କେନ୍ଦ୍ରାପଡାରେ ଲଜ୍ଜା: ୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କଲେ ୬ଜଣ ନାବାଳକ, ଗୁରୁତର ଅବସ୍ଥାରେ ଜୀବନ ସହ ଲଢୁଛି କୁନି ଝିଅ

The Sakala Picture
Published On

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାରେ ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ୭ ବର୍ଷର କୁନି ଝିଅକୁ ୬ ଜଣ ନାବାଳକ ଗଣଦୁଷ୍କର୍ମ ଘଟଣା ଏବେ ଜିଲ୍ଲାକୁ ନିନ୍ଦିତ କରିଛି। ଏହିଭଳି ଘଟଣାକୁ ପୁଲିସ ଚାପିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏକାସାଙ୍ଗରେ ୬ ଜଣ ନାବାଳକଙ୍କୁ ପୁଲିସ ଧରିବା ଆଉ ୭ ବର୍ଷର କୁନି ଝିଅକୁ ଥାନା ଗାଡ଼ିରେ ନେବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଏହିଭଳି ଏକ ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ […]

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାରେ ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ୭ ବର୍ଷର କୁନି ଝିଅକୁ ୬ ଜଣ ନାବାଳକ ଗଣଦୁଷ୍କର୍ମ ଘଟଣା ଏବେ ଜିଲ୍ଲାକୁ ନିନ୍ଦିତ କରିଛି। ଏହିଭଳି ଘଟଣାକୁ ପୁଲିସ ଚାପିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏକାସାଙ୍ଗରେ ୬ ଜଣ ନାବାଳକଙ୍କୁ ପୁଲିସ ଧରିବା ଆଉ ୭ ବର୍ଷର କୁନି ଝିଅକୁ ଥାନା ଗାଡ଼ିରେ ନେବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଏହିଭଳି ଏକ ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏକ ନିର୍ଦିଷ୍ଟ ଗ୍ରାମରେ ଜଣେ ୭ ବର୍ଷର ନାବାଳିକା ସହ ଘଟିଛି। ୬ ଜଣ ନାବାଳକ ମିଳିମିଶି ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ବଦନାମ ହେବା ଭୟରେ ଘଟଣାକୁ ଚାପିଦେବାକୁ ବସିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ବିଚାରପତିଙ୍କ ଆତ୍ମହତ୍ୟା ମାମଲା: ପତ୍ନୀ ଓ ଆଇଏଏସ୍ ଶାଳୀଙ୍କ ନାମରେ ଏଫ୍‌ଆଇଆର୍ ରୁଜୁ

ତେବେ ଲିଖିତ ଅଭିଯୋଗ ପାଇବା ପରେ ପୁଲିସ ତୁରନ୍ତ ଅଭିଯୁକ୍ତ ୬ ଜଣ ନାବାଳକଙ୍କୁ ରାତାରାତି ଉଠାଇନେଇ ସତ୍ୟାସତ୍ୟ ଜାଣିବାକୁ ପାଇଛି।  ସେମାନଙ୍କ ଡାକ୍ତରୀ ପରୀକ୍ଷା ହେବା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇ ସ୍ୱଧାର ଆଶ୍ରୟସ୍ଥଳକୁ ପଠାଇ ଦେଇଥିବା ଜାଣିବାକୁ ମିଳିଛି। ସମସ୍ତ ୬ ଜଣ ଅଭିଯୁକ୍ତଙ୍କ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା ହୋଇଛି। ତେବେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ମହିଳା ଡାକ୍ତର ଆଜି ନ ଥିବାରୁ ପୀଡିତା ନାବାଳିକା ଜଣଙ୍କ ଡାକ୍ତରୀ ମାଇନା ହୋଇ ପାରି ନ ଥିବା ସୂଚନା ମିଳିଛି। ତେବେ ନାବାଳିକା ଜଣଙ୍କର ଯୌନାଙ୍ଗରୁ ପ୍ରଚୁର ରକ୍ତ ଶ୍ରାବ ହେଉଥିବାରୁ ତାଙ୍କୁ ସାଧାରଣ ଚିକିତ୍ସା କରାଯାଇ ଛଡ଼ାଯାଇଛି। ଏହାଛଡ଼ା ନାବାଳିକା ଜଣଙ୍କୁ କେନ୍ଦ୍ରାପଡ଼ା ସ୍ଥିତ ଏକ ସ୍ୱଧାର ଗୃହରେ ରଖାଯାଇଛି। ଅଭିଯୁକ୍ତ ୬ ନାବାଳକଙ୍କୁ ମଧ୍ଯ ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି। ବୁଧବାର ଡାକ୍ତରୀମାଇନା ହେବ ବୋଲି ଜଣାପଡିଛି। ସବୁଠାରୁ ବଡ଼ କଥା ହେଲା ଏହି ସମସ୍ତ ଅଭିଯୁକ୍ତଙ୍କ ବୟସ ୧୫ ମଧ୍ୟରେ ହେବ ବୋଲି ଜାଣିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: କୋଟାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକ ସହ ମିଶି ଅବସରପ୍ରାପ୍ତ ସେନା ଯବାନଙ୍କୁ ହତ୍ୟା କଲା ପତ୍ନୀ

ମିଳିଥିବା ଖବର ମୁତାବକ, ଅଭିଯୁକ୍ତମାନେ ପୀଡ଼ିତା  ନାବାଳିକାଙ୍କୁ ଏକ ପରିତ୍ୟକ୍ତ ଘରକୁ ନେଇ ସେଠାରେ ମୋବାଇଲରୁ ବିଭିନ୍ନ ଅଶ୍ଳୀଳ ଭିଡିଓ ଦେଖାଇଥିଲେ । ଅଶ୍ଲୀଳ ଭିଡ଼ିଓରେ ଯେପରି ହେଉଥିଲା ଅଭିଯୁକ୍ତମାନେ ଜଣଙ୍କ ପରେ ଜଣେ ସେହିଭଳି ଦୁଷ୍କର୍ମ କରିଥିଲେ। ଏହିଭଳି ଘଣ୍ଟା ଘଣ୍ଟା ସମୟ ବିତିଯାଇଥିଲା ବେଳେ ଅଭିଯୁକ୍ତମାନେ ଏକାଧିକ ବାର ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏନେଇ କାହାକୁ କିଛି କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏମିତିକି ନାବାଳିକା ଭାଇ ଆଉ ପରିବାର ଲୋକଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ନାବାଳିକା ଜଣଙ୍କ ଘରକୁ ପଳାଇଥିଲେ। ଘରେ କେବଳ ବେଡ଼ରେ ପଡ଼ି ରହିଥିଲେ। ଆଉ ଉଠାବସା କରିପାରି ନ ଥିଲେ। ସେପଟେ ଯୌନାଙ୍ଗରୁ ପ୍ରଚୁର ମାତ୍ରାରେ ରକ୍ତଶ୍ରାବ ହେବାରୁ ଆଉ ଘଟଣାକୁ ଲୁଚାଇ ପାରି ନ ଥିଲେ। ଏହାପରେ ନାବାଳିକା ଜଣଙ୍କ ତାଙ୍କ ମାଙ୍କୁ ସମସ୍ତ କଥା କହିଥିଲେ। ଏନେଇ ପଞ୍ଚାୟତର ସରପଞ୍ଚଙ୍କୁ ଭେଟି ଅଭିଯୋଗ କରାଯାଇଥିଲା। ତେବେ ଗ୍ରାମରେ ଭଦ୍ରଲୋକଙ୍କ ମାଧ୍ୟମରେ ଘଟଣାକୁ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ନାବଳିକାଙ୍କ ଅବସ୍ଥା ସଙ୍କାଟାପନ୍ନ ହେବାରୁ ଶେଷରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ କରି ପୋକ୍ସ ଆକ୍ଟ ସହ ୩୦୪/୨୦୨୨ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗର ସରକାରୀ ଡାକ୍ତରଖାନାର ଅପରେସନ ଥିଏଟରରୁ ନଗଦ ଟଙ୍କା ଓ ସୁନା ଜବତ, ଟିଏମସିକୁ ଘେରିଲା ବିଜେପି

05 Jul 2022 By The Sakala

କେନ୍ଦ୍ରାପଡାରେ ଲଜ୍ଜା: ୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କଲେ ୬ଜଣ ନାବାଳକ, ଗୁରୁତର ଅବସ୍ଥାରେ ଜୀବନ ସହ ଲଢୁଛି କୁନି ଝିଅ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାରେ ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ୭ ବର୍ଷର କୁନି ଝିଅକୁ ୬ ଜଣ ନାବାଳକ ଗଣଦୁଷ୍କର୍ମ ଘଟଣା ଏବେ ଜିଲ୍ଲାକୁ ନିନ୍ଦିତ କରିଛି। ଏହିଭଳି ଘଟଣାକୁ ପୁଲିସ ଚାପିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏକାସାଙ୍ଗରେ ୬ ଜଣ ନାବାଳକଙ୍କୁ ପୁଲିସ ଧରିବା ଆଉ ୭ ବର୍ଷର କୁନି ଝିଅକୁ ଥାନା ଗାଡ଼ିରେ ନେବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଏହିଭଳି ଏକ ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏକ ନିର୍ଦିଷ୍ଟ ଗ୍ରାମରେ ଜଣେ ୭ ବର୍ଷର ନାବାଳିକା ସହ ଘଟିଛି। ୬ ଜଣ ନାବାଳକ ମିଳିମିଶି ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ବଦନାମ ହେବା ଭୟରେ ଘଟଣାକୁ ଚାପିଦେବାକୁ ବସିଛି।

ତେବେ ଲିଖିତ ଅଭିଯୋଗ ପାଇବା ପରେ ପୁଲିସ ତୁରନ୍ତ ଅଭିଯୁକ୍ତ ୬ ଜଣ ନାବାଳକଙ୍କୁ ରାତାରାତି ଉଠାଇନେଇ ସତ୍ୟାସତ୍ୟ ଜାଣିବାକୁ ପାଇଛି।  ସେମାନଙ୍କ ଡାକ୍ତରୀ ପରୀକ୍ଷା ହେବା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇ ସ୍ୱଧାର ଆଶ୍ରୟସ୍ଥଳକୁ ପଠାଇ ଦେଇଥିବା ଜାଣିବାକୁ ମିଳିଛି। ସମସ୍ତ ୬ ଜଣ ଅଭିଯୁକ୍ତଙ୍କ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା ହୋଇଛି। ତେବେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ମହିଳା ଡାକ୍ତର ଆଜି ନ ଥିବାରୁ ପୀଡିତା ନାବାଳିକା ଜଣଙ୍କ ଡାକ୍ତରୀ ମାଇନା ହୋଇ ପାରି ନ ଥିବା ସୂଚନା ମିଳିଛି। ତେବେ ନାବାଳିକା ଜଣଙ୍କର ଯୌନାଙ୍ଗରୁ ପ୍ରଚୁର ରକ୍ତ ଶ୍ରାବ ହେଉଥିବାରୁ ତାଙ୍କୁ ସାଧାରଣ ଚିକିତ୍ସା କରାଯାଇ ଛଡ଼ାଯାଇଛି। ଏହାଛଡ଼ା ନାବାଳିକା ଜଣଙ୍କୁ କେନ୍ଦ୍ରାପଡ଼ା ସ୍ଥିତ ଏକ ସ୍ୱଧାର ଗୃହରେ ରଖାଯାଇଛି। ଅଭିଯୁକ୍ତ ୬ ନାବାଳକଙ୍କୁ ମଧ୍ଯ ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି। ବୁଧବାର ଡାକ୍ତରୀମାଇନା ହେବ ବୋଲି ଜଣାପଡିଛି। ସବୁଠାରୁ ବଡ଼ କଥା ହେଲା ଏହି ସମସ୍ତ ଅଭିଯୁକ୍ତଙ୍କ ବୟସ ୧୫ ମଧ୍ୟରେ ହେବ ବୋଲି ଜାଣିବାକୁ ମିଳିଛି।

ମିଳିଥିବା ଖବର ମୁତାବକ, ଅଭିଯୁକ୍ତମାନେ ପୀଡ଼ିତା  ନାବାଳିକାଙ୍କୁ ଏକ ପରିତ୍ୟକ୍ତ ଘରକୁ ନେଇ ସେଠାରେ ମୋବାଇଲରୁ ବିଭିନ୍ନ ଅଶ୍ଳୀଳ ଭିଡିଓ ଦେଖାଇଥିଲେ । ଅଶ୍ଲୀଳ ଭିଡ଼ିଓରେ ଯେପରି ହେଉଥିଲା ଅଭିଯୁକ୍ତମାନେ ଜଣଙ୍କ ପରେ ଜଣେ ସେହିଭଳି ଦୁଷ୍କର୍ମ କରିଥିଲେ। ଏହିଭଳି ଘଣ୍ଟା ଘଣ୍ଟା ସମୟ ବିତିଯାଇଥିଲା ବେଳେ ଅଭିଯୁକ୍ତମାନେ ଏକାଧିକ ବାର ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏନେଇ କାହାକୁ କିଛି କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏମିତିକି ନାବାଳିକା ଭାଇ ଆଉ ପରିବାର ଲୋକଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ନାବାଳିକା ଜଣଙ୍କ ଘରକୁ ପଳାଇଥିଲେ। ଘରେ କେବଳ ବେଡ଼ରେ ପଡ଼ି ରହିଥିଲେ। ଆଉ ଉଠାବସା କରିପାରି ନ ଥିଲେ। ସେପଟେ ଯୌନାଙ୍ଗରୁ ପ୍ରଚୁର ମାତ୍ରାରେ ରକ୍ତଶ୍ରାବ ହେବାରୁ ଆଉ ଘଟଣାକୁ ଲୁଚାଇ ପାରି ନ ଥିଲେ। ଏହାପରେ ନାବାଳିକା ଜଣଙ୍କ ତାଙ୍କ ମାଙ୍କୁ ସମସ୍ତ କଥା କହିଥିଲେ। ଏନେଇ ପଞ୍ଚାୟତର ସରପଞ୍ଚଙ୍କୁ ଭେଟି ଅଭିଯୋଗ କରାଯାଇଥିଲା। ତେବେ ଗ୍ରାମରେ ଭଦ୍ରଲୋକଙ୍କ ମାଧ୍ୟମରେ ଘଟଣାକୁ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ନାବଳିକାଙ୍କ ଅବସ୍ଥା ସଙ୍କାଟାପନ୍ନ ହେବାରୁ ଶେଷରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ କରି ପୋକ୍ସ ଆକ୍ଟ ସହ ୩୦୪/୨୦୨୨ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର