୬ ମାସରେ ୩୬ କୋଟି ଟଙ୍କାର ଚୂନ ଲଗାଇଲେ ସାଇବର ଠକ, UPI ଜରିଆରେ ସର୍ବାଧିକ ଠକେଇ

The Sakala Picture
Published On

ଭୁବନେଶ୍ବର: ସାମ୍ନାକୁ ଆସିଲା ଭୁବନେଶ୍ୱର ସାଇବର ଥାନାର ୬ ମାସର ରିପୋର୍ଟ । ଜାନୁଆରୀ ୧ ରୁ ଜୁନ ୩୦ ମଧ୍ୟରେ ୩୬ କୋଟି ଟଙ୍କାର ଠକେଇ ହୋଇଛି । ୬ ମାସ ମଧ୍ୟରେ ୨୩ ଶହ ୯୪ ଟି ରିପୋର୍ଟ ହୋଇଛି । ସେଥିମଧ୍ୟରୁ ୧୧୦ ଟି କେସ ରେଜିଷ୍ଟର ହୋଇଛି । ସାଢ଼େ ୯ କୋଟି ଟଙ୍କା ଫ୍ରିଜ କରାଯାଇଛି । ଫ୍ରିଜ ଟଙ୍କାରୁ ୪୬ ଲକ୍ଷ ଟଙ୍କା କ୍ଷତିଗସ୍ତଙ୍କୁ ଫେରସ୍ତ ଦିଆଯାଇଛି। ଭୁବନେଶ୍ୱର […]

ଭୁବନେଶ୍ବର: ସାମ୍ନାକୁ ଆସିଲା ଭୁବନେଶ୍ୱର ସାଇବର ଥାନାର ୬ ମାସର ରିପୋର୍ଟ । ଜାନୁଆରୀ ୧ ରୁ ଜୁନ ୩୦ ମଧ୍ୟରେ ୩୬ କୋଟି ଟଙ୍କାର ଠକେଇ ହୋଇଛି । ୬ ମାସ ମଧ୍ୟରେ ୨୩ ଶହ ୯୪ ଟି ରିପୋର୍ଟ ହୋଇଛି । ସେଥିମଧ୍ୟରୁ ୧୧୦ ଟି କେସ ରେଜିଷ୍ଟର ହୋଇଛି । ସାଢ଼େ ୯ କୋଟି ଟଙ୍କା ଫ୍ରିଜ କରାଯାଇଛି । ଫ୍ରିଜ ଟଙ୍କାରୁ ୪୬ ଲକ୍ଷ ଟଙ୍କା କ୍ଷତିଗସ୍ତଙ୍କୁ ଫେରସ୍ତ ଦିଆଯାଇଛି। ଭୁବନେଶ୍ୱର ଓ ଭୁବନେଶ୍ୱର ବାହାରୁ ଅନେକ ଅଭିଯୋଗ ଆସିଛି ।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

ତେବେ UPI କାରବାର ବେଳେ ସର୍ବାଧିକ ଠକେଇ ହୋଇଥିବା ନେଇ ଅଭିଯୋଗ ଆସିଛି। ସୋସିଆଲ ମିଡିଆ, RTGS, NEFT ଜରିଆରେ ମଧ୍ୟ ଅଧିକ ଠକେଇ ନେଇ ଅଭିଯୋଗ ହୋଇଛି । ତେବେ ସାଇବର ପୋଲିସ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି କୋରିଅର ଫ୍ରଡ଼ । ପାର୍ଶଲ ରେ ନିଶା କାରବାର ହେଉଥିବା ନେଇ ବଡ଼ବଡ଼ିଆଙ୍କୁ ମୁମ୍ବାଇ ପୋଲିସ, କ୍ରାଇମବ୍ରାଞ୍ଚ, ନାର୍କୋଟିକ୍ସ ବ୍ୟୁରୋ ନାଁ ରେ ଅନେକ ଫୋନ ଆସୁଛି । ଡିଜିଟାଲ ଆରେଷ୍ଟ କରାଯାଇ କୋଟି କୋଟି ଲୁଟ ହେଉଛି । ୬ ମାସ ମଧ୍ୟରେ ୨୧ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଥିବା କହିଛନ୍ତି ପୋଲିସ କମିଶନର।

11 Jul 2024 By The Sakala

୬ ମାସରେ ୩୬ କୋଟି ଟଙ୍କାର ଚୂନ ଲଗାଇଲେ ସାଇବର ଠକ, UPI ଜରିଆରେ ସର୍ବାଧିକ ଠକେଇ

ଭୁବନେଶ୍ବର: ସାମ୍ନାକୁ ଆସିଲା ଭୁବନେଶ୍ୱର ସାଇବର ଥାନାର ୬ ମାସର ରିପୋର୍ଟ । ଜାନୁଆରୀ ୧ ରୁ ଜୁନ ୩୦ ମଧ୍ୟରେ ୩୬ କୋଟି ଟଙ୍କାର ଠକେଇ ହୋଇଛି । ୬ ମାସ ମଧ୍ୟରେ ୨୩ ଶହ ୯୪ ଟି ରିପୋର୍ଟ ହୋଇଛି । ସେଥିମଧ୍ୟରୁ ୧୧୦ ଟି କେସ ରେଜିଷ୍ଟର ହୋଇଛି । ସାଢ଼େ ୯ କୋଟି ଟଙ୍କା ଫ୍ରିଜ କରାଯାଇଛି । ଫ୍ରିଜ ଟଙ୍କାରୁ ୪୬ ଲକ୍ଷ ଟଙ୍କା କ୍ଷତିଗସ୍ତଙ୍କୁ ଫେରସ୍ତ ଦିଆଯାଇଛି। ଭୁବନେଶ୍ୱର ଓ ଭୁବନେଶ୍ୱର ବାହାରୁ ଅନେକ ଅଭିଯୋଗ ଆସିଛି ।

ତେବେ UPI କାରବାର ବେଳେ ସର୍ବାଧିକ ଠକେଇ ହୋଇଥିବା ନେଇ ଅଭିଯୋଗ ଆସିଛି। ସୋସିଆଲ ମିଡିଆ, RTGS, NEFT ଜରିଆରେ ମଧ୍ୟ ଅଧିକ ଠକେଇ ନେଇ ଅଭିଯୋଗ ହୋଇଛି । ତେବେ ସାଇବର ପୋଲିସ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି କୋରିଅର ଫ୍ରଡ଼ । ପାର୍ଶଲ ରେ ନିଶା କାରବାର ହେଉଥିବା ନେଇ ବଡ଼ବଡ଼ିଆଙ୍କୁ ମୁମ୍ବାଇ ପୋଲିସ, କ୍ରାଇମବ୍ରାଞ୍ଚ, ନାର୍କୋଟିକ୍ସ ବ୍ୟୁରୋ ନାଁ ରେ ଅନେକ ଫୋନ ଆସୁଛି । ଡିଜିଟାଲ ଆରେଷ୍ଟ କରାଯାଇ କୋଟି କୋଟି ଲୁଟ ହେଉଛି । ୬ ମାସ ମଧ୍ୟରେ ୨୧ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଥିବା କହିଛନ୍ତି ପୋଲିସ କମିଶନର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର