ଘଦିନର ସମସ୍ୟା ଭିନ୍ନ ମୋଡ଼ ନେବ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୨୯-୧୦-୨୦୨୬)

ମିଥୁନ: ବ୍ୟବସାୟରେ ଉନ୍ନତି ହେବ। ଦୂରସ୍ଥାନକୁ ଯାତ୍ରା କରିବେ। ମାଙ୍ଗଳିକ କାର୍ଯ୍ୟ କରିବେ। ଭାଇଭଉଣୀଙ୍କ ସହଯୋଗ ପାଇବେ। ପ୍ରଶାସନିକ ଓ ରାଜନୀତି ସହ ଜଡ଼ିତ ବ୍ୟକ୍ତି ସଫଳତା ପାଇବେ।  

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ (୩୦-୧୦-୨୦୨୬)

କର୍କଟ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଆୟ ଅନୁସାରେ ଖର୍ଚ୍ଚ ବଢ଼ିବ। ବିଦ୍ୟାର୍ଥୀ ଖେଳକୁଦରେ ସମୟ ଅତିବାହିତ କରିବେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। 

ସିଂହ: ଦିନଟି ଚିନ୍ତାଜନକ ରହିବ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। କର୍ମକ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧିପାଇବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

କନ୍ୟା: ଚାକିରିରେ ବ୍ୟସ୍ତତା ଭିତରେ କଟିବ। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ମିଳିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ। ନିବେଶ ଲାଗି ଉତ୍ତମ ସମୟ। 

ତୁଳା: ଶାରୀରିକ ସମସ୍ୟା ଦେଖାଦେଇପାରେ। ଆଶା କରିଥିବା ଦିଗରୁ ଫଳ ପାଇବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ। ବ୍ୟବସାୟ ଆରମ୍ଭ କରିବା ପାଇଁ ଅନୁକୂଳ ସମୟ। 

ବିଛା: ଆର୍ଥିକ ସ୍ଥିତି ମଜଭୁତ ରହିବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ବ ନେବେ। ରାଜନୀତିରେ ସଫଳତା ମିଳିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ମିଳିବ। କଳା କ୍ଷେତ୍ର ପ୍ରତି ରୁଚି ବଢ଼ିବ। 

ଧନୁ: ବ୍ୟବସାୟରେ ଠକାମିରେ ପଡ଼ିପାରନ୍ତି। ଅର୍ଥଚିନ୍ତା ଓ ଅଭାବ ଦେଖାଦେବ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ। ଘରେ ପୂଜା ପାଠ ଆୟୋଜନ କରିବେ। ଚାକିରି ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ।  

ମକର: ଆୟର ନୂତନ ପଥ ଉନ୍ମୁକ୍ତ ହେବ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। କ୍ୟାରିୟରକୁ ନେଇ ବଡ଼ ନିଷ୍ପତ୍ତି ନେବେ। ସାମାଜିକ ମିଳାମିଶା ବଢ଼ିବ। ପ୍ରେମ ଜୀବନ ସୁଖମୟ ହେବ। 

କୁମ୍ଭ: କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଦାୟିତ୍ବବୋଧ ରହିବ। ପରିବାରବର୍ଗଙ୍କ ସହ ନିବିଡ଼ତା ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହଯୋଗ ପାଇବେ। 

ମୀନ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ଶୁଭଫଳ ପାଇବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। କୌଣସି ଖବର ମନକୁ ବିଚଳିତ କରିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp