ଆଉ ଚଳିବନି ୨ହଜାର ଟଙ୍କିଆ ନୋଟ୍, ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କରେ ଫେରାଇଦେବାକୁ ରିଜର୍ଭ ବ୍ୟାଙ୍କର ଘୋଷଣା
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରରୁ ୨୦୦୦ ହଜାର ଟଙ୍କିଆ ନୋଟ୍ ଫେରାଇନେବାକୁ ଘୋଷଣା କରିଛି। ଗ୍ରାହକମାନେ ବ୍ୟାଙ୍କରେ ସେପ୍ଟେମ୍ବର ୩୦ ସୁଦ୍ଧା ୨ହଜାର ଟଙ୍କିଆ ନୋଟ ଫେରାଇ ଦେବାକୁ ଆଜି ଘୋଷଣା କରିଛି। ଆଉ ଛପା ହେବନି ୨ ହଜାର ଟଙ୍କିଆ ନୋଟ୍ ।୨ ହଜାର ଟଙ୍କିଆ ନୋଟ୍ ଫେରାଇ ନେବାକୁ ଆରବିଆଇ ନିଷ୍ପତ୍ତି ନେବା ସହ କହିଛି ବର୍ତ୍ତମାନ ପାଇଁ ବୈଧ ରହିବ ୨ ହଜାର ଟଙ୍କିଆ ନୋଟ୍। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରରୁ ୨୦୦୦ ହଜାର ଟଙ୍କିଆ ନୋଟ୍ ଫେରାଇନେବାକୁ ଘୋଷଣା କରିଛି। ଗ୍ରାହକମାନେ ବ୍ୟାଙ୍କରେ ସେପ୍ଟେମ୍ବର ୩୦ ସୁଦ୍ଧା ୨ହଜାର ଟଙ୍କିଆ ନୋଟ ଫେରାଇ ଦେବାକୁ ଆଜି ଘୋଷଣା କରିଛି। ଆଉ ଛପା ହେବନି ୨ ହଜାର ଟଙ୍କିଆ ନୋଟ୍ ।୨ ହଜାର ଟଙ୍କିଆ ନୋଟ୍ ଫେରାଇ ନେବାକୁ ଆରବିଆଇ ନିଷ୍ପତ୍ତି ନେବା ସହ କହିଛି ବର୍ତ୍ତମାନ ପାଇଁ ବୈଧ ରହିବ ୨ ହଜାର ଟଙ୍କିଆ ନୋଟ୍। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୨ ହଜାର ଟଙ୍କିଆ ନୋଟ ବ୍ୟାଙ୍କରେ ଡିପୋଜିଟ୍ ହୋଇପାରିବ।
ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇ କୁହାଯାଇଛି ଯେ ବଜାରରୁ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଏବେ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ । ବିଦାୟ ନେଲେ ବି ଏବେ ଅଚଳ ହେବନି ୨ ହଜାର ଟଙ୍କିଆ ନୋଟ୍। ମେ’ ୨୩ରୁ ବ୍ୟାଙ୍କମାନଙ୍କରେ ବଦଳାଇ ହେବ ୨ ହଜାର ଟଙ୍କିଆ।
₹2000 Denomination Banknotes – Withdrawal from Circulation; Will continue as Legal Tenderhttps://t.co/2jjqSeDkSk
— ReserveBankOfIndia (@RBI) May 19, 2023
ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଲୋକମାନେ ଆସନ୍ତା ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ୨ହଜାର ଟଙ୍କିଆ ନୋଟ ବଦଳାଇ ପାରିବେ। ଏହି ନୋଟ ବଦଳାଇବାକୁ ବ୍ୟାଙ୍କ ଶାଖା ଓ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ଶାଖା ଗୁଡ଼ିକରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯିବ । ଏଣୁ ଲୋକମାନେ ବ୍ୟସ୍ତ ନହୋଇ ସୁବିଧା ଅନୁସାରେ ଏହି ତାରିଖ ମଧ୍ୟରେ ୨ ବଜାର ଟଙ୍କିଆ ନୋଟ ବଦଳାଇ ୫ ଶହ କିମ୍ବା ଅନ୍ୟ ନୋଟ ନେଇପାରିବେ । ତେବେ ଗୋଟିଏ ଥରରେ ୨୦ ହଜାର ଟଙ୍କା ମୂଲ୍ୟର ୨ ବଜାର ଟଙ୍କିଆ ନୋଟ ବଦଳାଇ ହେବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଗ୍ରାହକମାନଙ୍କୁ ଆଉ ୨ ହଜାର ଟଙ୍କିଆ ନୋଟ୍ ନଦେବାକୁ ବ୍ୟାଙ୍କମାନଙ୍କୁ ମଧ୍ୟ ଆରବିଆଇ ନିର୍ଦ୍ଦେଶ ଦେଇଛି।
ସୂଚନାଯୋଗ୍ୟ କେନ୍ଦ୍ର ସରକାର ନଭେମ୍ବର ୮, ୨୦୧୬ରେ ବିମୁଦ୍ରିକରଣ ଘୋଷଣା କରି ୫୦୦ ଟଙ୍କିଆ ଓ ୧ ହଜାର ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିଦେଇଥିଲେ ଓ ନୂଆ ୨ ବଜାର ଟଙ୍କିଆ ନୋଟ ଓ ୫୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲେ । ସେତେବେଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨ ହଜାର ଟଙ୍କିଆ ନୋଟ ବଜାରକୁ ଛଡ଼ାଯାଇଥିଲା । କିନ୍ତୁ ଏବେ ବଜାରରେ ଅନ୍ୟ ନୋଟ ଯଥେଷ୍ଟ ପରିମାଣରେ ଥିବାରୁ ଏହାର ଆବଶ୍ୟକତା ଶେଷ ହୋଇଯାଇଛି । ଏଣୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରୁ ହିଁ ଏହି ନୋଟର ମୁଦ୍ରଣ ବନ୍ଦ ହୋଇଯାଇଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି ।ରାଜ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨ହଜାର ଟଙ୍କିଆ ନୋଟ୍ର ପ୍ରଚଳନକୁ ଅନୌଚାରିକ ଭାବେ ବହୁ ପୁର୍ବରୁ ବନ୍ଦ କରିସାରିଛି। ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କକୁ ଆସୁଥିବା ୨ ହଜାର ଟଙ୍କିଆ ନୋଟ୍ ଆରବିଆଇକୁ ଫେରସ୍ତ ନେଇଥିବା ବେଳେ ଏବେ ଲୋକମାନଙ୍କ ପାଖରେ ଥିବା ନୋଟକୁ ଫେରାଇ ନେବ।