ଧନୀ ତାଲିକାରେ ଖସୁଛନ୍ତି ଏଲନ୍‌ ମସ୍କ

The Sakala Picture
Published On

ନୂଆଦିଲ୍ଲୀ : ଫୋର୍ବସ୍‌ ରିଅଲ ଟାଇମ୍‌ ଅରବପତି ସୂଚୀରେ ଟେସ୍‌ଲା କାର ଓ ସ୍ପେସ୍‌ ଏକ୍ସ ସିଇଓ ଏଲନ୍‌ ମସ୍କ ତଳକୁ ଖସିବାରେ ଲାଗିଛନ୍ତି। ୨ ସପ୍ତାହ ପୂର୍ବେ ମସ୍କ ବିଶ୍ୱର ଧନୀ ତାଲିକାରେ ୧ ନମ୍ବର ସ୍ଥାନରେ ଥିଲେ। ତେବେ ଦେଖୁ ଦେଖୁ ସେ ସୂଚୀର ତୃତୀୟ ସ୍ଥାନକୁ ଖସିଆସିଛନ୍ତି। ଚଳିତ ସପ୍ତାହରେ ଏଲନ ମସ୍କଙ୍କ କମ୍ପାନୀ ସେୟାର ମୂଲ୍ୟରେ ଭାରି ହ୍ରାସ ଦେଖା ଯଇଛି। ମାତ୍ର ସପ୍ତାହକରେ ତାଙ୍କର ସମ୍ପତ୍ତିରେ ୨୭ ବିଲିୟନ ଡଲାର […]

ନୂଆଦିଲ୍ଲୀ : ଫୋର୍ବସ୍‌ ରିଅଲ ଟାଇମ୍‌ ଅରବପତି ସୂଚୀରେ ଟେସ୍‌ଲା କାର ଓ ସ୍ପେସ୍‌ ଏକ୍ସ ସିଇଓ ଏଲନ୍‌ ମସ୍କ ତଳକୁ ଖସିବାରେ ଲାଗିଛନ୍ତି। ୨ ସପ୍ତାହ ପୂର୍ବେ ମସ୍କ ବିଶ୍ୱର ଧନୀ ତାଲିକାରେ ୧ ନମ୍ବର ସ୍ଥାନରେ ଥିଲେ। ତେବେ ଦେଖୁ ଦେଖୁ ସେ ସୂଚୀର ତୃତୀୟ ସ୍ଥାନକୁ ଖସିଆସିଛନ୍ତି। ଚଳିତ ସପ୍ତାହରେ ଏଲନ ମସ୍କଙ୍କ କମ୍ପାନୀ ସେୟାର ମୂଲ୍ୟରେ ଭାରି ହ୍ରାସ ଦେଖା ଯଇଛି। ମାତ୍ର ସପ୍ତାହକରେ ତାଙ୍କର ସମ୍ପତ୍ତିରେ ୨୭ ବିଲିୟନ ଡଲାର କ୍ଷତି ହୋଇଥିବାବେଳେ ବଜାର ପୁଞ୍ଜିରେ ମଧ୍ୟ ହ୍ରାସ ଦେଖାଦେଇଛି। ଶୁକ୍ରବାର ଶେଷ ହୋଇଥିବା ସପ୍ତାହରେ ଏଲନ ମସ୍କଙ୍କ କମ୍ପାନୀ ସେୟାର ନାସଡାକ୍‌ ୧୦୦ ସୂଚୀରେ ତଳକୁ ଖସିବା ଯୋଗୁ ମସ୍କ ମଧ୍ୟ ତାଲିକାରେ ତଳକୁ ଖସିଆସିଛନ୍ତି।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ଏବେ ମସ୍କଙ୍କ ସ୍ଥାନରେ ଫ୍ରାନ୍ସ ବ୍ୟବସାୟୀ ବର୍ଣ୍ଣାଡ ଆର୍ଣ୍ଣୋଲ୍ଟ ବିଶ୍ୱର ଦ୍ୱିତୀୟ ଧନୀ ହୋଇଛନ୍ତି। ଗତବର୍ଷ ଅର୍ଥାତ ୨୦୨୦ରେ ଟେସ୍‌ଲା ସେୟାର ମୂଲ୍ୟ ୭୪୩ ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ହୋଇଥିଲା। ଫଳରେ ମସ୍କଙ୍କ ସମ୍ପତ୍ତି ମଧ୍ୟ ସେହି ଅନୁପାତରେ ବଢିଥିଲା। ଫଳରେ ମସ୍କ ଜାନୁୟାରୀ ୨୦୨୧ରେ ବିଶ୍ୱର ଶ୍ରେଷ୍ଠ ଧନୀକ ଜେଫ ବେଜୋସ୍‌ଙ୍କୁ ପଛରେ ପକାଇ ୧ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିଲେ। ଜାନୁୟାରୀରେ ମସ୍କଙ୍କ ସମ୍ପତ୍ତି ୨୧୦ ବିଲିୟନ ଡଲାର ରହିଥିଲା। ଏବେ ତାଙ୍କ ସମ୍ପତ୍ତିରେ ୬.୨ ବିଲିୟନ ଡଲାରର ହ୍ରାସ ହୋଇଛି। ତେବେ ମସ୍କଙ୍କ ଏପରି ଅଚାନକ ପତ୍ତନ ପଛରେ ବିଟ୍‌ କଏନ୍‌ର ହାତ ମଧ୍ୟ ରହିଛି। ଯେତେବେଳେ ବଜାରରେ ଟେସ୍‌ଲା ସେୟାର ମୂଲ୍ୟ ବଢୁଥିଲା ମସ୍କଙ୍କ ବିଟ୍‌ କଏନ ନିବେଶ ତାଙ୍କୁ ଧନୀରୁ ଆହୁରି ଧନୀ କରିଦେଇଥିଲା। ନିକଟରେ ମସ୍କ ବିଟ୍‌ କଏନରେ ୧.୫ ବିଲିୟନ ଡଲାର ନିବେଶ କରିଥିବା ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ସ୍ୱାମୀଙ୍କୁ ଭେଟିବା ପାଇଁ ମୋବାଇଲ୍ ଟାୱାରରେ ଚଢ଼ିଲେ ସ୍ତ୍ରୀ: ବିହାରର ବଗହାରେ ହାଇଭୋଲଟେଜ୍ ଡ୍ରାମା

07 Mar 2021 By The Sakala

ଧନୀ ତାଲିକାରେ ଖସୁଛନ୍ତି ଏଲନ୍‌ ମସ୍କ

ନୂଆଦିଲ୍ଲୀ : ଫୋର୍ବସ୍‌ ରିଅଲ ଟାଇମ୍‌ ଅରବପତି ସୂଚୀରେ ଟେସ୍‌ଲା କାର ଓ ସ୍ପେସ୍‌ ଏକ୍ସ ସିଇଓ ଏଲନ୍‌ ମସ୍କ ତଳକୁ ଖସିବାରେ ଲାଗିଛନ୍ତି। ୨ ସପ୍ତାହ ପୂର୍ବେ ମସ୍କ ବିଶ୍ୱର ଧନୀ ତାଲିକାରେ ୧ ନମ୍ବର ସ୍ଥାନରେ ଥିଲେ। ତେବେ ଦେଖୁ ଦେଖୁ ସେ ସୂଚୀର ତୃତୀୟ ସ୍ଥାନକୁ ଖସିଆସିଛନ୍ତି। ଚଳିତ ସପ୍ତାହରେ ଏଲନ ମସ୍କଙ୍କ କମ୍ପାନୀ ସେୟାର ମୂଲ୍ୟରେ ଭାରି ହ୍ରାସ ଦେଖା ଯଇଛି। ମାତ୍ର ସପ୍ତାହକରେ ତାଙ୍କର ସମ୍ପତ୍ତିରେ ୨୭ ବିଲିୟନ ଡଲାର କ୍ଷତି ହୋଇଥିବାବେଳେ ବଜାର ପୁଞ୍ଜିରେ ମଧ୍ୟ ହ୍ରାସ ଦେଖାଦେଇଛି। ଶୁକ୍ରବାର ଶେଷ ହୋଇଥିବା ସପ୍ତାହରେ ଏଲନ ମସ୍କଙ୍କ କମ୍ପାନୀ ସେୟାର ନାସଡାକ୍‌ ୧୦୦ ସୂଚୀରେ ତଳକୁ ଖସିବା ଯୋଗୁ ମସ୍କ ମଧ୍ୟ ତାଲିକାରେ ତଳକୁ ଖସିଆସିଛନ୍ତି।

ଏବେ ମସ୍କଙ୍କ ସ୍ଥାନରେ ଫ୍ରାନ୍ସ ବ୍ୟବସାୟୀ ବର୍ଣ୍ଣାଡ ଆର୍ଣ୍ଣୋଲ୍ଟ ବିଶ୍ୱର ଦ୍ୱିତୀୟ ଧନୀ ହୋଇଛନ୍ତି। ଗତବର୍ଷ ଅର୍ଥାତ ୨୦୨୦ରେ ଟେସ୍‌ଲା ସେୟାର ମୂଲ୍ୟ ୭୪୩ ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ହୋଇଥିଲା। ଫଳରେ ମସ୍କଙ୍କ ସମ୍ପତ୍ତି ମଧ୍ୟ ସେହି ଅନୁପାତରେ ବଢିଥିଲା। ଫଳରେ ମସ୍କ ଜାନୁୟାରୀ ୨୦୨୧ରେ ବିଶ୍ୱର ଶ୍ରେଷ୍ଠ ଧନୀକ ଜେଫ ବେଜୋସ୍‌ଙ୍କୁ ପଛରେ ପକାଇ ୧ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିଲେ। ଜାନୁୟାରୀରେ ମସ୍କଙ୍କ ସମ୍ପତ୍ତି ୨୧୦ ବିଲିୟନ ଡଲାର ରହିଥିଲା। ଏବେ ତାଙ୍କ ସମ୍ପତ୍ତିରେ ୬.୨ ବିଲିୟନ ଡଲାରର ହ୍ରାସ ହୋଇଛି। ତେବେ ମସ୍କଙ୍କ ଏପରି ଅଚାନକ ପତ୍ତନ ପଛରେ ବିଟ୍‌ କଏନ୍‌ର ହାତ ମଧ୍ୟ ରହିଛି। ଯେତେବେଳେ ବଜାରରେ ଟେସ୍‌ଲା ସେୟାର ମୂଲ୍ୟ ବଢୁଥିଲା ମସ୍କଙ୍କ ବିଟ୍‌ କଏନ ନିବେଶ ତାଙ୍କୁ ଧନୀରୁ ଆହୁରି ଧନୀ କରିଦେଇଥିଲା। ନିକଟରେ ମସ୍କ ବିଟ୍‌ କଏନରେ ୧.୫ ବିଲିୟନ ଡଲାର ନିବେଶ କରିଥିବା ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର