ଏପ୍ରିଲରୁ ମହଙ୍ଗା ହେବ ଏଲ୍‌ଇଡି ଟିଭି

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସରୁ ଦେଶରେ ଏଲ୍‌ଇଡି ଟିଭି ମହଙ୍ଗା ହେବାକୁ ଯାଉଛି। କାରଣ ବିଶ୍ବରେ ଓପନ୍‌ ସେଲ୍‌ ପ୍ୟାନେଲ୍‌ ମୂଲ୍ୟରେ ବୃଦ୍ଧି ଘଟିବା ଏହାର ମୁଖ୍ୟ କାରଣ। ଏମିତିକି ମାତ୍ର ମାସକ ମଧ୍ୟରେ ଓପନ୍‌ ସେଲ୍‌ ପ୍ୟାନେଲ୍‌ ମୂଲ୍ୟରେ ୩୫% ଦର ବୃଦ୍ଧି ବଜାରରେ ଏଲ୍‌ଇଡି ଟିଭି ଦର ବଢ଼ାଇବ। ଏହାର ପ୍ରଭାବ ସ୍ବରୂପ ବିଶ୍ବର ଅନେକ ନାମୀ ଦାମୀ ବ୍ରାଣ୍ଡ୍‌ ଏବେ ଏଲ୍‌ଇଡି ଟିଭି ମୂଲ୍ୟ ବୃଦ୍ଧି କରିବାକୁ ବିଚାର କରୁଥିବା ଜଣାଯାଇଛି। ଟିଭି […]

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସରୁ ଦେଶରେ ଏଲ୍‌ଇଡି ଟିଭି ମହଙ୍ଗା ହେବାକୁ ଯାଉଛି। କାରଣ ବିଶ୍ବରେ ଓପନ୍‌ ସେଲ୍‌ ପ୍ୟାନେଲ୍‌ ମୂଲ୍ୟରେ ବୃଦ୍ଧି ଘଟିବା ଏହାର ମୁଖ୍ୟ କାରଣ। ଏମିତିକି ମାତ୍ର ମାସକ ମଧ୍ୟରେ ଓପନ୍‌ ସେଲ୍‌ ପ୍ୟାନେଲ୍‌ ମୂଲ୍ୟରେ ୩୫% ଦର ବୃଦ୍ଧି ବଜାରରେ ଏଲ୍‌ଇଡି ଟିଭି ଦର ବଢ଼ାଇବ। ଏହାର ପ୍ରଭାବ ସ୍ବରୂପ ବିଶ୍ବର ଅନେକ ନାମୀ ଦାମୀ ବ୍ରାଣ୍ଡ୍‌ ଏବେ ଏଲ୍‌ଇଡି ଟିଭି ମୂଲ୍ୟ ବୃଦ୍ଧି କରିବାକୁ ବିଚାର କରୁଥିବା ଜଣାଯାଇଛି।

ଟିଭି ନିର୍ମାଣରେ ଓପନ୍‌ ସେଲ୍‌ ପ୍ୟାନେଲ୍‌ ହେୁଛି ଏକ ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ। ଟିଭି ମୂଲ୍ୟର ଏହା ପାଖାପାଖି ୬୦% କଭର କରୁଛି। କମ୍ପାନୀଗୁଡିକୁ ଓପନ୍‌ ସେଲ୍‌ ପ୍ୟାନେଲ୍‌ ବିଦେଶରୁ ଆମଦାନୀ କରିଥାନ୍ତି। ପରେ ଏଗୁଡିକୁ ଆସେମ୍ଲି କରି ବଜାରକୁ ଟିଭି ଛାଡିଥାନ୍ତି। ବତ୍ତର୍ମାନ ବଜାରରେ ଓପନ୍‌ ସେଲ୍‌ର ଘୋର ଅଭାବ ରହିଛି। ବିଗତ ୮ ମାସ ମଧ୍ୟରେ ବଜାରରେ ଓପନ୍‌ ସେଲ୍‌ ମୂଲ୍ୟରେ ୩ ଗୁଣ ବୃଦ୍ଧି ଘଟିଲାଣି। ପ୍ରତି ମାସ ବ୍ୟବଧାନରେ ଓପନ୍‌ ସେଲ୍‌ ମୂଲ୍ୟ ବଢ଼ୁଛି। ଆଶ୍ଚର୍ଯ୍ୟର କଥା ହେଉଛି ବଜାରରେ ଏଲ୍‌ଇଡି ଟିଭିର ଓପନ୍‌ ସେଲ୍‌ ପ୍ୟାନେଲ୍‌ ମୂଲ୍ୟ ୩୫୦%ରୁ ଅଧିକ ବୃଦ୍ଧି ଘଟିଛି। ସମ୍ପ୍ରତି ବିଶ୍ବରେ ଟିଭି ପ୍ୟାନେଲ ବଜାର ମାନ୍ଦାବସ୍‌ଥା ଦେଇ ଗତି କରୁଛି। ବିଗତ ମାସକ ମଧ୍ୟରେ ଏହାର ମୂଲ୍ୟରେ ୩୫% ବୃଦ୍ଧି ଘଟିଛି। ଜାନୁଆରୀରେ ଆମେ ଟିଭି ମୂଲ୍ୟରେ ୭-୪% ବୃଦ୍ଧି ଘଟାଇ ସାରିଥÒବାବେଳେ ଫେବୃଆରୀରେ ୩% ବୃଦ୍ଧି କରିଛୁ ବୋଲି ଏଲ୍‌ଜି ଲେକ୍‌ଟ୍ରୋନିକ୍ସ ଇଣ୍ଡିଆର ଉପସଭାପତି (ହୋମ୍‌ ଆପ୍ଲାଏନ୍ସସେସ୍‌) ବିଜୟ ବାବୁ କହିଛନ୍ତି। ଓପନ୍‌ ସେଲ୍‌ ପ୍ୟାନେଲ୍‌ ମୂଲ୍ୟରେ ବୃଦ୍ଧି ଯୋଗୁ ବଜାରରେ ଏଲ୍‌ଇଡି ଟିଭି ଦର ୫-୭% ବଢ଼ିବ। ତେବେ ହାୟର, ପାନାସୋନିକ୍‌ ଏବଂ ଥମ୍‌ସନ୍‌ ଭଳି ବ୍ରାଣ୍ଡ୍ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସରୁ ଏଲ୍‌ଇଡି ଟିଭି ଦର ବଢ଼ାଇବାକୁ ବିଚାର କରୁଛନ୍ତି। ଏଥିଯୋଗୁ ଏଲ୍‌ଜି ଭଳି କମ୍ପାନୀ ଇତି ମଧ୍ୟରେ ଏଲ୍‌ଇଡି ଟିଭି ମୂଲ୍ୟ ବୃଦ୍ଧି କରିସାରିଛି। ଏ ସମ୍ପର୍କରେ ପାନାସୋନିକ୍‌ ଇଣ୍ଡିଆର ସାଉଥ୍‌ ଏସିଆ ସଭାପତି ତଥା ସିଇଓ ମନୀଷ ଶର୍ମା କହିଛନ୍ତି ଯେ, ପ୍ୟାନେଲ୍‌ ମୂଲ୍ୟ କ୍ରମାଗତ ଭାବେ ବଢ଼ିଚାଲିଥିବା ଦୃଷ୍ଟିରୁ ଟିଭି ଦାମ୍ ବଢ଼ୁଛି। ତେଣୁ ଆସନ୍ତା ଏପ୍ରିଲରୁ ଟିଭି ମହଙ୍ଗା ହୋଇପାରେ। ତେବେ ଏପ୍ରିଲରୁ ଦାମ୍‌ ୫-୭% ବଢ଼ିବା ସମ୍ଭାବନା ରହିଥିବା ଶ୍ରୀ ଶର୍ମା କହିଛନ୍ତି।

ସମ୍ପ୍ରତି ବିଶ୍ବର ଓପନ୍‌ ସେଲ୍‌ ବଜାର ଚାଇନା କମ୍ପାନୀଙ୍କ ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ଭାରତୀୟ ଟିଭି ନିର୍ମାତାଙ୍କ ନିକଟରେ ଚାଇନାକୁ ଛାଡିଦେଲେ ଓପନ୍‌ ସେଲ୍‌ ନିମନ୍ତେ ଅନ୍ୟ କୌଣସି ବିକଳ୍ପ ନାହିଁ। ଟିଭିର ଓପନ୍‌ ସେଲ୍‌ ଚାଇନାରେ ନିର୍ମାଣ କରାଯାଉଥିବା ଦୃଷ୍ଟିରୁ ସେଠାକାର ଟିଭି ନିର୍ମାତା ଭଲ ମାର୍ଜିନ୍‌ ବା ଳାଭ କମାଉଥିବା ଜଣାଯାଇଛି। ୨୦୨୦ ଅକ୍ଟୋବର ପହିଲାରେ କେନ୍ଦ୍ର ସରକାର ଟିଭି ଓପନ୍‌ ସେଲ୍‌ ଆମଦାନୀ ଉପରେ ୫% ଉତ୍ପାଦ ଶୁଳ୍କ ଲାଗୁ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର